ଓଡିଶା

odisha

ETV Bharat / science-and-technology

Parkinson disease: ଡାକ୍ତରଙ୍କ ସଫଳତା, ନୂଆ ଜୀବନ ପାଇଲେ ପାର୍କିନ୍ସନ୍ ରୋଗୀ

ଦିଲ୍ଲୀ ହସ୍ପିଟାଲରେ ଅପରେସନ ଦ୍ବାରା ପାର୍କିନ୍ସନ୍ ରୋଗୀ ପାଇଲେ ନୂଆ ଜୀବନ। ମସ୍ତିଷ୍କରେ 2ଟି କଣା କରାଯାଇ ଇଲେକ୍ଟ୍ରୋଡ୍ କରାଯାଇଥିଲା ଚିକିତ୍ସା। ଅଧିକ ପଢନ୍ତୁ

By

Published : Jun 1, 2023, 5:15 PM IST

Updated : Jun 1, 2023, 5:58 PM IST

Parkinson disease
Parkinson disease

ନୂଆଦିଲ୍ଲୀ:ଅପରେସନ ଦ୍ବାରା ପାର୍କିନ୍ସନ୍ ରୋଗୀ ପାଇଲେ ନୂଆ ଜୀବନ । ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲର ନ୍ୟୁରୋ ସର୍ଜରୀ ବିଭାଗରେ ପାର୍କିନ୍ସନ୍ ରୋଗରେ ପୀଡିତ 51 ବର୍ଷ ବୟସ୍କା ମହିଳାଙ୍କୁ ସର୍ଜରୀ କରାଯାଇ ନୂଆ ଜୀବନ ଦିଆଯାଇଛି । ଗତ 9 ବର୍ଷ ଧରି ମହିଳା ଜଣକ ପାର୍କିନ୍ସନ୍ ରୋଗରେ ପୀଡିତ ଥିଲେ । ଅଙ୍ଗରେ କଠିନତା, ଚାଲିବାରେ ସନ୍ତୁଳନ ନରହିବା ଦ୍ବାରା ଏହି ରୋଗକୁ ଚିହ୍ନଟ କରାଯାଇଥିଲା । ଏହାପରେ ପିଡୀତାକୁ ଔଷଧ ଦିଆଯିବା ସତ୍ତ୍ବେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିବର୍ତ୍ତେ ଅବନ୍ନତି ଦେଖିବାକୁ ମିଳୁଥିଲା । ତାଙ୍କୁ ଦିଆଯାଉଥିବା ଔଷଧ ଗୁଡ଼ିକରେ ମଧ୍ୟ ପାର୍ଶ୍ବପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

କିଛି ଦିନ ଭିତରେ ତାଙ୍କର ଚାଲିବା ବୁଲିବାରେ ଅସୁବିଧା ହେବାରୁ ସେ ବିଛଣାରୁ ଉଠିପାରିଲେ ନାହିଁ । ଏହି କାରଣରୁ ସେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏଭଳି ପରିସ୍ଥିତିରେ ମହିଳାଙ୍କୁ ଗଙ୍ଗାରାମ ଡାକ୍ତରଖାନାକୁ ଅଣାଯାଇଥିଲା । ଯେଉଁଠାରେ ତାଙ୍କୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା ଏବଂ ଡାକ୍ତରମାନେ ତାଙ୍କୁ ଡିପ୍‌ ବ୍ରେନ ଷ୍ଟିମୁଲେସନର ବିକଳ୍ପ କହିଥିଲେ ।

ଏନେଇ ନ୍ୟୁରୋ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଶ୍ରେୟ ଜୈନଙ୍କ କହିବା ଅନୁସାରେ, ଡିପ୍‌ ବ୍ରେନ ଷ୍ଟିମୁଲେସନର ଏକ ଅସ୍ତ୍ରପୋଚାର ଅଟେ । ଯାହାକି ପାର୍କିନ୍ସନ୍ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଅଟେ । ଏହି ପରିପ୍ରେକ୍ଷୀରେ, ଆମେ ମସ୍ତିଷ୍କର ସବ୍‌ଥାଲାମିକ୍ ନ୍ୟୁକ୍ଲିୟସକୁ ସକ୍ରିୟ କରିବା ପାଇଁ ଯୋଜନା କରିଥିଲୁ । ରୋଗକୁ ନିୟନ୍ତ୍ରଣ ଏବଂ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଆମେ ଏହି ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତ୍ତି ନେଇଥିଲୁ । ପାର୍କିନ୍ସନ୍ ରୋଗ, କମ୍ପନ, ଡିଷ୍ଟୋନିଆ ଭଳି ରୋଗରେ ଏହା ବିଶେଷ ଉପଯୋଗୀ । ଏହା କିଛି ମାତ୍ରାରେ ମାନସିକ ସ୍ଥିତିରେ ସୁଧାର ଆଣିଥାଏ । ତେବେ ଏହି ଅପରେସନ କରିବା ଦ୍ବାରା ରୋଗୀର ମାନସିକ କ୍ଷେତ୍ରରେ ଉନ୍ନତି ଆସିବା ସହ ମେମୋରି ଫେଲ୍‌ ହୋଇନଥାଏ ।"

