ଓଡିଶା

odisha

ETV Bharat / science-and-technology

Earth Like Planets: ନେପଚ୍ୟୁନ ପଛରେ ରହିଛି ପୃଥିବୀ ଭଳି ଗ୍ରହ - ଆଷ୍ଟ୍ରୋନୋମିକାଲ ଜୋର୍ନାଲ

ନେପଚ୍ୟୁନ ପଛରେ ରହିଛି ପୃଥିବୀ ଭଳି ଗ୍ରହ । ଏନେଇ ଜାପାନୀ ବୈଜ୍ଞାନିକମାନେ ଅନୁମାନ କରୁଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Earth Like Planets
Earth Like Planets

By ETV Bharat Odisha Team

Published : Sep 7, 2023, 10:55 AM IST

ହାଇଦ୍ରାବାଦ: ପୃଥିବୀ ପରି ଏକ ଗ୍ରହ ସନ୍ଧାନରେ ବିଶ୍ୱର ମହାକାଶ ଏଜେନ୍ସି ଗୁଡ଼ିକ ବ୍ରହ୍ମାଣ୍ଡର ପ୍ରତ୍ୟେକ କୋଣ ଅନୁକୋଣରେ ନିରନ୍ତର ସନ୍ଧାନ ଚଳାଇଛନ୍ତି । ଏହାରି ଭିତରେ ପୃଥିବୀ ଭଳି ଆଉ ଏକ ଗ୍ରହ ରହିଥାଇପାରେ ବୋଲି ଜ୍ୟୋର୍ତିବିଜ୍ଞାନୀମାନେ ଅନୁମାନ କରୁଥିବା ଖବର ସାମ୍ନାକୁ ଆସିଛି । ସୌରମଣ୍ଡଳର ନେପଚ୍ୟୁନ ପଛରେ ପୃଥିବୀ ଭଳି ଏକ ଗ୍ରହ ପ୍ଲାନେଟ ନାଇନ ରହିଥାଇପାରେ ବୋଲି ଜାପାନର ଜ୍ୟୋର୍ତିବିଜ୍ଞାନୀମାନେ ଅନୁମାନ କରିଛନ୍ତି । ତେବେ ଜ୍ୟୋର୍ତିବିଜ୍ଞାନୀମାନଙ୍କ ଏହି ମତ ଆଷ୍ଟ୍ରୋନୋମିକାଲ ଜୋର୍ନାଲରେ ଏହା ପ୍ରକାଶିତ ହୋଇଛି ।

ପ୍ରକାଶଥାଉକି, 2006 ମସିହାରେ ପ୍ଲୋଟୋକୁ ଛୋଟ ଗ୍ରହ ଭାବେ ଘୋଷଣା କରାଯାଇଥିଲା । ଏହାପରେ ପ୍ଲାନେଟ ନାଇନକୁ ନେଇ ତର୍କ ଆରମ୍ଭ ହେବା ସହିତ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ଓସାକାର କିଣ୍ଡୋଇ ବିଶ୍ବବିଦ୍ୟାଳୟର ଅନୁସନ୍ଧାନକାରୀ ସୋଫିଆ ଲାଇକାଓ୍ବା ଏହଂ ଜାପାନ ନ୍ୟାସନାଲ ଜ୍ୟୋର୍ତିବିଜ୍ଞାନ ପର୍ଯ୍ୟବେକ୍ଷଣ ବିଭାଗର ଟାକାସି ଇଟୋ କୁଇପର ବେଲେଟରେ ପୃଥିବୀ ପରି ଗ୍ରହର ସ୍ଥିତି ଅନୁମାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Chandrayaan-3: ପୁଣି ବିକ୍ରମ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କରାଇଲା ଇସ୍ରୋ, ହପ୍‌ ଟେଷ୍ଟ୍‌ରେ ପୁଣି ଛୁଇଁଲା ଚନ୍ଦ୍ରପୃଷ୍ଠ

