ନୂଆଦିଲ୍ଲୀ:ବିଶ୍ବରେ କମିନି କୋରୋନା କୋପ । ମହାମାରୀର ସ୍ଥିତି ଅପେକ୍ଷାକୃତ ସ୍ବାଭାବିକ ହୋଇଥିବା ବେଳେ ପୁଣି କୋଭିଡ଼ର ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି । ତେବେ କୋଭିଡ଼ର ନୂଆ ଭାରିଏଣ୍ଟ ବିପକ୍ଷରେ କୋଭାକ୍ସିନ ବୁଷ୍ଟର ଡୋଜ ପ୍ରଭାବଶାଳୀ ପ୍ରମାଣିତ ହୋଇଛି । ଟିକାର ବୁଷ୍ଟର ଡୋଜ ଶରୀରରେ ଆଣ୍ଟିବଡ଼ି କ୍ଷମତା ବୃଦ୍ଧି କରୁଛି ବୋଲି ଜଣାପଡ଼ିଛି । ତେବେ ଏ ନେଇ ICMR ଓ ଭାରତ ବାଓଟେକ୍ ଗବେଷଣା କରିବା ପରେ ସୂଚନା ଦେଇଛି ।
ଅଧ୍ୟୟନରେ ୫୧ ଜଣ ଅଂଶଗ୍ରହଣକାରୀଙ୍କୁ ସାମିଲ କରାଯାଇଥିଲା । ସେମାନେ ୨ ଡୋଜ କୋଭାକ୍ସିନ ଟିକା ନେଇସାରିବା ପରେ ତୃତୀୟ ଡୋଜ ଟିକା ନେଇଥିଲେ । ବୁଷ୍ଟର ଡୋଜ ନେଇ ସାରିଥିବା ବ୍ୟକ୍ତିଙ୍କ ଉପରେ ଓମିକ୍ରନର ସଂକ୍ରମଣ କ୍ଷମତା ଉପରେ ଗବେଷଣା କରାଯାଇଥିଲା । ଏହି ଗବେଷଣାର ରିପୋର୍ଟ ମାର୍ଚ୍ଚ ୨୪ ତାରିଖ Travel Medicine ପତ୍ରିକାରେ ପ୍ରକାଶିତ ହୋଇଛି । ଓମିକ୍ରନ ଭାରିଏଣ୍ଟ କ୍ଷେତ୍ରରେ ଏହା ପ୍ରଭାବଶାଳୀ ପ୍ରମାଣିତ ହୋଇଛି ।