ଓଡିଶା

odisha

ETV Bharat / science-and-technology

OpenAIକୁ ସିଇଓ ଭାବେ ସାମ୍ ଅଲ୍ଟମ୍ୟାନଙ୍କ କମ୍ ବ୍ୟାକ୍ - ସାମ୍ କମବ୍ୟାକ୍

OpenAI (ଓପନଏଆଇ) ସାମ୍ ଆଲ୍ଟମ୍ୟାନଙ୍କ ବିଷୟରେ ଏକ ନୂଆ ଅପଡେଟ ସେୟାର କରିଛି। କମ୍ପାନି ଏହାର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ ସହ ଅଲ୍ଟମ୍ୟାନ କମ୍ପାନିକୁ ଫେରିବାର ଖବର ଦେଇଛି। ପୁଣି ଅଲ୍ଟମ୍ୟାନ ସିଇଓ ଭାବରେ ଫେରିଛନ୍ତି । ଅଧିକ ପଢନ୍ତୁ,

OpenAIକୁ ସିଇଓ ଭାବେ ପୁଣି ଫେରିଲେ ସାମ ଅଲ୍ଟମ୍ୟାନ
OpenAIକୁ ସିଇଓ ଭାବେ ପୁଣି ଫେରିଲେ ସାମ ଅଲ୍ଟମ୍ୟାନ

By ETV Bharat Odisha Team

Published : Nov 22, 2023, 5:36 PM IST

ସାନ ଫ୍ରାନ୍ସିସ୍କୋ (ଯୁକ୍ତରାଷ୍ଟ୍ର ଆମେରିକା):ସାମ ଆଲ୍ଟମ୍ୟାନଙ୍କ ବିଷୟରେ OpenAI (ଓପନଏଆଇ) ଏକ ନୂଆ ଅପଡେଟ ସେୟାର କରିଛି । କମ୍ପାନୀ ଏହାର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ଲାଟେଷ୍ଟ ପୋଷ୍ଟ ସହ ଅଲ୍ଟମ୍ୟାନଙ୍କ କମ୍ପାନୀକୁ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରିଛି । ସେ ସୂଚନା ଦେଇ କହିଛନ୍ତି, ଅଲ୍ଟମ୍ୟାନ ସିଇଓ ଭାବେ ପୁଣି ଫେରୁଛନ୍ତି । ସେପଟେ ପୁଣି କମ୍ପାନୀକୁ ଫେରିବା ନେଇ ଖୁସି ଜାହିର କରିଛନ୍ତି ଅଲ୍ଟମ୍ୟାନ ।

ଏକ୍ସର ଲାଟେଷ୍ଟ ପୋଷ୍ଟରେ OpenAI (ଓପନଏଆଇ) କହିଛନ୍ତି ଯେ ନୂତନ ବୋର୍ଡ ସହ ସାମ ଅଲ୍ଟମ୍ୟାନ କମ୍ପାନୀରେ ସିଇଓ ଭାବେ ପୁଣି କମ୍ପାନୀକୁ ଫେରୁଛନ୍ତି । ନୂତନ ପ୍ରାରମ୍ଭିକ ବୋର୍ଡ ସହ ସିଇଓ ଭାବରେ ଓପନଏଆଇକୁ ଫେରିବା ପାଇଁ ଆମେ ଏକ ଚୁକ୍ତି କରିଛୁ । ନୂତନ ବୋର୍ଡ ସଦସ୍ୟମାନଙ୍କ ମଧ୍ୟରେ ବ୍ରେଟ ଟେଲର Bret Taylor (ଚେୟାର), Larry Summers ଲ୍ୟାରି ସମର୍ସ ଏବଂ Adam D'Angelo ଆଦମ ଡି’ଆଙ୍ଗେଲୋ ରହିଛନ୍ତି । ସବିଶେଷ ତଥ୍ୟ ଜାଣିବା ପାଇଁ ଆମେ ସହଯୋଗ କରୁଛୁ । ଏହା ମାଧ୍ୟମରେ ଆପଣଙ୍କର ଧୈର୍ଯ୍ୟ ପାଇଁ ବହୁତ ଧନ୍ୟବାଦ ।

