ହାଇଦ୍ରାବାଦ:ନିଜ ବୟାନକୁ ନେଇ ଆରବପତି ଏଲନ ମସ୍କ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି । ନିକଟରେ ସେ ମେଟାକୁ ଚାଲେଞ୍ଜ କରିଥିବା ବେଳେ ବର୍ତ୍ତମାନ ମସ୍କଙ୍କ ନଜରରେ ୱିକିପିଡିଆ । ଏଲନ ମସ୍କ ଓ୍ବିକିପିଡିଆକୁ ନାମ ପରିବର୍ତ୍ତନ ପାଇଁ ଅଫର ଦେଇଛନ୍ତି । ଓ୍ବେବସାଇଟର ନାମ ପରିବର୍ତ୍ତନ କରିଲେ ବିଲିୟନ ଡଲାର ପ୍ରଦାନ କରିବେ ବୋଲି କହିଛନ୍ତି। ଓ୍ବିକିପିଡିଆର ଡିକିପିଡିଆ କରିବା ପାଇଁ ଅଫର ଦେଇଛନ୍ତି ମସ୍କ ।
ଓ୍ବିକିପିଡିଆକୁ ନେମ ଚେଞ୍ଜ ଅଫର: ସୂଚନାଯୋଗ୍ୟ ଯେ, ବିଲେନିୟର ଏଲନ୍ ମସ୍କ ଗତ ବର୍ଷ ଟ୍ୱିଟର କିଣିଥିଲେ । ସେହି ଦିନ ପରଠାରୁ ସେ ଆପରେ ପରିବର୍ତ୍ତନ ଜାରି ରଖିଛନ୍ତି । କିଛି ମାସ ପୂର୍ବରୁ ଟ୍ୱିଟରର ନାମ Xକୁ ପରିବର୍ତ୍ତନ କରାଯାଇଥିଲା। ବର୍ତ୍ତମାନ ସେ ୱିକିପିଡ଼ିଆକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି ।
ୟୁଜର୍ସଙ୍କ ପ୍ରତିକ୍ରିୟା ଉପରେ ଏଭଳି କହିଲେ ୟୁଜର୍ସ: ଅଫର ଦେଇ ବିଲେୟନିୟର ଏକ୍ସରେ ପୋଷ୍ଟ କରି କହିଛନ୍ତି, "ଯଦି ଓ୍ବିକିପିଡିଆ ଏହାର ନାମ ପରିବର୍ତ୍ତନ କରେ, ତେବେ ମୁଁ ଏକ ବିଲିୟନ ଡଲାର ଦେବି।" ଏହା ଉପରେ ଅନେକ ୟୁଜର୍ସ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଏକ ୟୁଜର୍ସ କହିଛନ୍ତି, ଆପଣଙ୍କୁ ଟଙ୍କା ମିଳିବା ମାତ୍ରେ ଆପଣ ପୁଣି ଥରେ ନିଜ ନାମକୁ ପରିବର୍ତ୍ତନ କରିଦେବେ ।" ତେବେ ମସ୍କ ଏହାର ପାଲଟା ଜବାବ ଦେଇ କହିଛନ୍ତି, " ମୁଁ ପାଗଳ ନୁହେଁ, ଅତିକମରେ ଏକ ବର୍ଷ ପାଇଁ ଓ୍ବିକିପିଡିଆର ନାମ ପରିବର୍ତ୍ତନ କରିବା ଆବଶ୍ୟକ ।" ଟେସଲା ସିଇଓ ଆଉ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଓ୍ବିକିପିଡିଆ ହୋମପେଜର ଏକ ସ୍କ୍ରିନସଟ ସେୟାର କରିଛନ୍ତି । ତେବେ ଓ୍ବିକିପିଡିଆର ମାଲିକ ଜିମି ଓ୍ବେଲ୍ସ ଏଲନ ମସ୍କଙ୍କ ଅଫରକୁ ମନା କରିଦେଇଥିବା ଦେଖାଦେଇଛି । ଓ୍ବିକିପିଡିଆ ବିକ୍ରୟ ପାଇଁ ନୁହେଁ ବୋଲି କହିଛନ୍ତି ଜିମି ଓ୍ବେଲ୍ସ ।