ଓଡିଶା

odisha

ETV Bharat / science-and-technology

ମଙ୍ଗଳ ଗ୍ରହ ଅଭିମୁଖେ ଦ୍ରୁତ ବେଗରେ ଅଗ୍ରସର ଚୀନର ରୋଭର ମିଶନ - ଚୀନର ମହାକାଶ ମିଶନ

ପ୍ରଥମ ଥରର ବିଫଳ ଚେଷ୍ଟା ପରେ ଚଳିତ ଥର ଚୀନ ଏକାକୀ ଏହି ବୀର ପ୍ରୟାସ କରିଛି । ଏହି ମିଶନରେ ଚୀନ ଏକାସାଙ୍ଗେ ଫାଷ୍ଟ-ଟ୍ରାକିଂ ଓ ଅର୍ବିଟର ଲଞ୍ଚିଂ କରିବାକୁ ଯାଉଛି । ତେବେ ବିଗତ କିଛି ଦଶନ୍ଧି ହେବ ଚୀନରେ ଅତି ଗୁପ୍ତ ଭାବେ ମହାକାଶ ବିଜ୍ଞାନରେ ଗବେଷଣା ପ୍ରକ୍ରିୟାରେ ବିକାଶ ହୋଇଥିବା ଦେଖାଯାଇଛି । ଅଧିକ ପଢନ୍ତୁ...

mars missioin, china's mars mission, china's rover mission, rover mission, china's space mission, latest space news, ମଙ୍ଗଳ ମିଶନ, ଚୀନର ମଙ୍ଗଳ ମିଶନ, ଚୀନର ରୋଭର ମିଶନ, ରୋଭର ମିଶନ, ଚୀନର ମହାକାଶ ମିଶନ, ଲାଟେଷ୍ଟ ମହାକାଶ ଖବର
ମଙ୍ଗଳ ଗ୍ରହ ଅଭିମୁଖେ ଦ୍ରୁତ ବେଗରେ ଅଗ୍ରସର ଚୀନର ରୋଭର ମିଶନ

By

Published : Jul 23, 2020, 8:43 PM IST

Updated : Feb 16, 2021, 7:51 PM IST

ବେଜିଂ: ଆରମ୍ଭ ହୋଇଛି ମଙ୍ଗଳ ଗ୍ରହକୁ ଚଳିତବର୍ଷର ଦ୍ବିତୀୟ ସ୍ପେଶକ୍ରାଫ୍ଟର ଯାତ୍ରା । ଚଳିତ ସପ୍ତାହ ଆରମ୍ଭରେ ୟୁଏଇ ନିଜର ପ୍ରଥମ ମଙ୍ଗଳ ଅଭିଯାନ ଜାପାନରୁ ଲଞ୍ଚ କରିଥିବା ବେଳେ ଗୁରୁବାର ଲଞ୍ଚ ହୋଇଛି ଚୀନରେ ମଙ୍ଗଳ ଯାତ୍ରାର ରୋଭର ମିଶନ । ସେହିପରି ଆଗକୁ ଆମେରିକା ନିଜର ବର୍ତ୍ତମାନ ସୁଦ୍ଧାର ସବୁଠାରୁ ଅଧିକ ବିକଶିତ ସ୍ପେଶ କ୍ରାଫ୍ଟ ପରବରଭରେନ୍ସ ରୋଭର ମିଶନକୁ ଲଞ୍ଚ କରିବାର ଯୋଜନା ରହିଛି ।

ତେବେ ଗୁରୁବାର ଲଞ୍ଚ ହୋଇଥିବା ଏହି ମିଶନଟି ଚୀନର ଏକ ବହୁ ପ୍ରତୀକ୍ଷିତ ମିଶନ । ମଙ୍ଗଳ ଗ୍ରହରେ ସ୍ପେଶ କ୍ରାଫ୍ଟ ଲଞ୍ଚ କରାଇବା ଅତି କଷ୍ଟକର ବ୍ୟାପାର ହୋଇଥିବା ବେଳେ ଏଥିରେ ଏପର୍ଯ୍ୟନ୍ତ କେବଳ ୟୁରୋପ, ଆମେରିକା ଓ ଭାରତ ସଫଳତା ହାସଲ କରିପାରିଛି । ଏହି ତାଲିକାରେ ନିଜ ନାମକୁ ସାମିଲ କରିବା ପାଇଁ ଚୀନ ପ୍ରୟାସ କରି ଏହି ରୋଭର ମିଶନ ଲଞ୍ଚ କରିଥିବା ଜଣା ପଡିଛି ।

