ହାଇଦ୍ରାବାଦ:JEE ADVANCED 2023 ପରୀକ୍ଷା ଆସନ୍ତା 4 ଜୁନ୍ ରେ ହେବାକୁ ଯାଉଛି । ଏହି କମ୍ୟୁଟର ଭିତ୍ତିକ ପରୀକ୍ଷାକୁ ଦୁଇଟି ସିଫ୍ଟରେ ଦେବେ ଛାତ୍ରଛାତ୍ରୀ । ଏହି ପରୀକ୍ଷାର ସମୟ 6 ଘଣ୍ଟା ରହିଛି । ଚଳିତ ବର୍ଷ ମୋଟ 1.6 ଲକ୍ଷରୁ କମ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଛନ୍ତି । ପରୀକ୍ଷାରେ ପାସ୍ ହେବା ପାଇଁ ଦୁଇଟି ପର୍ଯ୍ୟାୟ ରହିଥିବାରୁ ଅଧିକାଂଶ ପରୀକ୍ଷାର୍ଥୀ ନହେବା ଭୟରେ ଆବେଦନ କରିନଥାନ୍ତି । ଏହି କାରଣରୁ, ଗତ 5 ବର୍ଷ ମଧ୍ୟରେ ପ୍ରାୟ 70 ହଜାରରୁ 1 ଲକ୍ଷ 10ହଜାର ପରୀକ୍ଷାର୍ଥୀ ଆବେଦନ ହିଁ କରିନାହାଁନ୍ତି । ଚଳିତ ବର୍ଷ ମଧ୍ୟ ପ୍ରାୟ 88000 ପ୍ରାର୍ଥୀ ଏହି ପରୀକ୍ଷା ପାଇଁ ଆବେଦନ କରିନାହାଁନ୍ତି, କିନ୍ତୁ 2019ରେ ଏହି ସଂଖ୍ୟା ସର୍ବନିମ୍ନ 71000 ଥିଲା ।
କୋଟାର ଶିକ୍ଷା ବିଶେଷଜ୍ଞ ଦେବ ଶର୍ମାଙ୍କ କହିବା ଅନୁସାରେ, ଯେଉଁମାନେ ଏହି JEE ଆଡଭାନ୍ସ ପରୀକ୍ଷା ଦିଅନ୍ତି ନାହିଁ, ସେମାନଙ୍କ ପାଇଁ ଏକ ପ୍ରକାର କ୍ଷତି ଅଟେ । JEE ମେନ୍ରେ ଯୋଗ୍ୟ ବିବେଚିତ ହୋଇ ମଧ୍ୟ ପରୀକ୍ଷା ଦେଇ ପାରିନଥିଲେ ଅଧିକାଂଶ ଛାତ୍ରଛାତ୍ରୀ । ଏଭଳି ପରିସ୍ଥିତିରେ ସେମାନେ IITରେ ଆଡମିଶନ କରିବାର ସୁଯୋଗ ମଧ୍ୟ ହରାଇଛନ୍ତି । ଦୁଇଟି ସୋପାନରେ ପରୀକ୍ଷା ହେଉଥିବାରୁ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଇଚ୍ଛାପ୍ରକାଶ କରୁ ନାହାନ୍ତି ।
JEE ମେନz ଆବେଦନ ଫର୍ମରେ ଏହି ପରିବର୍ତ୍ତନ କରାଯିବା ଆବଶ୍ୟକ:ବିଶେଷଜ୍ଞ ଦେବ ଶର୍ମା କହିଛନ୍ତି, "JEE ମେନ୍ ପରୀକ୍ଷା ମାଧ୍ୟମରେ ଛାତ୍ରମାନେ JEE ଆଡଭାନ୍ସଡ ପାଇଁ ମନୋନୀତ ହୋଇଥାଆନ୍ତି । ଏପରି ପରିସ୍ଥିତିରେ, ଜେଇଇ ମେନ୍ ପରୀକ୍ଷା ପାଇଁ ଅନଲାଇନ ଆବେଦନ ସମୟରେ, ଛାତ୍ରମାନଙ୍କୁ ପଚରାଯିବା ଉଚିତ ଯେ ସେମାନେ ପରୀକ୍ଷା ଦେବା ପାଇଁ ଉଚ୍ଛୁକ କି ନାହିଁ । ଏଭଳି ପରିସ୍ଥିତିରେ, JEE Mainର ଫଳାଫଳ ପରେ ଏହି ଛାତ୍ରଛାତ୍ରୀଙ୍କ ଅଲ୍ ଇଣ୍ଡିଆ ରାଙ୍କ୍ ସମାନ ରହିବା ଉଚିତ୍, କିନ୍ତୁ ସେମାନଙ୍କୁ ଯୋଗ୍ୟ ବିବେଚନା କରିବା ପରିବର୍ତ୍ତେ, କମ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଯୋଗ୍ୟ ବିବେଚିତ କରିବା ଉଚିତ ।"