ସାନ ଫ୍ରାନ୍ସିକୋ: ଗୁଗଲର ସେଲ୍ଫ ଡ୍ରାଇଭିଂ କାର ୟୁନିଟ ୱାୟାମୋ(WAYMO) ଖୁବଶୀଘ୍ର ଚାଳକ ବିହୀନ ଯାନବାହନ (Autonomous Vehicle)ର ଶୁଭାରମ୍ଭ କରିବାକୁ ଯାଉଛି । ଏକ ରିପୋର୍ଟ ଅନୁସାରେ ଗୁଗଲ ସ୍ପିନଅଫ କହିଛି ଯେ ଏପରି ଯାନ ଏବେ କେବଳ କର୍ମଚାରୀଙ୍କୁ ପାଇଁ ଉପଲବ୍ଧ ରହିଛି । ହେଲେ ଖୁବଶୀଘ୍ର କମ୍ପାନୀ ଏଭଳି ଯାନକୁ ଅନ୍ୟ କର୍ମଚାରୀଙ୍କ ପାଇଁ ଆରମ୍ଭ କରିବ । ପରେ ଆମେରିକାବାସୀ ଏହାର ସୁବିଧା ପାଇପାରିବେ ବୋଲି ୱାୟାମୋ କହିଛି ।
କମ୍ପାନୀ ଗିଲବର୍ଟ, ମେସା ଓ ଟେମ୍ପେ ଆଦି ଅଞ୍ଚଳ ନିକଟରେ ପ୍ରାୟ ୫ ବର୍ଷରୁ ଅଧିକ ସମୟ ଧରି ଏହି ଡ୍ରାଇଭରଲେସ ଯାନ ଚଳାଚଳ କରୁଛି । ଏବେ କମ୍ପାନୀ ନିଜ ସେବା କ୍ଷେତ୍ର ଫିନିକ୍ସ ସହରକୁ ଏଥିରେ ସାମିଲ କରିବାକୁ ଯାଉଛି । ରିପୋର୍ଟରେ କୁହାଯାଇଛି ଯେ ୱାୟାମୋ ଫିନିକ୍ସର ବାହାର ଅଞ୍ଚଳରେ ପ୍ରାୟ ୧ ବର୍ଷରୁ ଅଧିକ ସମୟ ଧରି କୌଣସି ସୁରକ୍ଷା ଚାଳକ ବିନା ସମ୍ପୂର୍ଣ୍ଣ ଭାବରେ ଅଟୋନୋମସ ଭେଇକଲ ରାଇଡ଼ କୁ ସଞ୍ଚାଳିତ କରୁଛି ।