ଓଡିଶା

odisha

ETV Bharat / science-and-technology

ସଫଳତାର ସହ ଭାରତର QRSAM ପରୀକ୍ଷଣ ଶେଷ: DRDO - ପରୀକ୍ଷା ସମାପ୍ତ କଲା ଭାରତ

ସଫଳତାର ସହ କ୍ବିକ୍ ରିଆକ୍ସନ ସର୍ଫେସଟୁ ଏୟାର ମିସାଇଲ(Quick Reaction Surface to Air Missile, QRSAM) ବିମାନ ପରୀକ୍ଷା ସମାପ୍ତ କଲା ଭାରତ । ଅଧିକ ପଢନ୍ତୁ

6 ଟି test-fires QRSAM ର ସଫଳ ପରୀକ୍ଷଣ କଲା DRDO ଓ ଭାରତୀୟ ସେନା
6 ଟି test-fires QRSAM ର ସଫଳ ପରୀକ୍ଷଣ କଲା DRDO ଓ ଭାରତୀୟ ସେନା

By

Published : Sep 8, 2022, 1:42 PM IST

Updated : Sep 9, 2022, 9:35 AM IST

ଚାନ୍ଦିପୁର: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ସଫଳତାର ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । କ୍ବିକ୍ ରିଆକ୍ସନ ସର୍ଫେସ ଟୁ ଏୟାର ମିସାଇଲ(Quick Reaction Surface to Air Missile, QRSAM)ର ସଫଳ ପରୀକ୍ଷଣ ସମାପ୍ତ କରିଛି ଭାରତ । ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ପ୍ରତିଷ୍ଠାନ (DRDO) ଏକ ନୂତନ ପରୀକ୍ଷଣରେ ସର୍ଫେସ୍-ଟୁ-ଏୟାର ମିସାଇଲ୍ ସିଷ୍ଟମ୍ (QRSAM) ର ଷଷ୍ଠ ବ୍ୟବହାରିକ ପରୀକ୍ଷଣ ଶେଷ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, DRDO ଏବଂ ଭାରତୀୟ ସେନା ମିଳିତ ଭାବେ ଏହି ପରୀକ୍ଷା କରିଥିଲେ । ଏହି କ୍ଷେପଣାସ୍ତ୍ର ସିଷ୍ଟମ ଓଡିଶା ଉପକୂଳ ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ITR)ରୁ ଉତକ୍ଷେପଣ କରାଯାଇଛି ।

ପରୀକ୍ଷା ପରେ, DRDO ପକ୍ଷରୁ କୁହାଯାଇଛି ଯେ, "ଆକାଶ ମାର୍ଗରେ ଶତ୍ରୁପକ୍ଷର ଆକ୍ରମଣକୁ ଟାର୍ଗେଟ କରି ଏହି ପରୀକ୍ଷା କରାଯାଇଥିଲା । ଏଥିମଧ୍ୟରେ ଦୀର୍ଘ ଦୂରଗାମୀ ମଧ୍ୟମ ଉଚ୍ଚତା, ସ୍ୱଳ୍ପ ଦୂରଗାମୀ ଉଚ୍ଚତା, ଯୁଦ୍ଧାଭ୍ୟାସ ଲକ୍ଷ୍ୟ ଏବଂ ଦୁଇଟି କ୍ଷେପଣାସ୍ତ୍ର ସହିତ ସାଲଭୋ ଲଞ୍ଚ ଅନ୍ତର୍ଭୁକ୍ତ ।" ଏହା ସହିତ ମିସାଇଲ୍ ସିଷ୍ଟମକୁ ଉଭୟ ଦିନ ଏବଂ ରାତିରେ ଉତକ୍ଷେପଣ ପାଇଁ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ଏହା ସଫଳ ହେବା ସହ ମିଶନର ସମସ୍ତ ଉଦ୍ଦେଶ୍ୟ ପୂରଣ ହୋଇଛି ବୋଲି DRDO କହିଛି ।

ଏହି କ୍ଷେପଣାସ୍ତ୍ର ସିଷ୍ଟମକୁ DRDO ଏବଂ ସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପରୀକ୍ଷା କରାଯାଇଥିଲା । ଏହି କ୍ଷେପଣାସ୍ତ୍ରଟି ସ୍ୱଦେଶୀ RF(Radio Frequency), ମୋବାଇଲ୍ ଲଞ୍ଚର୍, ସମ୍ପୂର୍ଣ୍ଣ ସ୍ୱୟଂଚାଳିତ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସିଷ୍ଟମ୍, ସିସିଟିଭି ଏବଂ ମଲ୍ଟି ଫଙ୍କସନ୍ ରାଡାର ସହିତ ଉତକ୍ଷେପଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ପ୍ରଣାଳୀରେ ଉଭୟ ଶତ୍ରୁ ଏବଂ ଅସ୍ତ୍ର ଖୋଜିବା ଏବଂ ଆକ୍ରମଣ କରିବାର କ୍ଷମତା ରଖିଛି । ଏଥିରେ ଥିବା ସ୍ୱଦେଶୀ ଉପକରଣ ଏହାକୁ ଏକ ଭିନ୍ନ ପରିଚୟ ଦେଇଥାଏ ।

ଏହା ଶତ୍ରୁପକ୍ଷ ଉପରେ ଗୁଳି ଚାଳନା କରିବା ପରେ ତା'ର ସ୍ଥିତିକୁ ତୁରନ୍ତ ଏବଂ ସ୍ବତଃପ୍ରବୃତ ଭାବେ ପରିବର୍ତ୍ତନ କରିବାର କ୍ଷମତା ରଖିଛି, ଯାହା ଦ୍ବାରା ଶତ୍ରୁପକ୍ଷ ରାଡାର ଏହାକୁ ସହଜରେ ଧରି ପାରିବ ନାହିଁ । ଏପରିକି କମ୍ ଉଚ୍ଚତାରେ ରାଡାର ଦ୍ବାରା ଦୃଷ୍ଟିଗୋଚର ହେଉନଥିବା ଥିବା ଅସ୍ତ୍ରଶସ୍ତ୍ରକୁ ମଧ୍ୟ ଠାବ କରି ଲକ୍ଷ୍ୟଭେଦ କରିପାରିବ । QRSAM ର ସଫଳ ପରୀକ୍ଷଣ ପରେ ଏହାକୁ ଭାରତୀୟ ସ୍ଥଳ ସେନାରେ ନିୟୋଜନ ପାଇଁ ଯୋଜନା ଚାଲିଛି । DRDO ଅନୁଯାୟୀ, ବର୍ତ୍ତମାନ QRSAM ରେ 90% ସ୍ୱଦେଶୀ ଉପାଦାନ ଅଛି, ଯାହା 99% କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।

Last Updated : Sep 9, 2022, 9:35 AM IST

ABOUT THE AUTHOR

...view details