କୁଇପର ବେଲ୍ଟରେ ରହିଛି ନବଗ୍ରହ:ଏକ ମିଡିଆ ରିପୋର୍ଟ ଅନୁସାରେ, ଜାପାନର ଜ୍ୟୋତିର୍ବିଜ୍ଞାନୀମାନେ କହିଛନ୍ତି ଯେ କୁଇପର ବେଲ୍ଟରେ ନୂଆ ଗ୍ରହ ରହିଛି । ସୌରମଣ୍ଡଳର ଶେଷ ଗ୍ରହ ନେପଚ୍ୟୁନକୁ ଅତିକ୍ରମ କରିବା ପରେ ସେଠାରେ କୁଇପର ବେଲ୍ଟ ଆରମ୍ଭ ହୋଇଥାଏ । ଏହି ବେଲ୍ଟ ଗୋଲାକାର ହୋଇଥିବା ବେଳେ ଏହା ପୁରା ସୌରମଣ୍ଡଳକୁ ଘେରି ହୋଇ ରହିଥାଏ । କୁଇପର ବେଲ୍ଟ ହେଉଛି ଏକ ଗୋଲ ଆକୃତିର ଅଞ୍ଚଳ, ଯାହାର ମଝିରେ ଫାଙ୍କ ରହିଥାଏ । ଏହା ନେପଚ୍ୟୁନର କକ୍ଷପଥ ନିକଟରୁ ସୂର୍ଯ୍ୟ ଯାଏଁ ବିସ୍ତାରିତ ହୋଇଛି । ଏହା ଏକ ବୃହତ୍ତ ବଳୟ, ଯେଉଁଥିରେ ଛୋଟ ଛୋଟ ଡାର୍ଫ ଗ୍ରହ, ଆଷ୍ଟେରଏଡ, ମିଥେନ ଏବଂ ଆମେନିଆ ଭଳି ବରଫ ସଦୃଶ ଉପାଦାନ ଭରି ରହିଛି । ଜାପାନୀ ଅନୁସନ୍ଧାନକାରୀଙ୍କ ମତ ଅନୁସାରେ, ପ୍ଲାନେଟ ନାଇନ ପୃଥିବୀ ଠାରୁ 1.5ରୁ 3 ଗୁଣ ବଡ ଏବଂ ସୂର୍ଯ୍ୟ ଠାକୁ 500 ଆଷ୍ଟ୍ରୋନୋମିକାଲ ୟୁନିଟ ଦୂରରେ ରହିଛି ।

ଏହା ମଧ୍ୟ ପଢନ୍ତୁ: ଚନ୍ଦ୍ରରେ କେଉଁଠି ପାଦ ରଖିଥିଲା ଚନ୍ଦ୍ରଯାନ-3, ଫଟୋ ଉଠାଇ ପଠାଇଲା NASA ସାଟେଲାଇଟ

ତେବେ ଅନ୍ୟ ଏକ ମିଡିଆ ରିପୋର୍ଟରେ କୁହାଯାଇଛି ଯେ, ବିଶେଷଜ୍ଞମାନେ କହିଛନ୍ତି ଯେ କେବିପି ପୃଥିବୀଠାରୁ ତିନି ଗୁଣ ବଡ । କିନ୍ତୁ ଏଠାରେ ତାପମାତ୍ରା ଏତେ କମ ରହିଥିବାକୁ ଜୀବନସତ୍ତା ସମ୍ଭବ ହୋଇପାରିବ ନାହିଁ । କିନ୍ତୁ ଅନ୍ୟ କିଛି ରିପୋର୍ଟରେ କୁହାଯାଇଛି ଯେ, ଏହି ଗ୍ରହରେ ଜନବସତି ସମ୍ଭବ । ତେବେ ଦେଖିବାକୁ ବାକି ରହିଲା କେବେ ଏହି ଗ୍ରହ ବିଷୟରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details