ଓଡିଶା

odisha

ETV Bharat / science-and-technology

ସ୍ପେସଏକ୍ସରେ କାମ କରିବେ 14 ବର୍ଷୀୟ ଇଞ୍ଜିନିୟର କାଇରାନ କ୍ବାଜି - 14 ବର୍ଷୀୟ ଇଞ୍ଜିନିୟର କାଇରାନ କ୍ବାଜି

ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ଏକ ସଫ୍ଟୱେୟାର ଇଞ୍ଜିନିୟରକୁ ନିଯୁକ୍ତ କରାଯାଇଛି । ଏହି ଇଞ୍ଜିନିୟର ଜଣେ ବୃଦ୍ଧ ନୁହଁନ୍ତି ବରଂ ଜଣେ ନାବାଳକ । ଯାହାଙ୍କ ବୟସ ମାତ୍ର 14 ବର୍ଷ । ଅଧିକ ପଢନ୍ତୁ

14 year old Kairan Quazi
14 year old Kairan Quazi

By

Published : Jun 12, 2023, 10:25 AM IST

ହାଇଦ୍ରାବାଦ:ଯଦି ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଅନୁନ୍ୟ ବୟସ ଦେଖାଯିବ ତାହାଲେ ସମସ୍ତଙ୍କ ବୟସ 22, 25 କିମ୍ବା 26 ବର୍ଷ ହୋଇଥିବ । ହେଲେ ଏହାରି ଭିତରେ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସରେ କାମ କରିବେ 14 ବର୍ଷୀୟ ବାଳକ । କାଇରାନ କ୍ବାଜି ନାମକ ଜଣେ 14 ବର୍ଷୀୟ ବାଳକ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କାର୍ଯ୍ୟ କରିବେ । ଆଜିକା ସମୟରେ ଯେତେବେଳେ 14 ବର୍ଷ ବୟସର ପିଲା ମୋବାଇଲ ଗେମ, କାର୍ଟୁନ ପଛରେ ଥାନ୍ତି ସେହି ବୟସରେ କାଇରାନ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତିଙ୍କ ସହ କାର୍ଯ୍ୟ କରିବେ ।

ବାସ୍ତବରେ, ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ଏକ୍ସ 14 ବର୍ଷ ବୟସ୍କ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଇଛି । ଏହି ନାବାଳକ ସ୍ପେସ୍ ଏକ୍ସର ସାକ୍ଷାତକାର ପାସ କରିଛି । ଏନେଇ କାଇରାନ କ୍ବାଜି ନିଜ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । ଲିଙ୍କଡଇନ ପୋଷ୍ଟରେ କାଇରାନ କ୍ୱାଜି ଲେଖିଛନ୍ତି, "ମୁଁ ଷ୍ଟାରଲିଙ୍କ ଇଞ୍ଜିନିୟରିଂ ଟିମରେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ ପୃଥିବୀର ସର୍ବୋତ୍ତମ କମ୍ପାନୀରେ ଯୋଗଦେଉଛି । ଏହି କମ୍ପାନୀ ସେହି ବିରଳ କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁଠି ମୋ ବୟସ ଦେଖିବା ପରିବର୍ତ୍ତେ ମୋ ଦକ୍ଷତା ଦେଖି ନିଯୁକ୍ତି ଦିଆଯାଇଛି । ଇଞ୍ଜିନିୟର ଚୟନ ଲାଗି କରାଯାଇଥିବା ଟେକ୍ନିକାଲ ଚାଲେଞ୍ଜିଂରେ ସେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସ୍ପେସଏକ୍ସରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରିବା ପାଇଁ କ୍ବାଜି ବେଶ ଉତ୍ସାହିତ ଥିବା ବେଳେ କମ୍ପାନୀକୁ ନିଜ ଟାର୍ଗେଟ ହାସଲ କରାଇବାରେ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି ।

କହିବାକୁ ଗଲେ ମାତ୍ର 2 ବର୍ଷ ବୟସରୁ କ୍ବାଜି ସମ୍ପୂର୍ଣ୍ଣ ବାକ୍ୟରେ କହିବା ଆରମ୍ଭ କରିଥିଲେ । ନାଟକ ବିଦ୍ୟାଳୟକୁ ଆସିବାବେଳେ ସେ ରେଡିଓରେ ଶୁଣାଯାଇଥିବା କାହାଣୀକୁ ଅନ୍ୟ ପିଲା ଏବଂ ଶିକ୍ଷକମାନଙ୍କୁ ବର୍ଣ୍ଣନା କରୁଥିଲେ, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । 11 ବର୍ଷ ବୟସରୁ କ୍ବାଜି କମ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ପାଠପଢା ଆରମ୍ଭ କରିଥିଲେ । ସାଣ୍ଟାକ୍ଲାରା ୟୁନିଭରସିଟିରୁ ସେ ଗ୍ରାଜୁଏଟ ହୋଇଛନ୍ତି । ମାତ୍ର 9 ବର୍ଷ ବୟସରେ ତାଙ୍କ ମାଆ ଏକ କମ୍ୟୁନିଟି କଲେଜରେ ତାଙ୍କ ନାମ ଲେଖାଇଥିଲେ । ଖବର ଏ କରେଣ୍ଟ ଆଫେୟାର୍ସକୁ ନେଇ ପିଲାବେଳୁ କ୍ବାଜିଙ୍କ ରୁଚି ରହିଥିଲା । ଆଜି ପରିଶ୍ରମ ବଳରେ ସେ ସ୍ପେସଏକ୍ସରେ କାର୍ଯ୍ୟ କରିବା ପାଇଁ ଇଞ୍ଜିନିୟର ଭାବେ ସଫଳ ହୋଇଛନ୍ତି । ସ୍ପେସଏକ୍ସରେ ଇଞ୍ଜିନିୟର ପଦ ପାଇଁ ମିଳିଥିବା ଅଫର ଲେଟରକୁ କ୍ବାଜି ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । ଗତ ବର୍ଷ କାଇରାନ୍ କ୍ୱାଜି ସାଇବର ଇଣ୍ଟେଲିଜେନ୍ସ ଫାର୍ମ Blackbird.AIରେ ମେସିନ୍ ଲର୍ନିଂ ଇଣ୍ଟର୍ଣ୍ଣ ଭାବରେ ପ୍ରାୟ 4 ମାସ କାମ କରିଥିଲେ । ବର୍ତ୍ତମାନ ସେ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସରେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ ମନୋନୀତ ହୋଇଛନ୍ତି ।

ABOUT THE AUTHOR

...view details