ଓଡିଶା

odisha

ETV Bharat / science-and-technology

Facebook New Features: କ୍ରିଏଟର୍ସଙ୍କ ପାଇଁ ନୂଆ ପେଜ୍ ଫିଚର୍ସ ଆଣୁଛି ଫେସ୍‌ବୁକ୍ - କ୍ରିଏଟର୍ସଙ୍କ ପାଇଁ ନୂଆ ପେଜ୍ ଫିଚର୍ସ ଆଣୁଛି ଫେସ୍‌ବୁକ୍

ଫଲୋର୍ସଙ୍କ ସହ କ୍ରିଏଟରଙ୍କ ଯୋଗାଯୋଗକୁ ତ୍ବରାନ୍ବିତ କରିବା ପାଇଁ ମେଟା ମାଲିକାନା ଫେସବୁକ୍ ଏକ ନୂଆ ପେଜ୍ ଫିଚର୍ସ ଆଣିବାକୁ ଯାଉଛି(Facebook bringing New Pages features) । ଅଧିକ ପଢନ୍ତୁ

Facebook New Features: କ୍ରିଏଟର୍ସଙ୍କ ପାଇଁ ନୂଆ ପେଜ୍ ଫିଚର୍ସ ଆଣୁଛି ଫେସ୍‌ବୁକ୍
Facebook New Features: କ୍ରିଏଟର୍ସଙ୍କ ପାଇଁ ନୂଆ ପେଜ୍ ଫିଚର୍ସ ଆଣୁଛି ଫେସ୍‌ବୁକ୍

By

Published : Sep 22, 2022, 7:35 AM IST

ସାନ ଫ୍ରାନ୍ସିସ୍କୋ: ଫଲୋର୍ସଙ୍କ ସହ କ୍ରିଏଟରଙ୍କ ଯୋଗାଯୋଗକୁ ତ୍ବରାନ୍ବିତ କରିବା ପାଇଁ ମେଟା ମାଲିକାନା ଫେସବୁକ୍ ଏକ ନୂଆ ପେଜ୍ ଫିଚର୍ସ ଆଣିବାକୁ ଯାଉଛି(Facebook bringing New Pages features) । ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ କହିଛି ଯେ, ଏହି ନୂତନ ଫିଚର୍ସ ମାଧ୍ୟମରେ କ୍ରିଏଟର୍ସ ଅନ୍ୟ ଜଣେ କ୍ରିଏଟରଙ୍କୁ ଫଲୋ କରିବା ପାଇଁ ସେମାନଙ୍କ ଫଲୋର୍ସଙ୍କୁ ଇନଭାଇଟ୍ କରିପାରିବେ, ଯାହାଦ୍ବାରା କ୍ରିଏଟରମାନେ ପରସ୍ପରକୁ ସ୍ପଟ୍ କରିପାରିବେ ।

କମ୍ପାନୀ ଟ୍ୱିଟରରେ ଲେଖିଛି ଯେ, ‘‘ଆମେ ନୂତନ ଫିଚର୍ସ ଉପସ୍ଥାପନ କରୁଛୁ, ଯାହା ପେଜ ଗୁଡ଼ିକୁ ବ୍ୟବହାର କରୁଥିବା କ୍ରିଏଟରଙ୍କୁ ସେମାନଙ୍କ ପ୍ରଶଂସକଙ୍କ ସହ ସଂଯୋଗ କରିବାରେ ସାହାଯ୍ୟ କରିବ । ପ୍ଲାଟଫର୍ମ ଉଲ୍ଲେଖ କରିଛି ଯେ, ଏହାର ନୂତନ ରାଇଜିଂ କ୍ରିଏଟର ଲେବଲ୍ ବ୍ୟବହାରକାରୀଙ୍କ ପାଇଁ ବେସ୍ ସହାୟକ ହେବ । କମ୍ପାନୀ ଏହା ମଧ୍ୟ କହିଛି ଯେ, iOS ରେ କ୍ରିଏଟରମାନେ ସେମାନଙ୍କ ନାଭିଗେସନ୍ ବାରରେ ଏକ କମ୍ପୋଜର ଚୟନକର୍ତ୍ତା ଏକ ଷ୍ଟୋରୀ, ରିଲ୍ କିମ୍ବା ଲାଇଭ୍ କରିବାକୁ ସହଜରେ ଆକ୍ସେସ୍ କରିପାରିବେ ।

ଏହି ମାସରେ, ପ୍ଲାଟଫର୍ମ କମ୍ୟୁନିଟି ଚାଟ୍ ନାମକ ଏକ ନୂତନ ଫିଚର୍ସ ଘୋଷଣା କରିଛି, ଯାହା କମ୍ ସମୟରେ ଉପଭୋକ୍ତାମାନଙ୍କୁ ଉଭୟ ଫେସବୁକ୍ ଏବଂ ମେସେଞ୍ଜରରେ ଟେଷ୍ଟ, ଅଡିଓ ଏବଂ ଭିଡିଓ ମାଧ୍ୟମରେ ଯୋଗାଯୋଗ ପାଇଁ ସହାୟକ ହେବ । ମେଟା ସିଇଓ ମାର୍କ ଜୁକରବର୍ଗ କହିଥିଲେ ଯେ, ‘‘ଇଣ୍ଟ୍ରେଷ୍ଟ ସେୟାର କରୁଥିବା ଲୋକଙ୍କ ସହ ଯୋଡିହେବା ପାଇଁ କମ୍ପାନୀ ଏକ ନୂତନ ଫିଚର୍ କମ୍ୟୁନିଟି ଚାଟ୍ ପ୍ରସ୍ତୁତ କରୁଛି । କମ୍ୟୁନିଟି ଚାଟ୍ କେବଳ ଏକ ଗ୍ରୁପ୍ ମେମ୍ବରଙ୍କ ପାଇଁ ଉପଲବ୍ଧ ହେବ । କମ୍ୟୁନିଟି ଚାଟ୍‌ର ମେମ୍ବରମାନେ ଗ୍ରୁପ୍ ଆଡମିନ୍ କିମ୍ବା ମେଟାକୁ ମଧ୍ୟ ମେସେଜ୍ ରିପୋର୍ଟ କରିପାରିବେ, ବ୍ୟବହାରକାରୀଙ୍କୁ ବ୍ଲକ୍ କରିପାରିବେ କିମ୍ବା ଯେକୌଣସି ସମୟରେ ଚାଟ୍‌ରୁ ଲିଭ୍(Leave) ହୋଇପାରିବେ ।

ABOUT THE AUTHOR

...view details