ଓଡିଶା

odisha

Facebook Data Stolen: ସାବଧାନ ! ଲୁଟେରାଙ୍କ ଟାର୍ଗେଟରେ ପର୍ସନାଲ ଡାଟା

By

Published : Oct 8, 2022, 11:10 AM IST

ଆପଣ ଜଣେ ଫେସ୍‌ବୁକ୍ ବ୍ୟବହାରକାରୀ ହୋଇଥିଲେ ହୋଇଯାଆନ୍ତୁ ସତର୍କ(Facebook Data Stolen) । ବ୍ୟକ୍ତିଗତ ଡାଟା ଚୋରି ହେବା ନେଇ 10 ଲକ୍ଷ ବ୍ୟବହାରକାରୀଙ୍କୁ ସତର୍କ କରାଇଲା ଫେସ୍‌ବୁକ୍(Facebook Warned Users) । ଅଧିକ ପଢନ୍ତୁ

Facebook Data Stolen: ସାବଧାନ ! ଲୁଟେରାଙ୍କ ଟାର୍ଗେଟରେ ପର୍ସନାଲ ଡାଟା
Facebook Data Stolen: ସାବଧାନ ! ଲୁଟେରାଙ୍କ ଟାର୍ଗେଟରେ ପର୍ସନାଲ ଡାଟା

ସାନ ଫ୍ରାନ୍ସିସ୍କୋ: ବ୍ୟବହାରକାରୀଙ୍କୁ ସତର୍କ କରାଇଲା ଫେସ୍‌ବୁକ୍(Facebook Warned Users) । ବ୍ୟକ୍ତିଗତ ଡାଟା ଚୋରି ନେଇ 10 ଲକ୍ଷ ବ୍ୟବହାରକାରୀଙ୍କୁ ସତର୍କ କରାଇଛି କମ୍ପାନୀ(Facebook is warning 1 million users) । ଫେସ୍‌ବୁକ୍ ମାଲିକାନା ମେଟା ପ୍ଲାଟଫର୍ମ ଇନ୍କ(Meta Platforms Inc) ଏକ ଘୋଷଣାରେ କହିଛି ଯେ, ପ୍ରାୟ 10 ଲକ୍ଷ ଫେସବୁକ ବ୍ୟବହାରକାରୀଙ୍କ ଆକାଉଣ୍ଟ ଗୁଡିକର ବ୍ୟକ୍ତିଗତ ସୂଚନା ବିପଦରେ ଅଛି । ଏଥିରେ ବ୍ୟବହାରକାରୀଙ୍କ ପାସୱାର୍ଡ ଏବଂ ନାମ ଅନ୍ତର୍ଭୁକ୍ତ ।

ମେଟା କହିଛି ଯେ, ଆପଲ୍ ଇନ୍ ଏବଂ ଆଲଫାବେଟ୍ ଇନ୍କର(Alphabet Inc) ସଫ୍ଟୱେର୍ ଷ୍ଟୋର୍‌ରୁ ଡାଉନଲୋଡ୍ ହୋଇଥିବା କିଛି ଆପ୍ ଯୋଗୁଁ ଏହି ବ୍ୟବହାରକାରୀଙ୍କ ମୋବାଇଲ୍ ଫୋନର ସୁରକ୍ଷା ଦୁର୍ବଳ ହେବା କାରଣରୁ ଏହି ସୂଚନା ଚୋରି ହୋଇପାରେ । ଏଥିପାଇଁ କମ୍ପାନୀ ଏହି ଉପଭୋକ୍ତାମାନଙ୍କୁ ବିଜ୍ଞପ୍ତି ମଧ୍ୟ ପଠାଉଛି ।

ମେଟା ଶୁକ୍ରବାର ଘୋଷଣା କରିଛି ଯେ, ଏହା ଚଳିତ ବର୍ଷ 400 ରୁ ଅଧିକ ଭାଇରସ୍ ଚାଳିତ ଆପ୍ ଫ୍ଲାଗ୍ କରିଛି । ଏହି ଆପ ଗୁଡ଼ିକ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍(IOS) ଅପରେଟିଂ ସିଷ୍ଟମରେ ଅଛି । ଏହି ଆପ ଗୁଡ଼ିକ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଟାର୍ଗେଟ୍ କରନ୍ତି ଏବଂ ସେମାନଙ୍କର ଲଗଇନ୍ ସୂଚନା ଚୋରି କରିଥାନ୍ତି ବୋଲି ମେଟା କହିଛି ।

