ସାନ ଫ୍ରାନ୍ସିକୋ: ଅନେକ ଇନଷ୍ଟାଗ୍ରା ୟୁଜର୍ସ ଅଭିଯୋଗ କରିଥିଲେ ଯେ ଆପ୍ ସେମାନେ ଫଲୋ କରୁନଥିବା ୟୁଜର୍ସଙ୍କ କଣ୍ଟେଣ୍ଟକୁ ଫିଡ଼୍(feed)ରେ ଦେଖାଉଛି । ଏହାର ଉତ୍ତରରେ ଇନଷ୍ଟାଗ୍ରାମ ମୁଖ୍ୟ ଆଦାମ ମୋଜେରି କହିଛନ୍ତି ଯେ ସମସ୍ତ ୟୁଜର୍ସଙ୍କ ପୋଷ୍ଟକୁ ସମର୍ଥନ କରିବା ଲାଗି କମ୍ପାନୀ 'continue to support photos' ଆରମ୍ଭ କରିଛି । ଅର୍ଥାତ୍ ୟୁଜର୍ସ ଫଲୋ ନ କରୁଥିବା ଅନ୍ୟ ୟୁଜର୍ସଙ୍କ ପୋଷ୍ଟକୁ ନିଜ ଫିଡ଼୍ରେ ଦେଖିପାରିବେ ।
ETV Bharat / science-and-technology
Insta FB Content: ଏହି ୟୁଜର୍ସଙ୍କ ପୋଷ୍ଟ ଅଧିକ ଦେଖାଇବ ଆପ୍ - ଇନଷ୍ଟାଗ୍ରାମରେ ଫଲୋ ନକରୁଥିବା ୟୁଜର୍ସଙ୍କ କଣ୍ଟେଣ୍ଟ
ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଫଲୋ ନକରୁଥିବା ୟୁଜର୍ସଙ୍କ କଣ୍ଟେଣ୍ଟ ଏବେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ତେବେ ଆପଣଙ୍କ ସହ ଏହା ହେଉଛି କି ? ଜାଣନ୍ତୁ ଏହାର କାରଣ
ମେଟା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ କମ୍ପାନୀ ୨୦୨୩ ଶେଷ ସୁଦ୍ଧା ସୁପାରିଶ ହୋଇଥିବା ଆକାଉଣ୍ଟର ଭିୱରସିପ ବଢାଇବା ପାଇଁ ଯୋଜନା ରଖିଛି । ଯାହାଦ୍ବାରା ଇନଷ୍ଟାଗ୍ରାମ ଓ ଫେସବୁକ୍ ବ୍ୟବହାର କରୁଥିବା ୟୁଜର୍ସ କିଛି ନିର୍ଦ୍ଦିଷ୍ଟ ଆକାଉଣ୍ଟର ପୋଷ୍ଟକୁ ଅଧିକ ଦେଖିପାରିବେ । ତେବେ ଏ ନେଇ ଟେକ୍ ଜିଆଣ୍ଟ ମାର୍କ ଜୁକରବର୍ଗ ସୂଚନା ଦେଇଛନ୍ତି ।
ଏ ନେଇ ଜୁକରବର୍ଗ କହିଛନ୍ତି ଯେ, "ଏବେ ଯେକୌଣସି ୟୁଜର୍ସଙ୍କ ଫେସବୁକ ଫିଡ଼୍ରେ ପ୍ରାୟ ୧୫ ପ୍ରତିଶତ କଣ୍ଟେଟ ଦେଖିବାକୁ ମିଳେ । ଇନଷ୍ଟାଗ୍ରାମ ଫିଡ୍ ଅପେକ୍ଷା ଫେସବୁକରେ AI ଦ୍ବାରା ୟୁଜର୍ସ ଅନୁସରଣ (Follow) କରୁଥିବା ଲୋକ, ଗୋଷ୍ଠୀ କିମ୍ବା ଆକାଉଣ୍ଟକୁ ଅଧିକ ବିଷୟବସ୍ତୁ ସୁପାରିଶ କରାଯାଏ ଏବଂ ଆମେ ଆଶା କରୁ ଯେ ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି ସଂଖ୍ୟା ଦ୍ବିଗୁଣିତ ହେବ ।"