ହାଇଦ୍ରାବାଦ: ବିଲେନିୟର ଏଲନ ମସ୍କ ଗତ ଶୁକ୍ରବାର ଦିନ ଏକ୍ସର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟାଟବୋଟ ଗ୍ରୋକ ଲଞ୍ଚ କରିଥିଲେ । ଆମେରିକାରେ ଏହା ଲଞ୍ଚ କରାଯାଇଥିବା ବେଳେ ଆଜି ଠାରୁ ଏହାର ଫାଇଦା ଉଠାଇ ପାରିବେ ଭାରତୀୟ । Grok AIକୁ ବିକଶିତ କରିଛି xAI । ଏହା ହେଉଛି ମସ୍କଙ୍କର ଏଆଇ ଷ୍ଟାଟଅପ । ତେବେ ଗ୍ରୋକ ଏଆଇ ଲଞ୍ଚ କରିବା ପରେ ଏଲନ ମସ୍କ ଦାବି କରିଛନ୍ତି ଯେ, ଏହା ଓପନଏଆଇର ଚାଟଜିପିଟି ଠାରୁ ସର୍ବୋତ୍ତମ ।
ଗ୍ରୋକ ଏଆଇ ନିକଟରେ ସଠିକ ସମୟରେ ସଠିକ ସୂଚନା ପ୍ରଦାନ କରିବାର କ୍ଷମତା ରହିଥିବା କାରଣରୁ ଏହା ସବୁଠାରୁ ଚର୍ଚ୍ଚାରେ ରହିଛି । ଯାହାକି ଚାଟଜିପିଟି ନିକଟରେ ସମ୍ଭବ ନୁହେଁ । ଗ୍ରୋକ ଏଆଇକୁ ଭାରତ ସହିତ ଅନ୍ୟ 46ଟି ଦେଶରେ ମଧ୍ୟ ଲଞ୍ଚ କରାଯାଇଛି । ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲ୍ୟାଣ୍ଡ, ସିଙ୍ଗାପୁର, ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି ଅନେକ ଦେଶ ସାମିଲ ହୋଇ ରହିଛି । Grok AI ଚାଟବୋଟ ଏକ ଶୁଳ୍କ ଆଧାରିତ ଟୁଲ ଅଟେ । ଯାହାକୁ ଏକ୍ସର ପ୍ରିମିୟମ ପ୍ଲସ ସବସ୍କ୍ରାଇବର ହିଁ ବ୍ୟବହାର କରିପାରିବେ ।
X Premium+ୟୁଜର୍ସଙ୍କୁ ମିଳିବ ଏକ୍ସେସ: ଏଲନ ମସ୍କଙ୍କର ଗ୍ରୋକ ଏକ୍ସର ଆକ୍ସେସ ପ୍ରିମିୟମ ୟୁଜର୍ସଙ୍କୁ ହିଁ ମିଳିବ। ଭାରତରେ ଏକ୍ସ ପ୍ରିମିୟମ ପ୍ଲସର ମାସିକ ସବସ୍କ୍ରିପସନ 1300 ଟଙ୍କା ରହିଥିବା ବେଳେ ବାର୍ଷିକ ପ୍ଲାନର ଦାମ 13 ହଜାର 600 ଟଙ୍କା ରହିଛି । ଏହାକୁ ଓ୍ବେବ, ଆଇଓଏସ ଏବଂ ଆଣ୍ଡ୍ରୋଏଡ ଏହି 3ଟି ପ୍ଲାଟଫର୍ମରେ ବ୍ୟବହାର କରିପାରିବେ ୟୁଜର୍ସ ।