ଏହି ମିଶନଟିର ନାମ ରହିଛି ତିଆନୱେନ-1 । ଏହି ସ୍ପେଶକ୍ରାଫ୍ଟଟିକୁ ଦୀର୍ଘତମ ମାର୍ଚ୍ଚ-5 କ୍ୟାରିଅର ରକେଟ ଦ୍ବାରା ହୈନାନ ଦ୍ବୀପରୁ ଲଞ୍ଚ କରାଯାଇଥିଲା ।

(ଭିଡିଓ-ଚୀନର ମଙ୍ଗଳ ମିଶନ)

ଉଭୟ ଅର୍ବିଟର ଓ ରୋଭର ଥିବା ଚୀନର ଟାଣ୍ଡେମ ସ୍ପେଶକ୍ରାଫ୍ଟଟି ଅନ୍ୟଙ୍କ ପରି ମଙ୍ଗଳ ଗ୍ରହରେ ପହଞ୍ଚିବା ପାଇଁ 7ମାସ ସମୟ ଲାଗିବ । ଯଦି ଯୋଜନା ମୁତାବକ ସବୁକିଛି ସଫଳ ହୁଏ ତେବେ ତିଆନୱେନ-1 ମଙ୍ଗଳଗ୍ରହର ଭୂପୃଷ୍ଠ ତଳେ ଜଳର ସ୍ଥିତି ଅନୁସନ୍ଧାନ କରିବାରେ ସଫଳ ହେବ । ଏଥିସହ ମଙ୍ଗଳଗ୍ରହରେ ଜୀବନର ସତ୍ତା ଅନୁସନ୍ଧାନ କରିବାରେ ମଧ୍ୟ ସଫଳତା ହାସଲ ହେବା ନେଇ ଚୀନ ଆଶା ପୋଷଣ କରିଛି ।

(ଫଟୋ- ବେଜିଂରେ ଆୟୋଜିତ ପ୍ରଦର୍ଶନୀରେ ମଙ୍ଗଳ ଗ୍ରହରେ ଲ୍ୟାଣ୍ଡ ହେବାକୁ ଥିବା କ୍ୟାପସୁଲକୁ ପହରା ଦେଉଛନ୍ତି କିଛି ସୁରକ୍ଷାକର୍ମୀ)

ମଙ୍ଗଳ ଗ୍ରହରେ ପହଞ୍ଚିବା ପାଇଁ ଏହା ଚୀନର ପ୍ରଥମ ପ୍ରୟାସ ନୁହେଁ । 2011 ମସିହାରେ ଋଷିଆର ସହାୟତାରେ ଚୀନ ନିଜ ପ୍ରଥମ ବିଫଳ ଚେଷ୍ଟା କରିସାରିଛି । ଏଥିରେ ଚାଇନିଜ ଅର୍ବିଟର ଏକ ଋଷିଆନ ମିଶନରେ ମଙ୍ଗଳ ଗ୍ରହର ଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ପୃଥିବୀର କକ୍ଷ ପରିତ୍ୟାଗ କରିବା ସମୟରେ ଏହି ସ୍ପେଶ କ୍ରାଫ୍ଟଟି ମହାକାଶରେ ହଜିଯାଇଥିଲା । କାଜାଖସ୍ତାନରୁ ହୋଇଥିବା ଏହି ମିଶନ ଲଞ୍ଚିଂର ପରିଣାମ ସ୍ବରୂପ ସ୍ପେଶକ୍ରାଫ୍ଟଟି ମହାକାଶରେ ହିଁ ଜଳି ପୋଡି ପାଉଁଶ ହୋଇଯାଇଥିଲା ।

