ଓଡିଶା

odisha

By

Published : Feb 9, 2023, 10:07 AM IST

Updated : Feb 9, 2023, 10:39 AM IST

ETV Bharat / science-and-technology

ଛଟେଇ କରିବ Disney, ଚାକିରି ହରାଇବେ 7000 କର୍ମଚାରୀ

ଷ୍ଟ୍ରିମିଂ ସବ୍‌ସ୍କ୍ରାଇବର୍ ସଂଖ୍ୟା ହ୍ରାସ ପାଇବାରୁ 7 ହଜାର କର୍ମଚାରୀଙ୍କୁ ଛଟେଇ କରିବ ଡିଜନୀ । ଅଧିକ ପଢନ୍ତୁ

Disney
Disney

ସାନ୍ ଫ୍ରାନ୍ସିସ୍କୋ: ଘରୋଇ କମ୍ପାନୀର ଛଟେଇ ଅଭିଯାନରେ ଯୋଡି ହେବାକୁ ଯାଉଛି ମନୋରଞ୍ଜନ ଭିତ୍ତିକ ସଂସ୍ଥାନ ଡିଜ୍‌ନୀ । କମ୍ପାନୀ ଏକକାଳୀନ 7 ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ନେଇ ଘୋଷଣା କରିଛି । ଷ୍ଟ୍ରିମିଂ ସବ୍‌ସ୍କ୍ରାଇବର୍ ସଂଖ୍ୟା ହ୍ରାସ ପାଇବାରୁ ଡିଜନୀ ଏପରି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।

ଖବର ଅନୁସାରେ, କମ୍ପାନୀରେ ଖର୍ଚ୍ଚ ହ୍ରାସ ଏବଂ କାର୍ଯ୍ୟ ଢାଞ୍ଚାକୁ ପନଃ ସଂଗଠିତ କରିବା ପାଇଁ ଡିଜ୍‌ନୀ 7,000 କର୍ମଚାରୀଙ୍କ ଛଟେଇ କରିବାକୁ ଯୋଜନା କରୁଛି । ସମ୍ପ୍ରତି ତ୍ରୟମାସିକ ଇନକମ୍ ପରେ ଏହି ନିଷ୍ପତ୍ତି ଘୋଷଣା କରିଛି କମ୍ପାନୀ । ସମଗ୍ର ବିଶ୍ୱରେ କମ୍ପାନୀ ଅଧୀନରେ କାମ କରୁଥିବା 3.2 ପ୍ରତିଶତ କର୍ମଚାରୀ ଏହି ଛଟେଇରେ ପ୍ରଭାବିତ ହେବେ । ଗତ ନଭେମ୍ବରରେ କମ୍ପାନୀର ସିଇଓ ରବର୍ଟ ଇଗର୍ ପୂର୍ବତନ ସିଇଓ ବବ୍ ଚାପେକ୍‌ଙ୍କ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଖର୍ଚ୍ଚ କାଟିବା ଏବଂ ଛଟେଇ କରିବା ପାଇଁ ଯୋଜନା ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-6650 କର୍ମଚାରୀଙ୍କୁ ଛଟେଇ କରିବ Dell

ସେ କହିଛନ୍ତି ଯେ, "ବର୍ତ୍ତମାନ ବିଶ୍ୱରେ ଡିଜ୍‌ନୀରେ ପ୍ରାୟ 2.2 ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ପ୍ରଭାବିତ କର୍ମଚାରୀଙ୍କୁ ରିଲିଫ ପ୍ୟାକେଜ ଦିଆଯିବ କି ନାହିଁ ତାହା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇନାହିଁ । ମୁଁ ଏହି ନିଷ୍ପତ୍ତିକୁ ହାଲୁକା ଭାବେ ଗ୍ରହଣ କରୁନାହିଁ । ବିଶ୍ବବ୍ୟାପୀ ଆମର କର୍ମଚାରୀଙ୍କ ପ୍ରତିଭା ତଥା ଉତ୍ସର୍ଗୀକୃତ ସେବା ପାଇଁ ମୋର ବହୁତ ସମ୍ମାନ ଏବଂ ପ୍ରଶଂସା ରହିଛି ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ କମ୍ପାନୀରେ 5.5 ବିଲିୟନ ଡ଼ଲାରର ସଞ୍ଚୟକୁ ଟାର୍ଗେଟ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Byju's Layoffs: ଦ୍ବିତୀୟ ପର୍ଯ୍ୟାୟରେ ୨୫୦୦ କର୍ମଚାରୀଙ୍କୁ ଛଟେଇ, ସାମିଲ ଅଛନ୍ତି IIT ଛାତ୍ର

କହି ରଖୁଛୁ ଯେ, ଯୁକ୍ତରାଷ୍ଟ୍ର ତଥା ବିଶ୍ବର ଅନ୍ୟାନ୍ୟ ବୈଷୟିକ ସଂସ୍ଥାନରେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଛଟେଇ ପ୍ରକ୍ରିୟା ଜାରି ରହିଛି । ଟ୍ବିଟର, ମେଟା, ଗୁଗୁଲ୍‌, ଆମାଜନ ଭଳି ବହୁ ନାମିଦାମୀ କମ୍ପାନୀ କର୍ମଚାରୀଙ୍କ ଛଟେଇ କରିଛନ୍ତି । ଏହାରି ମଧ୍ୟରେ ଇ-କମର୍ସ ଇବେ ମଧ୍ୟ କର୍ମଚାରୀଙ୍କ ଛଟେଇ କରିବାକୁ ଘୋଷଣା କରିଛି । ଏଥିରେ ସମଗ୍ର ବିଶ୍ୱରେ 500ରୁ ଅଧିକ ଇବେ କର୍ମଚାରୀ ପ୍ରଭାବିତ ହେବେ । ସେହିପରି ଡେଲ୍ ଏବଂ ବାଇଜୁସ୍ ମଧ୍ୟ ଛଟେଇ ନେଇ ଘୋଷଣା କରିଛନ୍ତି । ଡେଲ୍ 6 ହଜାରରୁ ଊର୍ଦ୍ଧ୍ବ କର୍ମଚାରୀଙ୍କ ଛଟେଇ କରିବାକୁ ନିଷ୍ପତ୍ତି ନେଇ ଥିବାବେଳେ ୨୫୦୦ କର୍ମଚାରୀଙ୍କ ଛଟେଇ କରିବ ବାଇଜୁସ୍ । ।

Last Updated : Feb 9, 2023, 10:39 AM IST

ABOUT THE AUTHOR

...view details