ଓଡିଶା

odisha

By ETV Bharat Odisha Team

Published : Sep 23, 2023, 10:45 AM IST

ETV Bharat / science-and-technology

Borlaug Field Award Winner: ଇଟିଭି ଭାରତରେ ଓଡ଼ିଆ ବୈଜ୍ଞାନିକ ସ୍ବାତି ନାୟକ, ସ୍ବାମୀଙ୍କୁ ଦେଲେ ସଫଳତାର ଶ୍ରେୟ

ଓଡ଼ିଆ ଝିଅ ସ୍ବାତୀ ନାୟକଙ୍କୁ ଇ ବୋରଲର୍ଗ ଫିଲ୍ଡ ଆୱାର୍ଡ (E Borlaug Field Award 2023)ରେ ସମ୍ମାନିତ କରାଯାଇଛି । ସେ ପ୍ରଥମ ଓଡ଼ିଆ ବୈଜ୍ଞାନିକ ଭାବେ ନରମାନ ବୋରଲର୍ଗ ଆୱାର୍ଡ ହାତେଇବାରେ ସଫଳ ହୋଇଛନ୍ତି । ଇଟିଭି ଭାରତରେ ବଖାଣିଛନ୍ତି ସଫଳତାର କାହାଣୀ ।

ଓଡ଼ିଆ ବୈଜ୍ଞାନିକ ସ୍ବାତି ନାୟକଙ୍କୁ ଇ ବୋରଲର୍ଗ ଫିଲ୍ଡ ଆୱାର୍ଡ
ଓଡ଼ିଆ ବୈଜ୍ଞାନିକ ସ୍ବାତି ନାୟକଙ୍କୁ ଇ ବୋରଲର୍ଗ ଫିଲ୍ଡ ଆୱାର୍ଡ

ଓଡ଼ିଆ ବୈଜ୍ଞାନିକ ସ୍ବାତି ନାୟକଙ୍କୁ ଇ ବୋରଲର୍ଗ ଫିଲ୍ଡ ଆୱାର୍ଡ

ନୂଆଦିଲ୍ଲୀ:ଅନ୍ତରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ରରେ କାମ କରି ରାଜ୍ୟ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ବୈଜ୍ଞାନିକ। ଓଡ଼ିଆ ଝିଅ ସ୍ବାତୀ ନାୟକଙ୍କୁ ଇ ବୋରଲର୍ଗ ଫିଲ୍ଡ ଆୱାର୍ଡ (E Borlaug Field Award 2023)ରେ ସମ୍ମାନିତ କରାଯାଇଛି । ବିହନ ପ୍ରଣାଳୀ ଏବଂ ଉତ୍ପାଦ ପରିଚାଳନାରେ ଦକ୍ଷିଣ ଏସିଆର ଅଗ୍ରଣୀ ଦେଶ ଭାବରେ ବେଶ ଜଣାଶୁଣା ଭାରତ । ପୁଷ୍ଟିକର ଖାଦ୍ୟ ଏବଂ କ୍ଷୁଧା ଦୂର କରିବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରୁଥିବା ବୈଜ୍ଞାନିକମାନେ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।