ପ୍ରଥମ ଥରର ବିଫଳ ଚେଷ୍ଟା ପରେ ଚଳିତ ଥର ଚୀନ ଏକାକୀ ଏହି ବୀର ପ୍ରୟାସ କରିଛି । ଏହି ମିଶନରେ ଚୀନ ଏକାସାଙ୍ଗେ ଫାଷ୍ଟ-ଟ୍ରାକିଂ ଓ ଅର୍ବିଟର ଲଞ୍ଚିଂ କରିବାକୁ ଯାଉଛି । ତେବେ ବିଗତ କିଛି ଦଶନ୍ଧି ହେବ ଚୀନରେ ଅତି ଗୁପ୍ତ ଭାବେ ମହାକାଶ ବିଜ୍ଞାନରେ ଗବେଷଣା ପ୍ରକ୍ରିୟାରେ ବିକାଶ ହୋଇଥିବା ଦେଖାଯାଇଛି । ଏମିତିରେ 2003 ମସିହାରେ ୟାଙ୍ଗ ଲିୱେଇ ଚୀନର ପ୍ରଥମ ମହାକାଶଚାରୀ ପାଲଟିଥିଲେ । ସେହିପରି ଚେଞ୍ଜ-4 କୌଣସ ଦେଶର ପ୍ରଥମ ସ୍ପେଶକ୍ରାଫ୍ଟ ଭାବେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାରେ ଇତିହାସ ରଚିଥିଲା ।

(ଫଟୋ- ଦକ୍ଷିଣ ଚୀନର ହୈନାନ ପ୍ରାନ୍ତସ୍ଥିତ ଓ୍ବେଇଚାଙ୍ଗ ସ୍ପେଶ ଲଞ୍ଚ ସେଣ୍ଟରରୁ ମଙ୍ଗଳ ମିଶନ ଅଭିମୁଖେ ତିଆନୱେନ ବାହକ ଦୀର୍ଘତମ ମାର୍ଚ୍ଚ-5 ରକେଟ)

ଚୀନର ଆରମ୍ଭ ହୋଇଥିବା ମିଶନକୁ ନେଇ ୱାଶିଂଟନସ୍ଥିତ ହେରିଟେଜ ଫାଉଣ୍ଡେସନ ଚାଇନିଜ ଏରୋସ୍ପେଶ ପ୍ରୋଗ୍ରାମର ବିଶେଷଜ୍ଞ ଡିନ ଚେଙ୍ଗଙ୍କ କହିବା ଅନୁଯାୟୀ ଏହି ମିଶନରେ ଚୀନି ଗର୍ବ ଗୌରବର ବାହକ ।

ମଙ୍ଗଳ ଗ୍ରହରେ ଅବତରଣ କରିବା ନିଜ ଭିତରେ ହିଁ ଏକ ବହୁତ ବଡ ଚ୍ୟାଲେଞ୍ଜ । ଏଯାବତ୍‌ କେବଳ ଆମେରିକାରେ ମଙ୍ଗଳଗ୍ରହର ପୃଷ୍ଠରେ ଅବତରଣ କରିବାରେ ସକ୍ଷମ ହୋଇଛି । ସେପଟେ 1976ରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଆମେରିକା 7 ଥର ମଙ୍ଗଳ ମିଶନ ଆୟୋଜନ କରିସାରିଛି । ଚଳିତବର୍ଷ ଏହା ନିଜର 8ମ ମିଶନରେ ପରଜର୍ଭରେନ୍ସକୁ ଲାଲ୍‌ ଗ୍ରହ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହାପୂର୍ବରୁ ମଙ୍ଗଳ ଗ୍ରହ ଅଭିମୁଖେ ଯାତ୍ରା କରିଥିବା ନାସାର ଇନସାଇଟ ଓ କ୍ୟୁରିଓସିଟି ରୋଭର ଏବେ ବି ନିଜ କାର୍ଯ୍ୟ ଜାରି ରଖିଛନ୍ତି ।

ଏହା ବ୍ୟତୀତ ମଙ୍ଗଳ ଗ୍ରହର କକ୍ଷପଥରେ ଥାଇ 6ଟି ସ୍ପେଶକ୍ରାଫ୍ଟ ଅନୁଧ୍ୟାନ ଜାରି ରଖିଛନ୍ତି । ଏଥିରେ ଆମେରିକାର 3, ୟୁରୋପର 2 ଓ ଭାରତର ଗୋଟିଏ ସ୍ପେଶକ୍ରାଫ୍ଟ ସାମିଲ ରହିଛି । ସେପଟେ ଚଳିତବର୍ଷର ଅନ୍ୟ ଦୁଇ ମିଶନ ପରି ଚୀନ ମଧ୍ୟ ନିଜ ମଙ୍ଗଳ ମିଶନର ତଥ୍ୟକୁ ନିୟନ୍ତ୍ରଣାଧିନ ରଖିଛି ।

(ଫଟୋ- ବେଜିଂର ଏକ ପ୍ରଦର୍ଶନୀରେ ମଙ୍ଗଳ ଗ୍ରହରେ ରୋଭରର ଏକ ଦୃଶ୍ୟ ଦର୍ଶାଯାଇଛି)

