ଓଡିଶା

odisha

ETV Bharat / science-and-technology

ୟୁରୋପୀୟ ୟୁନିଅନର ଗୋପନୀୟତା ଯାଞ୍ଚର ସମ୍ମୁଖୀନ ହେଲା Twitter

ୟୁରୋପୀୟ ୟୁନିଅନର(EU) ଗୋପନୀୟତା ଯାଞ୍ଚର ସମ୍ମୁଖୀନ ହୋଇଛି ଟ୍ବିଟର(Twitter facing privacy probe) । EU ପୂର୍ବତନ ସୁରକ୍ଷା ମୁଖ୍ୟ Peiter Mudge Zatkoଙ୍କ Whistleblower ଅଭିଯୋଗ ପରେ ଟ୍ୱିଟର ବର୍ତ୍ତମାନ ଗୋପନୀୟତା ଯାଞ୍ଚର ସମ୍ମୁଖୀନ ହୋଇଛି । ଅଧିକ ପଢନ୍ତୁ

By

Published : Aug 26, 2022, 9:22 AM IST

ୟୁରୋପୀୟ ୟୁନିଅନର ଗୋପନୀୟତା ଯାଞ୍ଚର ସମ୍ମୁଖୀନ ହେଲା Twitter
ୟୁରୋପୀୟ ୟୁନିଅନର ଗୋପନୀୟତା ଯାଞ୍ଚର ସମ୍ମୁଖୀନ ହେଲା Twitter

ଲଣ୍ଡନ: ୟୁରୋପୀୟ ୟୁନିଅନରେ(EU) ପୂର୍ବତନ ସୁରକ୍ଷା ମୁଖ୍ୟ Peiter Mudge Zatkoଙ୍କ Whistleblower(କୌଣସି ବ୍ୟକ୍ତିଙ୍କୁ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବାନେଇ ଦର୍ଶାଇବା) ଅଭିଯୋଗ ପରେ ଟ୍ୱିଟର ବର୍ତ୍ତମାନ ଗୋପନୀୟତା ଯାଞ୍ଚର ସମ୍ମୁଖୀନ ହୋଇଛି(Twitter facing privacy probe) । ଟ୍ୱିଟର ଆଞ୍ଚଳିକ ତଦାରଖ ସଂସ୍ଥା ଗୁଡ଼ିକୁ ବିଭ୍ରାନ୍ତ କରିଥିବା ନେଇ ଜାଟକୋ ଅଭିଯୋଗ କରିଥିଲେ । ଏହାପରେ ୟୁରୋପୀୟ ୟୁନିଅନରେ (EU) ଗୋପନୀୟତା ଯାଞ୍ଚର ସମ୍ମୁଖୀନ ହୋଇଛି ଟ୍ବିଟର(EU watchdogs begin privacy probe into Twitter) ।

ଟେକ୍‌କ୍ରଞ୍ଚ ଅନୁଯାୟୀ, ଆୟର୍ଲାଣ୍ଡର ଡାଟା ପ୍ରୋଟେକସନ୍ କମିଶନ(DPC) ଏବଂ ଫ୍ରାନ୍ସର କମିଶନ ନ୍ୟାସନାଲ୍ ଇନଫର୍ମାଟିକ୍ ଆଣ୍ଡ ଲିବର୍ଟେସ୍ (CNIL) whistleblower ଅଭିଯୋଗ ଉପରେ ଅନୁସନ୍ଧାନ କରୁଛନ୍ତି । "ଯଦି ଅଭିଯୋଗ ସତ ହୁଏ, ତେବେ ନିୟମ ଉଲ୍ଲଙ୍ଘନରେ ରଖାଯାଇଥିବା ସମସ୍ତ ସର୍ତ୍ତାବଳି ଲାଗୁ କରାଯିବ । ଏଥିସହ ପ୍ରକ୍ରିୟା(procedure)କୁ ମଧ୍ୟ ବହିଷ୍କୃତ କରାଯିବ’’ ବୋଲି ଫ୍ରାନ୍ସର ୱାଚଡଗ୍ କହିଛନ୍ତି ।

ଜାଟକୋ ଅଭିଯୋଗରେ କହିଛନ୍ତି ଯେ, 2022 ମସିହାର ପ୍ରାରମ୍ଭରେ, "Irish-DPC ଏବଂ French-CNIL ସମାନ ପ୍ରଶ୍ନ ପଚାରିବେ ବୋଲି ଆଶା କରାଯାଉଥିଲା ଏବଂ ଜଣେ ବରିଷ୍ଠ ଗୋପନୀୟତା କର୍ମଚାରୀ Mudge କହିଛନ୍ତି, ଟ୍ୱିଟର ମଧ୍ୟ ନିୟମ ଉଲ୍ଲଙ୍ଘନ କରିବାକୁ ଚେଷ୍ଟା କରୁଛି ।" ଜାନୁଆରୀରେ Mudge ବରଖାସ୍ତ ହେବା ପରଠାରୁ ଯଦି କୌଣସି ପରିସ୍ଥିତିରେ ପରିବର୍ତ୍ତନ ନହୁଏ, ତା’ହେଲେ ଏହାର ଅନେକ ମୌଳିକ ଉତ୍ପାଦର ଟ୍ୱିଟରର ଅବୈଧ କାର୍ଯ୍ୟ ବେଆଇନ୍ ଅଟେ ଏବଂ ଏହା ଏକ ନିର୍ଦ୍ଦେଶନାମା ଅନୁଯାୟୀ ହୋଇପାରେ ବୋଲି ସେ କହିଛନ୍ତି ।

ଏହି ସମୟରେ, ଟେସଲା ସିଇଓ ଏଲନ୍ ମସ୍କ(Tesla CEO Elon Musk) ଅଭିଯୋଗ କରିବା ପରେ ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ କମିଶନ(SEC) ଏହାର ବ୍ୟବହାରକାରୀ ମେଟ୍ରିକ୍ ବୁଝାଇବାକୁ ଟ୍ୱିଟରକୁ କହିଛନ୍ତି । ଆୟୋଗ ଟ୍ୱିଟରକୁ ଲେଖିଛନ୍ତି ଯେ, ଆମେ ଆପଣଙ୍କର ଆକଳନକୁ ଲକ୍ଷ୍ୟ କରିଛୁ, 2021 ଆର୍ଥିକ ବର୍ଷରେ ହାରାହାରି ମିଥ୍ୟା କିମ୍ବା ସ୍ପାମ୍ ଆକାଉଣ୍ଟ୍ mDAU ର 5 ପ୍ରତିଶତରୁ କମ୍ ପ୍ରତିନିଧିତ୍ୱ ଜାରି ରଖିଛି । SEC ଆହୁରି ମଧ୍ୟ କହିଛନ୍ତି ଯେ, ଦୟାକରି ଆକଳନଗୁଡିକର ଗଣନାରେ ବ୍ୟବହୃତ ପଦ୍ଧତି ଏବଂ ପରିଚାଳନା ଦ୍ବାରା ବ୍ୟବହୃତ ଅନ୍ତର୍ନିହିତ ବିଚାର ଏବଂ ଅନୁମାନକୁ ପ୍ରକାଶ କରନ୍ତୁ ।

ABOUT THE AUTHOR

...view details