ହାଇଦ୍ରାବାଦ:ଫ୍ଲିପକାର୍ଟ ଆରମ୍ଭ ହେବାକୁ ଯାଉଛି ଇୟର ଏଣ୍ଡ ସେଲ । ଏନେଇ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ତାରିଖ ଘୋଷଣା କରିଥିବା ବେଳେ ଶସ୍ତାରେ ଜିନିଷ କିଣିବା ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଅଟେ । ଏହି ସେଲ ଆସନ୍ତାକାଲି ଅର୍ଥାତ 9 ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ବେଳେ 16 ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଅନ୍ୟପଟେ ଯେଉଁ ବ୍ୟକ୍ତିଙ୍କ ପାଖରେ ଫ୍ଲିପକାର୍ଟ ପ୍ଲସ ମେମ୍ବରସିପ ରହିଛି, ସେମାନଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି ସେଲ । ସାଧାରଣତଃ ମେମ୍ବରସିପ ବ୍ୟକ୍ତିଙ୍କ ପାଇଁ ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ ସେଲ । ଏହି ସେଲରେ ସ୍ମାର୍ଟଫୋନ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟରେ ଆକର୍ଷଣୀୟ ଅଫର ମିଳିବ ।
ସୂଚନା ଅନୁସାରେ, ଫ୍ଲିପକାର୍ଟର ଏହି ଇୟର ଏଣ୍ଡ ସେଲରେ ଇଲେକ୍ଟ୍ରୋନିକ୍ସ ଏବଂ ଏକ୍ସେସରିଜରେ 50ରୁ 80 ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ରହିଛି । ଏହି ସେଲରେ ନିଜର ମନ ପସନ୍ଦର ସ୍ମାର୍ଟଫୋନ ଉପରେ ମିଳିବ ଡିସକାଉଣ୍ଟ । ଏହା ବ୍ୟତୀତ ହେଡଫୋନ, ଲାପଟପ, ସ୍ପିକର ଏବଂ ଅନ୍ୟ ଉପକରଣ ଉପରେ ମଧ୍ୟ ରିହାତି ମିଳିବ ।
କେଉଁ ଫୋନରେ ମିଳିବ ଅଧିକ ରିହାତି:ଯେଉଁମାନେ ନୂଆ ଫୋନ କିଣିବା ପାଇଁ ଯୋଜନା କରୁଛନ୍ତି, ସେମାନେ ଏହି ସେଲର ଫାଇଦା ଉଠାଇ ପାରିବେ । ଏହି ସେଲରେ ଗୁଗଲ ପିକ୍ସେଲ 7 ସିରିଜ ଏବଂ ପିକ୍ସେଲ 8 ସିରିଜରେ ଭଲ ଅଫର ମିଳିବ । ଏହା ବ୍ୟତୀତ Samsung Galaxy S21 FEରେ ଡିସକାଉଣ୍ଟ ପରେ 31 ହଜାର 999 ଟଙ୍କାରେ ଫୋନ କିଣିପାରିବେ । iPhone 14ର ଦାମ 54 ହଜାର 999 ଟଙ୍କା ରହିଥିବା ବେଳେ Samsung Galaxy S22 5Gର ଦାମ 37 ହଜାର 999 ଟଙ୍କା ରହିଛି । ଅନ୍ୟପଟେ Google Pixel 7ର ଦାମ 35 ହଜାର 999 ଟଙ୍କା ରହିଥିବା ବେଳେ Vivo T2 Pro 5Gର ଦାମ 21 ହଜାର 999 ଟଙ୍କା ରହିଛି ।