ଓଡିଶା

odisha

ETV Bharat / science-and-technology

Countdown Begins: ଆଜି ମଧ୍ୟରାତ୍ରରେ ଉତକ୍ଷେପଣ ହେବ ଇସ୍ରୋର ଐତିହାସିକ LVM-3 ରକେଟ - ଇସ୍ରୋ ରକେଟ ଲଞ୍ଚ ନ୍ୟୁଜ

ଆଉ କିଛି ଘଣ୍ଟାର ଅପେକ୍ଷା, ଇତିହାସ ରଚିବ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ISRO) । ଆଜି(ଶନିବାର) ରାତି 12ଟା 7ରେ ଉତକ୍ଷେପଣ ହେବ ISRO ର ଭାରୀ ରକେଟ୍ 'LVM-3' । ଅଧିକ ପଢନ୍ତୁ

Countdown Begins: ଆଜି ମଧ୍ୟରାତ୍ରରେ ଉତକ୍ଷେପଣ ହେବ ଇସ୍ରୋର ଐତିହାସିକ ରକେଟ
Countdown Begins: ଆଜି ମଧ୍ୟରାତ୍ରରେ ଉତକ୍ଷେପଣ ହେବ ଇସ୍ରୋର ଐତିହାସିକ ରକେଟ

By

Published : Oct 22, 2022, 10:59 AM IST

ଚେନ୍ନାଇ: କାଉଣ୍ଟଡାଉନ୍ ଆରମ୍ଭ । ଆଉ କିଛି ଘଣ୍ଟା ପରେ ଇତିହାସ ରଚିବାକୁ ପ୍ରସ୍ତୁତ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ISRO) । ଆଜି(ଶନିବାର) ରାତି 12ଟା 7ରେ ISRO ର ଭାରୀ ରକେଟ୍ 'LVM-3' । ଏହି ରକେଟ୍ ନେଟୱାର୍କ ଆକ୍ସେସ୍ ଆସୋସିଏଟେଡ୍ ଲିମିଟେଡ୍ (OneWeb)ର 36ଟି ଛୋଟ ବ୍ରଡବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ ବହନ କରିବ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତିଶ ଧାୱନ ରକେଣ୍ଟ ସେଣ୍ଟରରୁ ଏହି ପରୀକ୍ଷଣ କରିବ ISRO । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଥିବା ସଂସ୍ଥାନ ପକ୍ଷରୁ କୁହାଯାଇଛି ।

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଅଧିକାରୀଙ୍କ ସୂଚନା ଅନୁଯାୟୀ, 43.5 ମିଟର ଉଚ୍ଚତା, 644 ଟନ୍ ଓଜନ LVM3 M2 ରକେଟ୍ ସେଣ୍ଟରର ପ୍ରଥମ ଦ୍ୱିତୀୟ ପ୍ୟାଡରୁ ଉତ୍‌କ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଛି । ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଛି । L110 ପର୍ଯ୍ୟାୟର ଗ୍ୟାସ୍ ଚାର୍ଜିଂ ଏବଂ ପ୍ରୋପେଲାଣ୍ଟ ଫିଲିଂ ଅପରେସନ୍ ମଧ୍ୟ କରାଯାଇଛି । ରକେଟ୍ ଏବଂ ସାଟେଲାଇଟ୍ ସିଷ୍ଟମ ଯାଞ୍ଚ କରାଯାଉଛି । ରକେଟରେ ଇନ୍ଧନ ଭର୍ତ୍ତି କରିବା କାର୍ଯ୍ୟ ମଧ୍ୟ ଚାଲିଛି ।

ଇସ୍ରୋ ଏକ ବିବୃତ୍ତି ଜାରି କରି କହିଛି ଯେ, 'LVM3-M2 / OneWeb India-1 ମିଶନ'ର ଶୁଭାରମ୍ଭ 22-23 ଅକ୍ଟୋବର ମଧ୍ୟରାତ୍ରରେ ଅର୍ଥାତ୍ ଶନିବାର ମଧ୍ୟରାତ୍ରରେ ଉତକ୍ଷେପଣ ହେବ, ଯାହାର କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ଉଲ୍ଲେଖନୀୟ କଥା ହେଉଛି, 'ୱାନୱେବ' ହେଉଛି ଏକ ଘରୋଇ ଉପଗ୍ରହ ଯୋଗାଯୋଗ କମ୍ପାନୀ । ଭାରତୀ ଏଣ୍ଟରପ୍ରାଇଜେସ୍ ୱାନୱେବର ଏକ ପ୍ରମୁଖ ନିବେଶକ ଏବଂ ଅଂଶୀଦାର ।

ଏହି ଅଭିଯାନ ବିଶ୍ୱ ବାଣିଜ୍ୟିକ ଉନ୍ମୋଚନ ସେବା କ୍ଷେତ୍ରରେ LVM-3 କୁ ଏକ ସ୍ୱତନ୍ତ୍ର ସ୍ୱୀକୃତି ଦେବ ବୋଲି ବିବୃତ୍ତିରେ କୁହାଯାଇଛି । ସ୍ପେସ୍ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ସେଣ୍ଟ୍ରାଲ୍ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NSIL) କହିଛି ଯେ ଏହା NSIL ମାଧ୍ୟମରେ LVM-3 ର ପ୍ରଥମ ବ୍ୟବସାୟିକ ଉନ୍ମୋଚନ ।

ଏହି ଉତକ୍ଷେପଣ ସହିତ LVM-3 ବିଶ୍ୱ ବାଣିଜ୍ୟିକ ଉପଗ୍ରହ ଉତକ୍ଷେପଣ ବଜାରରେ ପ୍ରବେଶ କରିବ । 'LVM-3' ପୂର୍ବରୁ 'GSLV Mk-3' ରକେଟ୍ ଭାବରେ ଜଣାଶୁଣା । ବାଙ୍ଗାଲୋରରେ ଥିବା ISRO ମୁଖ୍ୟାଳୟ କହିଛି ଯେ 'LVM-3-M2 / OneWeb India-1 ମିଶନ'ର ଶୁଭାରମ୍ଭ 23 ଅକ୍ଟୋବର (22 ଅକ୍ଟୋବର ମଧ୍ୟରାତ୍ର)ରେ ଭାରତୀୟ ସମୟ 12:07 ରେ ଧାର୍ଯ୍ୟ କରାଯାଇଛି ।

ଏହି ମାସ ଆରମ୍ଭରେ, ISRO କହିଛି ଯେ ସ୍ପେସ୍ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ପବ୍ଲିକ୍ ସେକ୍ଟର କେନ୍ଦ୍ରୀୟ ଉଦ୍ୟୋଗ (CPSE) ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NSIL) ବ୍ରିଟେନ ଭିତ୍ତିକ ନେଟୱାର୍କ ଆକ୍ସେସ୍ ଆସୋସିଏଟ୍ସ ସହିତ ଦୁଇଟି ଲଞ୍ଚ ସେବା ଚୁକ୍ତିନାମା ସ୍ୱାକ୍ଷର କରିଛି । ଏହି ଚୁକ୍ତିନାମା ଅନୁଯାୟୀ, ୱାନୱେବର ନିମ୍ନ କକ୍ଷପଥ(low earth orbit) ବ୍ରଡବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ LVM-3 ରକେଟ୍ ଦ୍ୱାରା ଉତକ୍ଷେପଣ କରାଯାଉଥିଲା ।

ABOUT THE AUTHOR

...view details