ETV Bharat Odisha

ଓଡିଶା

odisha

ETV Bharat / science-and-technology

‘OTT ପ୍ଲାଟଫର୍ମରେ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରୁଛନ୍ତି ଭାରତୀୟ’ - OTT ପ୍ଲାଟଫର୍ମରେ ଚଳଚ୍ଚିତ୍ର

ଆପ ବିତରଣ ପ୍ଲାଟଫର୍ମ MoMogaic ଦ୍ବାରା ହୋଇଥିବା ଏକ ସର୍ଭେରୁ ଜଣା ପଡ଼ିଛି ଯେ ଭାରତୀୟମ ମାନେ ସାମାଜିକ ଦୂରତା ଓ ଲକଡାଉନ ସମୟରେ ଫିଲ୍ମ ହଲ୍‌ ଅପେକ୍ଷା ଓଟିଟି ପ୍ଲାଟଫର୍ମରେ ଫିଲ୍ମ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଅଧିକ ପଢ଼ନ୍ତୁ...

Indians prefer to watch movies on OTT platforms,  during the social distancing times, survey by MoMagic, OTT ପ୍ଲାଟଫର୍ମରେ ଚଳଚ୍ଚିତ୍ର, ଆପ ବିତରଣ ପ୍ଲାଟଫର୍ମ ମୋମାଜିକ
‘OTT ପ୍ଲାଟଫର୍ମରେ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରୁଛନ୍ତି ଭାରତୀୟ’
author img

By

Published : Jul 12, 2020, 1:04 AM IST

Updated : Feb 16, 2021, 7:51 PM IST

ନୂଆଦିଲ୍ଲୀ: ଆପ ବିତରଣ ପ୍ଲାଟଫର୍ମ ମୋମାଜିକ (MoMogaic) ଦ୍ବାରା କରାଯାଇଥିବା ସର୍ଭେରୁ ଜଣାପଡିଛି ଯେ ଅଧିକାଂଶ ଚଳଚ୍ଚିତ୍ର ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ଏହାର କାରଣ ହେଉଛି ଯେ ଲକଡାଉନ ଚଳଚ୍ଚିତ୍ର ସୁଟିଂ ବନ୍ଦ କରିଦେଲା । ଭାରତୀୟମାନେ ମଧ୍ୟ ଘର ଭିତରେ ରହି ଓଟିଟି ପ୍ଲାଟଫର୍ମରେ ଚଳଚ୍ଚିତ୍ର ଉପଭୋଗ କରିବାକୁ ପସନ୍ଦ କରୁଛନ୍ତି ।

in article image
‘OTT ପ୍ଲାଟଫର୍ମରେ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରୁଛନ୍ତି ଭାରତୀୟ’

ଓଟିଟି ପ୍ଲାଟଫର୍ମରେ ଚଳଚ୍ଚିତ୍ର ଦେଖୁଥିବା ଭାରତୀୟଙ୍କ ଉପରେ, ସାମାଜିକ ଦୂରତା ଏବଂ ଭାରତୀୟଙ୍କ ଦ୍ବାରା ଚଳଚ୍ଚିତ୍ର ଦେଖିବା ଉପରେ ମୋମାଜିକ ସର୍ଭେ କରିଛି ।

ମୋମାଜିକ ଟେକ୍ନୋଲୋଜିର ସିଇଓ ତଥା ପ୍ରତିଷ୍ଠାତା ଅରୁଣ ଗୁପ୍ତା କହିଛନ୍ତି ଯେ, ‘‘ପ୍ରାୟ 71 ପ୍ରତିଶତ ଉତ୍ତରଦାତା ଥିଏଟରରେ ଚଳଚ୍ଚିତ୍ର ଦେଖିବା ପାଇଁ ଟିକେଟର ମୂଲ୍ୟ ଏକ କାରଣ ବୋଲି କହିଛନ୍ତି, ଏବଂ ତା’ପରେ 27 ପ୍ରତିଶତ ଲୋକ କହିଛନ୍ତି ଯେ ଟିକେଟ ମୂଲ୍ୟ କୌଣସି କାରଣ ନୁହେଁ ।’’

ଏଥିସହ ଗୁପ୍ତା ଆହୁରି ମଧ୍ୟ କହିଛନ୍ତି ଯେ, ‘‘72% ଗ୍ରାହକ କହିଛନ୍ତି ଯେ ସେମାନେ ଫିଲ୍ମ ହଲ ଅପେକ୍ଷା ଘରେ ସେମାନଙ୍କର ପ୍ରିୟ ଫ୍ଲିକ୍ସ ଦେଖିବା ପାଇଁ ଏକ ବଡ଼ ସ୍କ୍ରିନ ଟିଭି ଏବଂ ହୋମ ଥିଏଟର କିଣିବାରେ ବିନିଯୋଗ କରିବେ।’’

@IANS

Last Updated : Feb 16, 2021, 7:51 PM IST

ABOUT THE AUTHOR

...view details