ଓଡିଶା

odisha

ETV Bharat / science-and-technology

Meta Layoffs: ପୁଣି ବଡ ଧରଣର ଛଟେଇ କରିପାରେ ମେଟା, ଶତାଧିକ କର୍ମଚାରୀ ହରାଇବେ ଚାକିରି - ଛଟେଇ ଖବର

ଥମୁନି ଘରୋଇ କମ୍ପାନୀରେ ଛଟେଇ ପ୍ରକ୍ରିୟା । ପୁଣି ବଡ ଧରଣର ଛଟେଇ କରିବାକୁ ଯୋଜନା କରୁଛି ମେଟା । ଅଧିକ ପଢନ୍ତୁ

Facebook parent Meta
Facebook parent Meta

By

Published : Mar 11, 2023, 12:05 PM IST

ୱାଶିଂଟନ୍: ପୁଣି ଛଟେଇ କରିବ ଫେସ୍‌ବୁକ୍ ପ୍ୟାରେଣ୍ଟ କମ୍ପାନୀ ମେଟା । ଆସନ୍ତା କିଛି ମାସ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ କମ୍ପାନୀ ଛଟେଇ କରିବାକୁ ଯୋଜନା କରୁଛି । ଏନେଇ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍(WSJ) ରିପୋର୍ଟ କରିଛି । ପୂର୍ବ ବର୍ଷ ଯେଉଁ ଅନୁପାତରେ ଛଟେଇ କରାଯାଇଥିଲା ଏଥର ମଧ୍ୟ ସେହିପରି ଛଟେଇ କରାଯିବ । ରିପୋର୍ଟ ଅନୁସାରେ ମୋଟ କର୍ମଜୀବୀଙ୍କ ମଧ୍ୟରୁ 13 ପ୍ରତିଶତ ପ୍ରଭାବିତ ହୋଇପାରନ୍ତି ।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଶୁକ୍ରବାର କରିଥିବା ରିପୋର୍ଟ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ଚାକିରି ହରାଇବେ ସେମାନଙ୍କ ନାମ ଆସନ୍ତା ସପ୍ତାହ ମଧ୍ୟରେ ଘୋଷଣା କରାଯିବ ଏବଂ ନନ୍-ଇଞ୍ଜିନିୟରିଂ କ୍ଷେତ୍ରରେ ଥିବା କର୍ମଜୀବୀ ଏଥିରେ ଅଧିକ ପ୍ରଭାବିତ ହେବେ । କେତେକ ପ୍ରୋଜେକ୍ଟ ଏବଂ ଟିମ୍ ମଧ୍ୟ ବନ୍ଦ ହୋଇପାରେ ବୋଲି ଆଶା କରାଯାଉଛି । ଗତ ବର୍ଷ ମେଟା ପ୍ରାୟ 11,000 କର୍ମଚାରୀ ଅର୍ଥାତ୍ ପ୍ରାୟ 13 ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲା । ଚଳିତ ବର୍ଷ ମଧ୍ୟ ସମାନ ସଂଖ୍ୟକ କର୍ମଚାରୀ ହ୍ରାସ ପାଇବେ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:-ଟ୍ବିଟର ଇଣ୍ଡିଆର 2ଟି କାର୍ଯ୍ୟାଳୟ ବନ୍ଦ, ଘରୁ କାମ କରିବେ କର୍ମଚାରୀ

ମେଟା ମୁଖ୍ୟ କାର୍ଯ୍ୟନିର୍ବାହୀ ମାର୍କ ଜୁକରବର୍ଗ ଏହା ପୂର୍ବରୁ କହିଥିଲେ ଯେ, 2023 ମେଟାର ଦକ୍ଷତାର ବର୍ଷ ହେବ ଏବଂ କମ୍ପାନୀରେ କିଛି ପ୍ରୋଜେକ୍ଟ ବନ୍ଦ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧ୍ୟ ଛଟେଇ ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା, ଯାହା ଆଗକୁ ସତ ହେବାକୁ ଯାଉଛି । ତେବେ କହି ରଖୁଛୁ ଯେ, ଆର୍ଥିକ ସଙ୍କଟ ମଧ୍ୟରେ ଦେଶ ତଥା ବିଦେଶର ବହୁ ନାମିଦାମୀ କମ୍ପାନୀ ହଜାର ହଜାର କର୍ମଚାରୀଙ୍କ ଛଟେଇ କରୁଛନ୍ତି । ଏଲନ ମସ୍କ ଟ୍ବିଟରକୁ ନିଜ ଅଧୀନକୁ ନେବା ପରେ 2022 ଅକ୍ଟୋବରରେ ପ୍ରଥମେ ଛଟେଇ ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-ହିଣ୍ଡନବର୍ଗ ପ୍ରଭାବରେ ଧରାଶାୟୀ ଆଦାନୀ ଗ୍ରୁପ, ୫୦ ହଜାର କୋଟି କ୍ଷତି ସହିଲାଣି LIC

ଏହାପରେ ଆମାଜନ ଡଟ୍ ଇନ୍, ମାଇକ୍ରୋସଫ୍ଟ କର୍ପୋରେଟ୍, ଗୁଗୁଲ୍, ବାଇଜସ୍, ଡିଜନୀ, ଡେଲ୍ ଭଳି କମ୍ପାନୀ ଛଟେଇ ଆରମ୍ଭ କରିଥିଲେ । ବିଶେଷ କରି ଟେକ୍ନୋଲୋଜି କମ୍ପାନୀଗୁଡିକର କର୍ମଚାରୀ ଏହି ଛଟେଇର ଶିକାର ହୋଇଛନ୍ତି । ଇଣ୍ଡଷ୍ଟ୍ରିରେ ଚାକିରି ହ୍ରାସ ଉପରେ ନଜର ରଖୁଥିବା ଏକ ସାଇଟ୍ Layoffs.fyi ଅନୁଯାୟୀ, ପ୍ରାୟ 3 ଲକ୍ଷ କର୍ମଚାରୀ ଚାକିରି ହରାଇ ସାରିଲେଣି । ଯଦି ଏହିପରି ଛଟେଇ ଲାଗି ରହେ ତେବେ ଲୋକେ ଆଗକୁ ଘରୋଇ କମ୍ପାନୀରେ କାର୍ଯ୍ୟ କରିବାକୁ ଅମଙ୍ଗ ହେବେ । ଅନୁସନ୍ଧାନ ଅନୁସାରେ ଛଟେଇ କାରଣରୁ ଅଧିକାଂଶ ଲୋକେ ମାନସିକ ଚିନ୍ତାରେ ରହୁଛନ୍ତି । ଏହା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ।

ABOUT THE AUTHOR

...view details