ଚଳିତ ମାସ ନେଚର ଆଷ୍ଟ୍ରୋନୋମିରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଚୀନ ମିଶନର ମୁଖ୍ୟ ଇଞ୍ଜିନିୟର ୱାନ ୱେଇକ୍ସିଂ କହିଛନ୍ତି କି 2021 ମସିହା ଫେବୃଆରୀରେ ତିଆନୱେନ ମଙ୍ଗଳ ଗ୍ରହର କକ୍ଷ ପଥରେ ଅବତରଣ କରିବ । ଏହାପରେ ରୋଭରଟି ମଙ୍ଗଳ ଗ୍ରହର ଉଟୋପିଆ ପ୍ଲାନିଟିଆରେ ଲଞ୍ଚିଂ ପାଇଁ ପ୍ରସ୍ତୁତି ଆରମ୍ଭ କରିବ । ମଙ୍ଗଳ ଗ୍ରହରେ ଏହି ସ୍ଥାନରେ ଭୂପୃଷ୍ଠ ତଳେ ବରଫ ରହିଥିବାର ସନ୍ଧାନ କରିବା ସହଜ ହୋଇପାରିବା ନେଇ ନାସା ସୂଚନା ଦେଇ ସାରିଛି ।

ତେବେ ଫେବୃଆରୀରରେ ଚୀନର ଏହି ସ୍ପେଶକ୍ରାଫ୍ଟ ମଙ୍ଗଳ ଗ୍ରହର କକ୍ଷ ପଥରେ ପହଞ୍ଚିବା ପରେ ଏପ୍ରିଲ କିମ୍ବା ମେ ମାସରେ ଏହା ପୃଷ୍ଠରେ ଲ୍ୟାଣ୍ଡିଂ କରିବ । ଯୋଜନା ମୁତାବକ ଯଦି ସବୁକିଛି ଠିକ୍‌ ଚାଲେ ତେବେ ଗଲ୍ଫ କାର୍ଟ ସାଇଜ 240 କିଲୋଗ୍ରାମର ସୌର ଶକ୍ତି ଚାଳିତ ରୋଭରଟି ମଙ୍ଗଳ ଗ୍ରହରେ 3 ମାସ ଧରି କାର୍ଯ୍ୟକାରୀ ହେବ । ସେହିପରି ଅର୍ବିଟର 2 ବର୍ଷ ଯାଏଁ କାର୍ଯ୍ୟକାରୀ ହୋଇପାରିବ ।

ସେପଟେ 26 ମାସରେ ଥରେ ସୂର୍ଯ୍ୟ, ପୃଥିବୀ ଓ ମଙ୍ଗଳ ଗ୍ରହ ଗୋଟିଏ ପାର୍ଶ୍ସରେ ଆବସ୍ଥିତ ହେଉଥିବା ବେଳେ ଏହି ସମୟରେ ମଙ୍ଗଳ ଓ ପୃଥିବ ସବୁଠାରୁ ନିକଟତମ ଦୂରତାରେ ରୁହନ୍ତି । ତେଣୁ ଏହି ସମୟରେ ଅନେକ ମଙ୍ଗଳ ମିଶନ ଲଞ୍ଚିର ଯୋଜନା ଆରମ୍ଭ ହୋଇଥାଏ ।

(ଫଟୋ- ଆକାଶ ମାର୍ଗରେ ଦ୍ରୁତ ବେଗରେ ଆଗେଇ ଚାଲିଛି ଚୀନର ରୋଭର ମିଶନ)

ଚଳିତବର୍ଷର 3ଟି ମଙ୍ଗଳ ମିଶନକୁ ନେଇ ଆୟୋଜିତ ଏକ ଅନଲାଇନ ପ୍ୟାନେଲ ବୈଠକରେ ସ୍ପେଶ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଥୋମାସ ଜେଲିବୋର ଅତି ଉତ୍କୃଷ୍ଟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଚଳିତବର୍ଷର 3ଟି ମିଶନ ମଧ୍ୟରେ କୌଣସି ତୁଳନା ନାହିଁ । ପ୍ରତ୍ୟେକ ମିଶନ ଜ୍ଞାନ କୌଶଳ ଓ ବିଜ୍ଞାନର ଏକ ଅଦ୍ଭୂତ ନିଦର୍ଶନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2021, 7:51 PM IST

ABOUT THE AUTHOR

...view details