ଆପଲ୍ ଏବଂ ଗୁଗୁଲ୍‌କୁ ଦିଆଯାଇଥିବା ସୂଚନା

ମେଟା ଅନୁଯାୟୀ, ଡାଟା ଚୋରି ନେଇ କମ୍ପାନୀ ଗୁଗୁଲ୍ ଏବଂ ଆପଲ୍ ସହିତ ସୂଚନା ସେୟାର କରିଛି । ପରେ ଏହି ଆପଗୁଡିକ ଅନ୍‌ଇନଷ୍ଟଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଆପଲ୍ କହିଛି ଯେ, 400 ଟି ହାନୀକାରକ ଆପ୍ ମଧ୍ୟରୁ 45ଟି ଏହାର ଆପ୍ ଷ୍ଟୋର୍‌ରେ ଥିଲା, ଯାହା ବର୍ତ୍ତମାନ ହଟାଇ ଦିଆଯାଇଛି । ଗୁଗୁଲ୍ ଏହାର ପ୍ଲେ ଷ୍ଟୋରରୁ ଏହି ସମସ୍ତ ଆପ୍ ଡିଲିଟ୍ କରିଦେଇଥିବା କମ୍ପାନୀ କହିଛି ।

ଫଟୋ ଏଡିଟିଂ, ଗେମ୍ସ କିମ୍ବା ହେଲ୍‌ଥ ଟ୍ରାକିଂ ଆପ୍‌ ଗୁଡିକ ଫେକ୍

ଗ୍ଲୋବାଲ୍ ଥ୍ରେଟ୍ ବ୍ୟାଘାତର ମେଟା ନିର୍ଦ୍ଦେଶକ(director of global threat disruption at Meta) ଡେଭିଡ୍ ଆଗ୍ରାନୋଭିକ୍‌ଙ୍କ ଅନୁଯାୟୀ, ଏହି ଆପ ଗୁଡ଼ିକ ବ୍ୟବହାରକାରୀଙ୍କୁ ଫଟୋ ଏଡିଟର୍, ମୋବାଇଲ୍ ଗେମ୍ କିମ୍ବା ହେଲଥ୍ ଟ୍ରାକର୍ ଭାବରେ ଉପସ୍ଥାପନ କରନ୍ତି । ସାଇବର ଅପରାଧୀମାନେ ଜାଣନ୍ତି ଯେ, ଉପଭୋକ୍ତାମାନେ ଏହି ପରି ଆପ୍‌ଗୁଡିକର ବହୁଳ ବ୍ୟବହାର କରନ୍ତି, ତେଣୁ ସେମାନେ ଏହି ଉପାୟରେ ଲୋକଙ୍କୁ ଠକିବା ଆରମ୍ଭ କରିଦିଅନ୍ତି ।

ଏହି ଆପ୍ସ ମାଧ୍ୟମରେ, ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନା ଚୋରି କରିଥାନ୍ତି ସାଇବର ଲୁଟେରା । ଉପଭୋକ୍ତାମାନଙ୍କୁ ଫାନ୍ଦରେ ପକାଇବା ପାଇଁ ଏହା ଏକ ସହଜ କୌଶଳ । ଡେଭିଡଙ୍କ ଅନୁଯାୟୀ, ଏହି ଆପ୍ସର ଉପଭୋକ୍ତାମାନଙ୍କୁ ଫାନ୍ଦରେ ପକାଇବା ପାଇଁ ଗୋଟିଏ ସହଜ ଉପାୟ ହେଉଛି, ସମ୍ପୃକ୍ତ ଆପ୍‌କୁ ଡାଉନଲୋଡ୍ କରିବା ପରେ ପ୍ରଥମ ଥର ଏଣ୍ଟ୍ରି ପାଇଁ ଏହି ଆପ୍ସ ବ୍ୟବହାରକାରୀଙ୍କୁ ସେମାନଙ୍କର ଫେସବୁକ୍ ଆକାଉଣ୍ଟ ମାଧ୍ୟମରେ ଲଗ୍ଇନ୍ କରିବାକୁ କହିଥାଏ ।

ଏହା ଦ୍ବାରା ୟୁଜର୍ସଙ୍କ ନାମ ଏବଂ ପାସୱାର୍ଡ ସହଜରେ ଚୋରି ହୋଇଯାଇଥାଏ । ଡେଭିଡ୍ ୟୁଜର୍ସଙ୍କୁ ସତର୍କ କରାଇ କହିଛନ୍ତି ଯେ, ଯଦି କୌଣସି ଆପ୍ ତା'ର ଫିଚର୍ସ ବାବଦରେ ଅଧିକ ବିଜ୍ଞାପନ କରୁଛି କିମ୍ବା ଅନାବଶ୍ୟକ ବର୍ଣ୍ଣନା କରୁଛି, ତେବେ ଭାବିନେବେ ଯେ, ଏହା କୌଣସି ଭୁଲ୍ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବ । ତେଣୁ ଏପରି ସାଇବର୍ ଠକାମିରୁ ନିଜକୁ ଦୂରେଇ ରଖନ୍ତୁ ।

ABOUT THE AUTHOR

...view details