ଓଡିଶା

odisha

ETV Bharat / science-and-technology

ସବୁଠୁ ଲୋକପ୍ରିୟ ଚାଟ୍ ଜିପିଟି ଏଆଇ, ବହୁ ପଛରେ ଗୁଗୁଲ ବାର୍ଡ ଏବଂ ମାଇକ୍ରୋସଫ୍ଟ ବିଙ୍ଗ - What is Artificial Intelligence

ChatGPT topped list of most used chatbots: ଓପେନ ଏଆଇ ଦ୍ବାରା ବିକଶିତ ଚାଟ୍ ଜିପିଟି ଲୋକଙ୍କ ମଧ୍ୟରେ ଖୁବ୍ କମ ଦିନରେ ବେଶ ଲୋକପ୍ରିୟତା ହାସଲ କରିପାରିଛି । ତେବେ ଗୁଗୁଲର ଗୁଗୁଲ ବାର୍ଡ ଓ ମାଇକ୍ରୋସଫ୍ଟର ମାଇକ୍ରୋସଫ୍ଟ ବିଙ୍ଗ ଏ କ୍ଷେତ୍ରରେ ବହୁ ପଛରେ ପଡି ଯାଇଛନ୍ତି । ଅଧିକ ପଢନ୍ତୁ ।

ସବୁଠୁ ଲୋକପ୍ରିୟ ଚାଟ୍ ଜିପିଟି ଏଆଇ , ବହୁ ପଛରେ ଗୁଗୁଲ ବାର୍ଡ ଏବଂ ମାଇକ୍ରୋସଫ୍ଟ ବିଙ୍ଗ
ସବୁଠୁ ଲୋକପ୍ରିୟ ଚାଟ୍ ଜିପିଟି ଏଆଇ , ବହୁ ପଛରେ ଗୁଗୁଲ ବାର୍ଡ ଏବଂ ମାଇକ୍ରୋସଫ୍ଟ ବିଙ୍ଗ

By ETV Bharat Odisha Team

Published : Nov 17, 2023, 10:40 PM IST

ହାଇଦ୍ରାବାଦ:ଆଜିର ବିଜ୍ଞାନ ଯୁଗରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ବା ଏଆଇ ଏକ ନୂଆ ସେନସେଶନ ରୂପେ ଉଭା ହୋଇଛି । ଏହି ଏଆଇ ଟୁଲ୍ ଗୁଡିକୁ ବିଭିନ୍ନ ଉଦେଶ୍ୟରେ ବ୍ୟବହାର କରାଯାଇଥାଏ । ତେବେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ବା ଏଆଇ ଆଧାରିତ ଚାଟବଟ୍ ଲୋକଙ୍କ ମଧ୍ୟରେ ଖୁବ୍ କମ ଦିନରେ ବେଶ ଲୋକପ୍ରିୟତା ହାସଲ କରିପାରିଛି । ରାଇଟ୍ ବଡି ଏଆଇ ସଂସ୍ଥା ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣରେ ଚାଟ୍ ଜିପିଟି (ChatGPT) ଲୋକପ୍ରିୟ ଏଆଇ ଆପ୍ ତାଲିକାରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି । ସେପ୍ଟେମ୍ବର 2022 ରୁ ଅଗଷ୍ଟ 2023 ମଧ୍ୟରେ କରାଯାଇଥିବା ଏହି ସର୍ଭେରେ ମୋଟ୍ 50 ଗୋଟି ଚାଟ୍ ବଟ୍ ଆପ୍ ମଧ୍ୟରେ ଚାଟ୍ ଜିପିଟି ପ୍ରଥମ ସ୍ଥାନ ଅଧିକାର କରିଛି ।

ଏହା ମଧ୍ୟ ପଢନ୍ତୁ ...AI: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି କଣ ? ବାସ୍ତବରେ AIର ଆବଶ୍ୟକତା ରହିଛି କି ଜାଣନ୍ତୁ

ମିଳିଥିବା ତଥ୍ୟ ଅନୁସାରେ ଚାଟ୍ ଜିପିଟି (ChatGPT)କୁ ପ୍ରତି ମାସ ହାରାହାରି 1.5 ବିଲିୟନ ଜଣ ବ୍ୟକ୍ତିମାନେ ବ୍ୟବହାର କରିଥାନ୍ତି । ସେହିପରି ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ କ୍ୟାରେକ୍ଟର ଏଆଇ ରହିଛି ଯାହାକୁ ପ୍ରତି ବର୍ଷ 3.8 ବିଲିୟନ ୟୁଜର ମାନେ ବ୍ୟବହାର କରିଥାନ୍ତି । ଏ ଆଗ ଧାଡିର ଦୁଇ ଏଆଇ ଆପ୍ ମଧ୍ୟରେ ଆକାଶ ପାତାଳର ତଫାତ୍ ରହିଛି । ତେବେ ପୂର୍ବରୁ ଏକ ସର୍ବେକ୍ଷଣ ଅନୁଯାୟୀ ବ୍ୟବହାରକାରୀମାନେ ଚାଟ୍ ଜିପିଟି (ChatGPT) ତୁଳନାରେ କ୍ୟାରେକ୍ଟର ଏଆଇକୁ 8 ଗୁଣା ଅଧିକ ବ୍ୟବହାର କରୁଥିଲେ । ସେହିପରି ପ୍ରମୁଖ ଟେକ୍ କମ୍ପାନୀର ଏଆଇ ଆପ୍ ଯଥା ଗୁଗୁଲର ଗୁଗୁଲ ବାର୍ଡ ଓ ମାଇକ୍ରୋସଫ୍ଟର ମାଇକ୍ରୋସଫ୍ଟ ବିଙ୍ଗ ଏ କ୍ଷେତ୍ରରେ ବହୁ ପଛରେ ପଡି ଯାଇଛନ୍ତି । ଗୁଗୁଲ ଏହି ବର୍ଷ ଗୁଗୁଲ ବାର୍ଡ ଏଆଇକୁ ଲଞ୍ଚ କରିଥିବା ବେଳେ ଏହି ତାଲିକାରେ 241 ମିଲିୟନ ଜଣ ୟୁଜର ସହିତ ଷଷ୍ଠ ସ୍ଥାନରେ ରହିଛି । ସେହିପରି ମାଇକ୍ରୋସଫ୍ଟ ବିଙ୍ଗ ଏ ଶୀର୍ଷ ତାଲିକାରୁ ବାଦ୍ ପଡିଛି ।

ଏହା ମଧ୍ୟ ପଢନ୍ତୁ ...ଗୁଗୁଲର ନୂଆ ଅଲଟିଟ୍ୟୁଡ୍ ଟୁଲ୍, ଆତଙ୍କବାଦ ସମ୍ପର୍କିତ ଗତିବିଧିକୁ କରିବ ଠାବ

ବିଶ୍ବର ଟପ୍ 10 ଚାଟ୍ ବଟର ତାଲିକା:-

1. ଚାଟ୍ ଜିପିଟି

2. କ୍ୟାରେକ୍ଟର ଏଆଇ

3. କ୍ବିଲ୍ ବଟ୍

4. ମିଡ୍ ଜର୍ଣି

5. ହଗିଙ୍ଗ ଫେସ୍

6. ଗୁଗୁଲ ବାର୍ଡ

7. ନଭେଲ୍ ଏଆଇ

8. କ୍ୟାପ୍ କଟ୍

9 .ଜାନିଟର ଏଆଇ

10. ସିଭିଟାଇ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details