ସେ ପ୍ରଥମ ଓଡ଼ିଆ ବୈଜ୍ଞାନିକ ଭାବେ ନରମାନ ବୋରଲର୍ଗ ଆୱାର୍ଡ ହାତେଇବାରେ ସଫଳ ହୋଇଛନ୍ତି । ଏଥିପାଇଁ ତାଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ତାଙ୍କର 7 ବର୍ଷର ଝିଅ ଥିବାବେଳେ ପରିବାରର ସହଯୋଗ ତାଙ୍କ ସହ ରହିଥିବା ସେ କହିଛନ୍ତି । ଏହାସହ ତାଙ୍କୁ ପ୍ରେରଣା ଦେବାରେ ସ୍ବାମୀଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି ଏହି ମହିଳା ବୈଜ୍ଞାନିକ । ଡକ୍ଟର ସ୍ବାତୀ ନାୟକ କହିଛନ୍ତି, "ଏହା ମୋ ପାଇଁ ଏକ ସମ୍ମାନଜନକ ବିଷୟ । ଏହି ସମ୍ମାନରେ କେବଳ 40 ବର୍ଷରୁ କମ୍ ବର୍ଗର ଲୋକଙ୍କୁ ସମ୍ମାନିତ କରାଯାଇଥାଏ । ଯେଉଁ ବୈଜ୍ଞାନିକମାନେ ଗ୍ରାଉଣ୍ଡ ଜିରୋରେ କାମ କରି ହିତାଧିକାରୀଙ୍କୁ ସହ ଆଲୋଚନା କରି ରିସର୍ଚ୍ଚ କରିଥାନ୍ତି ଏବଂ ତଥ୍ୟ ଅନୁସନ୍ଧାନ କରିଥାନ୍ତି ସେମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଏ । ଏହା ମଧ୍ୟ ମୋ ପାଇଁ ଏକ ସୁଯୋଗ, ଯେଉଁଠାରେ ମୁଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ମୋର କାର୍ଯ୍ୟ ପ୍ରଦର୍ଶନ କରିପାରିବି ।"

ଏହା ମଧ୍ୟ ପଢନ୍ତୁ:ପ୍ରଥମ ଓଡିଆ ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ ନରମାନ ବୋରଲଗ ଫିଲ୍ଡ ଆୱାର୍ଡ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଏହା ବି ପଢନ୍ତୁ...ଦେଶର ନାଁ ରୋଶନ କଲେ ରଶ୍ମି, ଚନ୍ଦ୍ରଯାନ-3ରେ କାମ କରି ଗୌରବ ଆଣିଲେ ଓଡ଼ିଆ ଝିଅ


ସେ ଅନ୍ତର୍ଜାତୀୟ ଧାନ ଅନୁସନ୍ଧାନ ପ୍ରତିଷ୍ଠାନ (IRRI)ର ଜଣେ ଗ୍ଲୋବାଲ ସାଇଣ୍ଟିଷ୍ଟ ଭାବେ ବେଶ ଜଣାଶୁଣା । ସ୍ବାତୀ ଦକ୍ଷିଣ ଏସିଆରେ ବିହନ ପ୍ରଣାଳୀକୁ ଆଗେଇ ନେବା ଦିଗରେ ପ୍ରଚେଷ୍ଟା ଜାରି ରଖିଛନ୍ତି । ସେ ଭାରତ ସମେତ ପଡୋଶୀ ଦେଶ ନେପାଳ ଏବଂ ବାଂଲାଦେଶରେ ମଧ୍ୟ କାମ କରୁଛନ୍ତି । ସେ ହିତାଧିକାରୀ ଏବଂ କୃଷକମାନଙ୍କ ସହିତ ନିରନ୍ତର ଯୋଗାଯୋଗ ଜାରି ରଖିଥିବା କହିଛନ୍ତି । ଏହାସହ ସେ ଆଫ୍ରିକାରେ ମଧ୍ୟ ଚାଲିଥିବା ଗବେଷଣାରେ ସାମିଲ ଥିବା ପ୍ରକାଶ କରିଛନ୍ତି ।


ଗତ 19 ତାରିଖରେ ଏହି ପୁରସ୍କାର ସମ୍ପର୍କରେ ଘୋଷଣା କରାଯାଇଥିବାବେଳେ ଅକ୍ଟୋବରରେ ପ୍ରଦାନ କରାଯିବ ବୋଲି ଜଣାପଡିଛି । 24 ଅକ୍ଟୋବରରେ ବୋରଲର୍ଗ ଆୱାର୍ଡ ସେରେମୋନି ହେବାକୁ ଥିବାବେଳେ ଏହି କାର୍ଯ୍ୟକ୍ରମରେ ଦକ୍ଷ ବୈଜ୍ଞାନିକମାନଙ୍କୁ ପୁରସ୍କୃତ କରାଯିବ ।

ABOUT THE AUTHOR

...view details