ଓଡିଶା

odisha

ETV Bharat / science-and-technology

ଟ୍ବିଟର କିଣି ପସ୍ତଉଛନ୍ତି ଏଲନ ମସ୍କ ! କହିଲେ ଖୁବ୍ ଯନ୍ତ୍ରଣାଦାୟକ - ଏଲନ ମସ୍କ ସାକ୍ଷାତକାର

ଟ୍ୱିଟର ଚଲାଇବା ଖୁବ୍ ଯନ୍ତ୍ରଣାଦାୟକ । ଏପରି କାର୍ଯ୍ୟବ୍ୟସ୍ତରେ ଥିଲି, ଅଫିସରେ ଶୋଇପଡିଛି କହିଲେ ଟ୍ବିଟର ମାଲିକ ଏଲନ ମସ୍କ । ଅଧିକ ପଢନ୍ତୁ

Elon Musk
Elon Musk

By

Published : Apr 12, 2023, 5:29 PM IST

ସାନ ଫ୍ରାନ୍ସିସ୍କୋ:ଲୋକପ୍ରିୟ ମାଇକ୍ରୋବ୍ଲଗିଂ ଆପ୍ ଟ୍ୱିଟରକୁ ମାଲିକାନାକୁ ନେଇ ପସ୍ତଉଛନ୍ତି ବିଶ୍ବର ଅରବପତି ଏଲନ ମସ୍କ । ଟ୍ବିଟର ଚଳାଇବା ବେଶ୍ କଷ୍ଟକର ବୋଲି ସ୍ବୀକାର କରିଛନ୍ତି ମସ୍କ । ବିବିସିକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, "ଟ୍ୱିଟର ଚଳାଇବା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ଯଦି ଉପଯୁକ୍ତ ପାତ୍ର ମିଳନ୍ତି, ତେବେ ତାଙ୍କୁ କମ୍ପାନୀ ବିକ୍ରି କରିଦେବି ।"

ସାକ୍ଷାତକାର ସମୟରେ ଟ୍ୱିଟରକୁ ନିଜ ଅଧୀନକୁ ନେଇ ଅନୁତାପ କରୁଛନ୍ତି କି ପ୍ରଶ୍ନର ଉତ୍ତରରେ ମସ୍କ କହିଛନ୍ତି ଯେ, "ଯନ୍ତ୍ରଣା ସ୍ତର ଖୁବ୍ ଅଧିକ, ଏହା କୌଣସି ପାର୍ଟି ନୁହେଁ ।" ସେହିପରି ସାକ୍ଷାତକାର ସମୟରେ ଯେତେବେଳେ ତାଙ୍କ କାର୍ଯ୍ୟକାଳ ବିଷୟରେ ପ୍ରଶ୍ନ କରାଯାଇଥିଲା, ସେ କହିଛନ୍ତି ଯେ, "ଏହା ବିରକ୍ତିକର ନୁହେଁ । କିନ୍ତୁ ଏକ ରୋଲର୍‌କୋଷ୍ଟର(ଏକ ସମୟରେ ହଠାତ୍ ପରିବର୍ତ୍ତନ) ଭଳି । ବାସ୍ତବରେ ଗତ କିଛି ମାସ ଚାପପୂର୍ଣ୍ଣ ପରିସ୍ଥିତି ଥିଲା । ବେଳେବେଳେ ମୁଁ କାର୍ଯ୍ୟ ବ୍ୟସ୍ତରେ ଅଫିସରେ ଶୋଇପଡିଛି ।" ତେବେ କମ୍ପାନୀ କିଣିବା ଠିକ୍ ନିଷ୍ପତ୍ତି ବୋଲି ଏଲନ ମସ୍କ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ପୁଣି ବଦଳିଲା ମସ୍କଙ୍କ ମନ: ଟ୍ବିଟର ଲୋଗୋରୁ ହଟିଲା ଡଗି, ବସିଲା ଚଢେଇ

ସେହିପରି ନିଜର ବିବାଦୀୟ ଟ୍ବିଟ୍‌କୁ ନେଇ ମସ୍କ କହିଛନ୍ତି, "ମୁଁ କିଛି ଟ୍ବିଟ୍ କରି ନିଜ ଗୋଡରେ କୁରାଡି ମାରିଛି । ମୋତେ ଲାଗେକି ସକାଳ 3ଟା ପରେ ମୋର ଟୁଇଟ୍ କରିବାଠାରୁ ଦୂରେଇ ରହିବା ଉଚିତ୍ ।" ସୂଚନା ଅନୁସାରେ, ଗତ ବର୍ଷ ଅକ୍ଟୋବରରେ ମସ୍କ 44 ବିଲିୟନ ଡଲାରରେ ଟ୍ୱିଟର କିଣିଥିଲେ । ଏହାପରେ ସେ କମ୍ପାନୀରେ ବ୍ୟାପକ ପରିବର୍ତ୍ତନ ଆଣିଥିଲେ । ଅଧିକାଂଶ ସମୟରେ ସେ ତାଙ୍କର ନିଷ୍ପତ୍ତିକୁ ନେଇ ୟୁଜର୍ସଙ୍କ ସମାଲୋଚନାର ଶିକାର ହୋଇଛନ୍ତି । ଟ୍ବିଟରରୁ କର୍ମଚାରୀଙ୍କୁ ଛଟେଇ କରିବା ହେଉ କି ଲୋଗୋ ପରିବର୍ତ୍ତନ ଅନେକ ସମୟରେ ସେ ଟ୍ରୋଲର ଶିକାର ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ଟ୍ବିଟର୍ ନୂଆ ନିୟମ, ଏଣିକି ଭେରିଫାୟାଡ୍ ଆକାଉଣ୍ଟ ପାଇବେ 'For You' ରେକମୋଣ୍ଡେସନ୍

ନିକଟରେ ଟ୍ବିଟର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି, ମସ୍କଙ୍କ ମାଲିକାଧୀନ 'X' ନାମକ ଆପ୍ ସହ ଟ୍ବିଟର୍ ମର୍ଜ ହୋଇଛି । ଆଗକୁ ଏହି ଦୁଇ ଆପ୍ ଏକାଠି ଦେଖିବାକୁ ମିଳିବ । ତେବେ ମସ୍କଙ୍କ ଏହି ଘୋଷଣା ପରେ ସେ ଟ୍ବିଟରକୁ ନିଜ ଅଧୀନରେ ରଖୁଛନ୍ତି ନା ଅନ୍ୟକାହାକୁ ବିକ୍ରି କରୁଛନ୍ତି ତା' ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚୟ ।

ABOUT THE AUTHOR

...view details