ଡାକ୍ତର ଆହୁରି ମଧ୍ୟ କହିଛନ୍ତି, ମିନିମାଲି ଇନଭାସିଭ ଅପରେସନ ମନୁଷ୍ୟ ଜାଗ୍ରତ ରହିଥିବା ସମୟରେ କରାଯାଇଥାଏ। ମସ୍ତିଷ୍କରେ ଦୁଇଟି ଛୋଟ କଣା କରାଯାଇ ପ୍ରଥମେ ଇଲେକ୍ଟ୍ରୋଡ୍ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର ସମୟରେ, ରୋଗୀର ନିରନ୍ତର ପରୀକ୍ଷା ଏବଂ ମସ୍ତିଷ୍କ ଭିତରକୁ ଛଡ଼ା ଯାଇଥିବା ଇଲେକ୍ଟ୍ରୋଡ୍ ଉପରେ ନଜର ରଖାଯାଇଥିଲା । ସେହି ସମୟରେ ତାଙ୍କ କଥାବାର୍ତ୍ତା, ଆଖିର ଗତିବିଧି ଏବଂ ଅଙ୍ଗର କାର୍ଯ୍ୟକଳାପ ଉପରେ ନଜର ରଖାଯାଉଥିଲା । ସବୁଠାରୁ ଖୁସିର କଥା ଯେ, ସେହି ସମୟରେ ତାଙ୍କ ଲକ୍ଷଣ ଗୁଡିକରେ ମଧ୍ୟ ସୁଧାର ଆସିଥିଲା । ତେବେ ଅସ୍ତ୍ରୋପଚାର ସମୟରେ, ଗୋଟିଏ ସମୟରେ ମହିଳା ଜଣକ କଥା କହିବା ବନ୍ଦ କରିଦେଲେ, ତେଣୁ ଇଲେକ୍ଟ୍ରୋଡ୍ଗୁଡ଼ିକ ବଦଳାଗଲା । ଏହାପରେ ରୋଗୀ ପୁନର୍ବାର କଥା କହିବା ଆରମ୍ଭ କରିଥିଲେ । ଇଲେକ୍ଟ୍ରୋଡ୍‌ଗୁଡିକ ସଠିକ୍ ସ୍ଥିତିରେ ଅଛି କି ନାହିଁ ନିଶ୍ଚିତ କରିବା ପାଇଁ ଅସ୍ତ୍ରୋପଚାର ପରେ ଏକ ସିଟି ସ୍କାନ୍ ମଧ୍ୟ କରାଯାଇଥିଲା । ପରେ ପେସମେକର ପରି ଛାତିରେ କଣା କରାଯାଇ ଏକ ବ୍ୟାଟେରୀ ଭର୍ତ୍ତି କରାଯାଇଥିଲା ।

ଅସ୍ତ୍ରୋପଚାର ପରେ ରୋଗୀ ବହୁ ପରିମାଣରେ ସୁସ୍ଥ ହୋଇପାରିଥିବା ବେଳେ ଔଷଧରେ ମଧ୍ୟ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇ ନଥିଲା । ଏହାପରେ ସାଧାରଣ ଜୀବନଯାପନରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା । ଅସ୍ତ୍ରୋପଚାର ପରେ ଔଷଧର ମାତ୍ରା କମ କରାଯାଇଥିବା ବେଳେ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ କମ ହୋଇଥିଲା । ମହିଳାଙ୍କ କ୍ଷେତ୍ରରେ ଏଭଳି ଉନ୍ନତି ହୋଇପାରିବ ବୋଲି ଡାକ୍ତର ମଧ୍ୟ ଆଶା କରିନଥିବା କଥା କହିଛନ୍ତି । ଏହି ଅସ୍ତ୍ରୋପଚାର ଅସମ୍ଭବକୁ ମଧ୍ୟ ସମ୍ଭବ କରି ଦେଖାଇଛି ।

ତେବେ ପ୍ରକାଶଥାଉକି, ପାର୍କିନ୍ସନ୍ ରୋଗ ଏକ ମସ୍ତିଷ୍କ ବ୍ୟାଧି ରୋଗ ଅଟେ। ଏହି ରୋଗ ହେଲେ ଶାରୀରିକ ସନ୍ତୁଳନ ବଜାୟ ରହେ ନାହିଁ । ଏହିପରି ସମସ୍ୟାକୁ ପ୍ରୋଗ୍ରେସିଭ୍ ନ୍ୟୁରୋଡିଜେନେରେଟିଭ୍ ବ୍ୟାଧି ମଧ୍ୟ କୁହାଯାଏ । ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନଥିବା ବେଳେ କେବଳ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଥାଏ । ଏଭଳି ସ୍ଥିତିରେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲର ଡାକ୍ତର ଏକ ଚମତ୍କାର କରି ଡାକ୍ତରଙ୍କୁ ନୂଆ ଜୀବନ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 1, 2023, 5:58 PM IST

ABOUT THE AUTHOR

...view details