ଓଡିଶା

odisha

ETV Bharat / science-and-technology

ଆସିଲା ସାମସଙ୍ଗ ‘କର୍ଡ ମେଷ୍ଟ୍ରୋ’ ରେଫ୍ରିଜେରେଟରର ନୂଆ ମଡେଲ - Curd Maestro refrigerator

386 ଓ 407 ଲିଟର କ୍ଷମତାରେ ଉପଲବ୍ଧ ହେବ ସାମସଙ୍ଗ ‘କର୍ଡ ମେଷ୍ଟ୍ରୋ’ ରେଫ୍ରିଜେରେଟର । ଦହି ତିଆରି କରିବା ସହ ଏହାକୁ ସଂରକ୍ଷିତ କରିବ । ଏହାସହ 5ଇନ1 ଟେକ୍ନୋଲୋଜିରେ ହୋଇପାରିବ ରୂପାନ୍ତରିତ । ଅଧିକ ପଢ଼ନ୍ତୁ...

Samsung expands Curd Maestro refrigerator range, Curd Maestro refrigerator range in India, କର୍ଡ ମେଷ୍ଟ୍ରୋ ରେଫ୍ରିଜେରେଟର, Curd Maestro refrigerator, କର୍ଡ ମେଷ୍ଟ୍ରୋ ରେଫ୍ରିଜେରେଟର ନୂଆ ମଡେଲ
ସାମସଙ୍ଗ ‘କର୍ଡ ମେଷ୍ଟ୍ରୋ’ ରେଫ୍ରିଜେରେଟରର ନୂଆ ମଡେଲ

By

Published : Sep 8, 2020, 1:14 PM IST

Updated : Feb 16, 2021, 7:52 PM IST

ନୂଆଦିଲ୍ଲୀ: ବର୍ତ୍ତମାନ 386 ଓ 407 ଲିଟର କ୍ଷମତାରେ ଉପଲବ୍ଧ ହେବ ସାମସଙ୍ଗ ‘କର୍ଡ ମେଷ୍ଟ୍ରୋ’ ରେଫ୍ରିଜେରେଟର । ପୂର୍ବରୁ ଏହା 244, 265, 314 ଓ 336 ଲିଟର କ୍ଷମତାରେ ଉପଲବ୍ଧ ହେଉଥିଲା ।

2 ଷ୍ଟାର ସହ 386 କ୍ଷମତା ବିଶିଷ୍ଟ ରେଫ୍ରିଜେରେଟର 55,990 ଟଙ୍କାରେ ଉପଲବ୍ଧ ହେଉଥିବା ବେଳେ 3 ଷ୍ଟାର ମଡେଲ 56,990 ଟଙ୍କାରେ ଉପଲବ୍ଧ ହେଉଛି । ସେହିପରି 407 ଲିଟର କ୍ଷମତା ବିଶିଷ୍ଟ ମଡେଲ 61,990 ଟଙ୍କାରେ 2 ଷ୍ଟାର ଓ 63,990 ଟଙ୍କାରେ 3 ଷ୍ଟାର ଉପଲବ୍ଧ ହେବ । ନୂଆ କର୍ଡ ମେଷ୍ଟ୍ରୋରେ ରହିବ କିଛି ସ୍ବତନ୍ତ୍ର ଫିଚର ।

ସାମସଙ୍ଗ ‘କର୍ଡ ମେଷ୍ଟ୍ରୋ’ ରେଫ୍ରିଜେରେଟରର ନୂଆ ମଡେଲ

ସାମସଙ୍ଗ ଇଣ୍ଡିଆ, କନଜ୍ୟୁମର ଇଲେକ୍ରୋନିକ୍ସ ବିଜନେସର ବରିଷ୍ଠ ଉପସଭାପତି ରାଜୁ ପୁଲ୍ଲନ କହିଛନ୍ତି ଯେ, ‘‘ଆମ ରେଫ୍ରିଜେରେଟର ଗୁଡ଼ିକର ଅଧିକ କ୍ଷମତା ସମ୍ପନ୍ନ ମଡ଼େଲ ପାଇଁ ଅନେକ ସମୟ ଧରି ଖାଉଟି ଦାବି କରି ଆସୁଥିଲେ, କାରଣ ସେମାନେ କମ ଉଦ୍ୟମରେ ଅଧିକ ଷ୍ଟକ କରିବାକୁ ଚାହୁଁଥିଲେ ।’’

ଗ୍ରାହକମାନେ ଏକ ସୀମିତ ଅବଧି ଅଫର ପାଇପାରିବେ ଯେପରିକି 15 ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଏବଂ 990 ଟଙ୍କା ଠାରୁ ଆରମ୍ଭ ହେଉଥିବା ନ୍ୟୁନତମ EMI ।

କମ୍ପାନୀର କହିବାନୁସାରେ, ନ୍ୟାସନାଲ ଡାଏରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (NDRI) ‘କର୍ଡ ମେଷ୍ଟ୍ରୋ’ ମଡେଲରେ ଦହି ତିଆରି ପ୍ରକ୍ରିୟାକୁ ପରୀକ୍ଷା କରିବା ସହ ସୁପାରିଶ କରିଛି ।

ଏହା ପ୍ରତ୍ୟେକ ଥର ସମାନ ସ୍ଥିରତା ସହିତ ଦହି ତିଆରି କରିବାରେ ସାହାଯ୍ୟ କରେ ଏବଂ ବିଭିନ୍ନ ପାଣିପାଗ ଅବସ୍ଥାରେ ଦହି ତିଆରି କରିବାର ସମସ୍ତ ଅସୁବିଧାକୁ ଦୂର କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2021, 7:52 PM IST

ABOUT THE AUTHOR

...view details