କେବଳ ସାମ୍ ଅଲ୍ଟମ୍ୟାନ୍ ନୁହଁନ୍ତି ଗ୍ରେଗ ବ୍ରୋକମ୍ୟାନ୍ ମଧ୍ୟ କମ୍ପାନୀରେ ଏଣ୍ଟ୍ରି କରୁଛନ୍ତି। କମ୍ପାନୀକୁ ଫେରିବା ଖବର ଉପରେ ଅଲ୍ଟମ୍ୟାନ ଏବଂ ବ୍ରୋକମ୍ୟାନଙ୍କ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ସାମ୍ ଅଲ୍ଟମ୍ୟାନ୍ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ ମୁଁ OpenAI କୁ ଭଲ ପାଏ । ଅତୀତରେ ମୁଁ ଯାହା କରିଥିଲି ତାହା ଏହି ଟିମକୁ ଏକାଠି ଯୋଡି ରଖିବା ଏବଂ କମ୍ପାନୀର ଲକ୍ଷ୍ୟ ହାସଲ କରିବା ଦିଗରେ କରିଥିଲି । ଯେତେବେଳେ ମୁଁ ରବିବାର ସନ୍ଧ୍ୟାରେ ମାଇକ୍ରୋସଫ୍ଟ ଯିବାକୁ ସ୍ଥିର କଲି, ଏହା ମୋ ପାଇଁ ସଠିକ୍ ନିଷ୍ପତ୍ତି ହେବ ବୋଲି ସ୍ପଷ୍ଟ ହୋଇଥିଲା ।

ସେ ଆହୁରି କହିଛନ୍ତି, ହେଲେ ନୂତନ ବୋର୍ଡ ଏବଂ ସତ୍ୟା ନଡେଲାଙ୍କ ସହଯୋଗରେ ମୁଁ ପୁଣି OpenAI କୁ ଫେରୁଛି । ଏହା ସହିତ, ମାଇକ୍ରୋସଫ୍ଟ ସହ ଆମର ବନ୍ଧନ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେଉଛି । ସେହିପରି ବ୍ରୋକମ୍ୟାନ୍ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ମୁଁ OpenAI (ଓପନଏଆଇ)କୁ ଫେରୁଛି ଏବଂ ଆଜି ରାତିରୁ ମଧ୍ୟ କୋଡିଂ ଆରମ୍ଭ କରୁଛି ।

ଏହା ମଧ୍ୟ ପଢନ୍ତୁ:OpenAI ସିଇଓ ସାମ ଅଲ୍ଟମ୍ୟାନ ବହିଷ୍କୃତ; ସହ ସଂସ୍ଥାପକ ବି କହିଲେ ଗୁଡ ବାଏ

ସୂଚନା ଥାଉ କି, ଗତ ଶୁକ୍ରବାର ବିଳମ୍ବିତ ରାତିରେ କମ୍ପାନୀ ପକ୍ଷରୁ ସାମ୍ ଅଲ୍ଟମ୍ୟାନ୍ଙ୍କୁ ବହିଷ୍କୃତ କରାଯାଇଥିବା ନେଇ ଘୋଷଣା କରିଥିଲା । ବହୁ ବିଚାର ବିମର୍ଷ ପରେ ଅଲ୍ଟମ୍ୟାନଙ୍କୁ ଏହି ପଦରୁ ହଟାଯାଇଥିବା କମ୍ପାନୀ ପକ୍ଷରୁ ବ୍ଲଗରେ ଉଲ୍ଲେଖ କରାଯାଇଥିଲା । ବୋର୍ଡର ସଦସ୍ୟମାନେ ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନଥିବା କାରଣରୁ ଅଲ୍ଟମାନଙ୍କୁ ବହିଷ୍କାର କରାଯାଇଥିବା କୁହାଯାଉଥିଲା । ଏପରିକି ସେ ଆଉ କମ୍ପାନୀକୁ ଫେରିବେ ନାହିଁ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ସେପଟେ ସାମ୍ ଅଲ୍ଟମ୍ୟାନଙ୍କ ବହିଷ୍କାର ପରେ ଓପନଏଆଇର ସହ ସଂସ୍ଥାପକ ଗ୍ରୋଗ ବ୍ରୋକମ୍ୟାନ ମଧ୍ୟ ଇସ୍ତଫା ଦେଇଥିଲେ । ବର୍ତ୍ତମାନ ଉଭୟ ଫେରୁଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details