ହାଇଦ୍ରାବାଦ:ପାଖେଇ ଆସୁଛି ଶୁଭ ଦୀପାବଳି । ଦଶହରା ଭଳି ଦୀପାବଳିରେ ମଧ୍ୟ ଗ୍ରାହକ ପାଇବେ ଦମଦାର ଅଫର । ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଘୋଷଣା କରିଲା ଦିଓ୍ବାଲି ସେଲ । ଫ୍ଲିପକାର୍ଟର ଏହି ସେଲ ଖୁସିକୁ ଆହୁରି ଦ୍ବିଗୁଣିତ କରିବ। ଦଶହରାରେ ବିଗ ବିଲିୟନ ସେଲର ଫାଇଦା ଉଠାଇଥିବା ଗ୍ରାହକଙ୍କ ଅପେକ୍ଷା ଏବେ ଦିଓ୍ବାଲୀ ସେଲ ଉପରେ । ଭାରତୀୟମାନେ ମଧ୍ୟ ଏହି ସେଲକୁ ଉତ୍ସାହର ସହ ଅପେକ୍ଷା କରିଥାଆନ୍ତି । ପୋଷାକ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ପର୍ଯ୍ୟନ୍ତ ସବୁକିଛି ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବା କାରଣରୁ ସମସ୍ତଙ୍କର ନଜର ଏହି ସେଲ ଉପରେ ରହିଥାଏ ।
Flipkart Diwali Sale ଆସନ୍ତା 2 ତାରିଖରୁ ଆରମ୍ଭ ହେବ । ଯଦି ଆପଣ ମଧ୍ୟ ଏହି ସେଲରେ କିଛି କ୍ରୟ କରିବାକୁ ଯୋଜନା କରିଛନ୍ତି, ସେଲର ଫାଇଦା ଉଠାଇବା ପାଇଁ ଚାହୁଁଛନ୍ତି ତେବେ ଜାଣନ୍ତୁ ତାରିଖ ଏବଂ ରିହାତି ସମ୍ପର୍କରେ। Flipkart Diwali Sale ଆସନ୍ତା 2 ତାରିଖରୁ ଆରମ୍ଭ ହୋଇ ନଭେମ୍ବର 11 ତାରିଖ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ ଦୀପାବଳିର ପୂର୍ବଦିନ ଯାଏଁ ମନଭରି ସପିଂ କରିପାରିବେ ଗ୍ରାହକ ।
ଅନେକ ସେଗମେଣ୍ଟରେ ବମ୍ପର ଡିସକାଉଣ୍ଟ:ଫ୍ଲିପକାର୍ଟର ଦୀପାବଳି ସେଲ ବିଷୟରେ କହିବାକୁ ଗଲେ କମ୍ପାନୀ ଇଲେକ୍ଟ୍ରେନିକ୍ସ ଗେଜେଟ, ହୋମ ଆପ୍ଲାଇସେନ୍ସ, ବ୍ୟୁଟି ପ୍ରଡକ୍ଟ, ଗ୍ରୋସରୀ, କିଡ୍ସଓ୍ବେର ସହିତ ପ୍ରାୟ ସମସ୍ତ ସେକ୍ସନରେ ଡିସକାଉଣ୍ଟ ପାଇବେ ଗ୍ରାହକ । ତେବେ ଏସବିଆଇ କାର୍ଡ ରହିଥିବା ଗ୍ରାହକ ଅଧିକ ଫାଇଦା ପାଇବେ । ଏସବିଆଇ କାର୍ଡରେ ପେମେଣ୍ଟ କରିବା ଦ୍ବାରା 10 ପ୍ରତିଶତ ଅଧିକ ଡିସକାଉଣ୍ଟ ମିଳିବ।