ଓଡିଶା

odisha

ETV Bharat / science-and-technology

Meta CEO Mark Zuckerberg: ଇନଷ୍ଟାଗ୍ରାମ ବନ୍ଦ କରିବାକୁ ଜୁକରବର୍ଗଙ୍କୁ ଚେତାବନୀ, ଏହା କହିଲା UI - ମାର୍କ ଜୁକରବର୍ଗ

ଇନଷ୍ଟାଗ୍ରାମ ବନ୍ଦ କରିବା ପାଇଁ ମାର୍କ ଜୁକରବର୍ଗଙ୍କୁ ଚେତାବନୀ । ଜାଣନ୍ତୁ କଣ ରହିଛି କାରଣ ।

Meta CEO Mark Zuckerberg
Meta CEO Mark Zuckerberg

By

Published : Jun 9, 2023, 5:56 PM IST

ଲଣ୍ଡନ:ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗଙ୍କୁ ୟୁରୋପୀୟ ସଂଘ (EU)ର ଚେତବନୀ। ଇନଷ୍ଟାଗ୍ରାମ ବନ୍ଦ କରିବା ପାଇଁ ମାର୍କ ଜୁକରବର୍ଗଙ୍କୁ ଚେତାବନୀ ଦେଇଛି ୟୁରୋପୀୟ ସଂଘ । ଇନଷ୍ଟାଗ୍ରାମରେ ଶିଶୁଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଚେତାବନୀ ଦିଆଯାଛି । ନହେଲେ ପ୍ରତିବନ୍ଧକ ସାମ୍ନା କରିବାକୁ ପଡିବ ବୋଲି କୁହାଯାଇଛି। ଇନଷ୍ଟାଗ୍ରାମର ସୁପାରିଶରେ ଆଲଗୋରିଦମ ପେଡୋଫାଇଲର ନେଟୱାର୍କକୁ ଏହି ବିଷୟବସ୍ତୁକୁ ପ୍ରୋତ୍ସାହିତ କରୁଥିବା ନେଇ ଅଭିଯୋଗ ହୋଇଛି । କୁହାଯାଉଛି ଲୋକପ୍ରିୟ ଇମେଜ୍ ସେୟାରିଂ ପ୍ଲାଟଫର୍ମରେ ଶିଶୁ ଯୌନ ଶୋଷଣ କଣ୍ଟେଣ୍ଟ୍‌କୁ ବିକ୍ରି କରାଯାଉଛି ।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଷ୍ଟାନଫୋର୍ଡ ୟୁନିଭରସିଟି ଏବଂ ମାସାଚୁସେଟ୍ସ ଆମହର୍ଷ୍ଟ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ସହିତ ମିଶି ଇନଷ୍ଟାଗ୍ରାମ ଆକାଉଣ୍ଟର ଏହି ପ୍ରକାର ନେଟଓ୍ବର୍କର ଫର୍ଦ୍ଦାଫାସ କରିବା ପାଇଁ ଚେଷ୍ଟା କରିଥିଲେ । ୟୁଏଇର ଆଭ୍ୟନ୍ତରୀଣ ବଜାର ଅଧ୍ୟକ୍ଷ ଥିଏରି ବ୍ରେଟନ୍ ଏକ ଟୁଇଟ୍ କରି କହିଛନ୍ତି ଯେ ଶିଶୁ ସୁରକ୍ଷା ଉପରେ କମ୍ପାନୀର ଭୋଲେଣ୍ଟ୍ରିଂ କୋର୍ଡ କାମ କରୁନାହିଁ।

ଅନ୍ୟପଟେ ଏହାକୁ ନେଇ ଥିଏରି ବ୍ରେଟନ୍ ଟ୍ବିଟ କରି କହିଛନ୍ତି, "ମାର୍କ ଜୁକରବର୍ଗଙ୍କୁ ବର୍ତ୍ତମାନ ଏକ ସ୍ପଷ୍ଟୀକରଣ ଦେବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ଅଟେ। ମୁଁ ତାଙ୍କ ସହିତ ଜୁନ୍ 23 ରେ ମେନଲୋ ପାର୍କରେ ଥିବା META ର ମୁଖ୍ୟାଳୟରେ ଆଲୋଚନା କରିବି। ଅଗଷ୍ଟ 25 ପରେ ଡିଜିଟାଲ୍ ସେବା ଅଧିନିୟମ (DSA) ଅନୁଯାୟୀ, ମେଟାକୁ ବର୍ତ୍ତମାନ ପଦକ୍ଷେପ ପ୍ରଦର୍ଶନ କରିବାକୁ ପଡିବ। ନଚେଚ ପ୍ରତିବନ୍ଧକ ସାମ୍ନା କରିବାକୁ ପଡିବ।"

ଏହା ମଧ୍ୟ ପଢନ୍ତୁ: Whatsapp launched channel: ହ୍ବାଟ୍ସଆପ ଆଣିଲା ଚ୍ୟାନେଲ ଫିଚର, ଜାଣନ୍ତୁ କଣ ଏହାର ଫାଇଦା

ଶିଶୁ ଯୌନ ଶୋଷଣ ମେଟେରିଆଲ(CSAM)ର ପ୍ରସାରକୁ ରୋକିବାରେ ବିଫଳତା ସମ୍ପର୍କରେ DSAର ଅନୁପାଳନ କରିନଥିବାରୁ ଜରିମାନା ହୋଇପାରେ । ବାର୍ଷିକ କାରବାରର 6 ପ୍ରତିଶତ ଜରିମାନା ହୋଇପାରେ ବୋଲି କୁହାଯାଇଛି । WSJ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁଲସାରେ, ଇନଷ୍ଟାଗ୍ରାମ ଯୌନ ଶୋଷଣ ପୋଷ୍ଟ କରୁଥିବା ଆକାଉଣ୍ଟ ଏବଂ ଗୋଟିଏ ଟିମ୍‌କୁ ପ୍ରୋତ୍ସାହିତ କରିଛି ।

ଅନୁସନ୍ଧାନକାରୀମାନେ ଟ୍ୱିଟରରେ ଶିଶୁ ଯୌନ ଶୋଷଣ କଣ୍ଟେଣ୍ଟ ବିକ୍ରି କରୁଥିବା 128 ଟି ଆକାଉଣ୍ଟ୍ ପାଇଛନ୍ତି, ଯାହା ଇନଷ୍ଟାଗ୍ରାମରେ ମିଳିଥିବା ସଂଖ୍ୟାର ଏକ ତୃତୀୟାଂଶରୁ କମ୍ ଅଟେ । ମେଟା ଜର୍ଣ୍ଣାଲକୁ କହିଛି ଯେ ଏହି ରିପୋର୍ଟଗୁଡିକ ଉପରେ କାର୍ଯ୍ୟ କରିବାରେ ବିଫଳ ହୋଇଛି ଏବଂ ସମୀକ୍ଷା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ: WhatsApp New Updates: ହ୍ବାଟ୍ସଆପରେ ଚାଟିଂ କରିବା ଆହୁରି ହେବ ମଜାଦାର, ବଦଳିବ କିବୋର୍ଡ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details