ହାଇଦ୍ରାବାଦ:ଚାଟ୍ଜିପିଟିର ବିକଳ୍ପ ଆଣିଲେ ବିଲେନିୟର ଏଲନ୍ ମସ୍କ । ଅରବପତିଙ୍କ କମ୍ପାନୀ xAI ଏଆଇ ଟୁଲ୍ ଗ୍ରୋକ୍ ଲଞ୍ଚ କରିଛି । ଗ୍ରୋକ୍ର ଅର୍ଥ ହେଉଛି ସହଜରେ କିଛି ଜିନିଷକୁ ବୁଝିପାରିବା । ସତ୍ୟ ଏବଂ ସଠିକ ସୂଚନା ଦେଉଥିବା ଏକ AI ମଡେଲ୍ ଲଞ୍ଚ କରିବାକୁ ଅନେକ ଦିନରୁ ଚାହୁଁଥିଲେ ଏଲନ ମସ୍କ । ଏହାସହ ସେ TruthGPT ନେଇ ମଧ୍ୟ ଅନେକ ସୂଚନା ପ୍ରଦାନ କରିଥିଲେ । ଏହାରି ଭିତରେ ମସ୍କଙ୍କ କମ୍ପାନୀ AI ଟୁଲ୍ ଲଞ୍ଚ କରିଛି । ଏହି AI ଟୁଲ୍ ଏକ ଇଞ୍ଜିନିୟର୍ ଗୋଷ୍ଠୀ ଦ୍ବାରା ତିଆରି କରାଯାଇଛି । ଯେଉଁମାନେ କି ଓପନ୍ ଏଆଇ, ଗୁଗଲ ଏବଂ ଡିପ୍ ମାଇଣ୍ଡ ଭଳି ଅନେକ ଜେନେରେଟିଭ ଏଆଇ ମଡେଲରେ କାର୍ଯ୍ୟ କରିସାରିଥିବା ନେଇ ରିପୋର୍ଟରେ କୁହାଯାଇଛି ।
ଏନେଇ ଏଲନ୍ ମସ୍କ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, "ଅନ୍ୟ ଭାଷା ମଡେଲ ତୁଳନାରେ xAI ର ଗ୍ରୋକ୍ ଅଧିକ କୌତୁହଳ ଏବଂ ସତ୍ୟ ଆଧାରିତ ତଥ୍ୟ ପ୍ରଦାନ କରିବ । ଆମର ଏହି ଟୁଲ୍ ୟୁଜର୍ସଙ୍କୁ କେବଳ ସତ୍ୟ ହିଁ କହିବ । ଗ୍ରୋକକୁ ପର୍ଯ୍ୟାପ୍ତ ପରିମାଣର କମ୍ପ୍ୟୁଟିଂ ସାବଧାନର ଆବଶ୍ୟକତା ରହିଛି । ବ୍ୟବସାୟ ପାଇଁ ଏକ ସହାୟକ ଟୁଲ୍ ଭାବରେ ଏହାକୁ ଡିଜାଇନ୍ କରାଯାଇଛି । ବର୍ତ୍ତମାନ ମହଜୁଦ ରହିଥିବା ଭାଷା ମଡେଲଗୁଡିକ ମଧ୍ୟରେ ଏଲନ୍ ମସ୍କ ତାଙ୍କର AI ଟୁଲକୁ ସର୍ବୋତ୍ତମ ବୋଲି ଦାବି କରିଛନ୍ତି । ଏହା ଚାଟ୍ଜିପିଟି ଏବଂ ଗୁଗୁଲର ବାର୍ଡ ତୁଳନାରେ ସର୍ବତ୍ତୋମ ବୋଲି ବର୍ଣ୍ଣନା କରିଛନ୍ତି।"
କିଭଳି ଚାର୍ଟଜିପିଟିରୁ ଅଲଗା ଗ୍ରୋକ: ଗ୍ରୋକରେ ୟୁଜର୍ସଙ୍କୁ ରିଅଲ ଟାଇମ ଏକ୍ସେସ୍ ମିଳିପାରିବ । କିନ୍ତୁ ଓପନ୍ AIର ଚାଟ୍ଜିପିଟିରେ ତାହା ସମ୍ଭବ ନୁହେଁ । କୁହାଯାଉଛି ଯେ, ଏହି ଟୁଲ୍ ଉପଭୋକ୍ତାମାନଙ୍କୁ ରିଅଲ୍ ଟାଇମ୍ ନ୍ୟୁଜ୍ ଅପଡେଟ୍ ଦେବ ଯେଉଁଥିରେ କୌଣସି ବ୍ୟବସାୟ ହେବ ନାହିଁ । ଏହା ବ୍ୟତୀତ ଜେନେରେଟିଭ ଏଆଇ ମଡେଲକୁ ଯଦି କୌଣସି ବେଆଇନ ପ୍ରସଙ୍ଗରେ ପ୍ରଶ୍ନ କରାଯାଏ, ତେବେ ତାହା କୌତୁକିଆ ଢଙ୍ଗରେ ପ୍ରଶ୍ନର ଉତ୍ତର ଦେବ । ଏଥିପାଇଁ ଏକ ସ୍ୱର ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହାର ଅର୍ଥ କୌଣସି ପ୍ରଶ୍ନ ପଚାରିଲେ ଉତ୍ତର ସ୍ୱରରେ ଦେବ ଗ୍ରୋକ ।