ଓଡିଶା

odisha

By ETV Bharat Odisha Team

Published : Sep 4, 2023, 1:14 PM IST

ETV Bharat / science-and-technology

Chandrayaan-3: ପୁଣି ବିକ୍ରମ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କରାଇଲା ଇସ୍ରୋ, ହପ୍‌ ଟେଷ୍ଟ୍‌ରେ ପୁଣି ଛୁଇଁଲା ଚନ୍ଦ୍ରପୃଷ୍ଠ

ଚନ୍ଦ୍ରପୃଷ୍ଠକୁ ମାନବ ମିଶନର ଆଶା ସଞ୍ଚାର! ଦ୍ବିତୀୟ ଥର ପାଇଁ ବିକ୍ରମ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କରାଇଲା ଇସ୍ରୋ। ଅଧିକ ପଢନ୍ତୁ

Chandrayaan 3
Chandrayaan 3

ହାଇଦ୍ରାବାଦ:ସଫଳ ହେଲା ବିକ୍ରମର କିକ୍‌ ଷ୍ଟାର୍ଟ୍‌ । ପୁଣି ବିକ୍ରମ ଲ୍ୟାଣ୍ଡରର ସଫ୍ଟ୍‌ ଲ୍ୟାଣ୍ଡିଂ କରାଇଲା ଇସ୍ରୋ । ହପ୍‌ ଟେଷ୍ଟ (ଜମ୍ପ୍‌ ଟେଷ୍ଟ୍‌) ବେଳେ ୪୦ ସେମି ଉପରକୁ ଉଠି ପୁଣି ଚନ୍ଦ୍ରପୃଷ୍ଠରେ ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ କରାଯାଇଛି । ଏନେଇ ଇସ୍ରୋ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଛି । ଚନ୍ଦ୍ରପୃଷ୍ଠରେ ନିଜର ଇଞ୍ଜିନ ଷ୍ଟାର୍ଟ କରିଲା ଲ୍ୟାଣ୍ଡର ବିକ୍ରମ । ହୋପ୍‌ ଏକ୍ସପେରିମେଣ୍ଟକୁ ସଫଳତାର ସହ ପୁରା କରିଛି ବିକ୍ରମ । ଏନେଇ ଟ୍ବିଟରରେ ଭିଡିଓ ସେୟାର କରିଛି ଇସ୍ରୋ ।

ଆଜି ଏକ୍ସରେ ଇସ୍ରୋ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ,"ପୁଣିଥରେ ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ କରାଯାଇଛି । ଆମର ଆଉ ଏକ ପରୀକ୍ଷଣ ସଫଳ ହୋଇଛି । ପ୍ରଥମେ 40 ସେମି ଉପରକୁ ଉଠାଇ 30ରୁ 40 ସେମି ଦୂରରେ ବିକ୍ରମକୁ ପୁଣି ଥରେ ସଫ୍ଟ ଲ୍ୟାଣ୍ଡିଂ କରାଯାଇଛି । ବିକ୍ରମର କିକ୍‌ ଷ୍ଟାର୍ଟ ସଫଳ ହୋଇଛି । ଏହି କିକ୍‌ ଷ୍ଟାର୍ଟ ଭବିଷ୍ୟତରେ ମାନବ ମିଶନ ପାଇଁ ଆଶା କରାଯାଉଛି । ବିକ୍ରମର କାର୍ଯ୍ୟ କରୁଥିବା ସବୁ ଯନ୍ତ୍ରାଂଶ ସଠିକ ଭାବେ କାର୍ଯ୍ୟକ୍ଷମ ହେଉଛି । ପରୀକ୍ଷଣ ପରେ ରାମ୍ପ୍‌, ChaSTE ଓ ILSA ପୁଣି ଫୋଲ୍ଡ ହୋଇ କାର୍ଯ୍ୟକ୍ଷମ ହେଉଛି ।"

ଏହା ମଧ୍ୟ ପଢନ୍ତୁ: Rover Completed Assignments: ଟାସ୍କ ଶେଷ କରି ସ୍ଲିପମୋଡରେ ପ୍ରଜ୍ଞାନ, 22ତାରିଖକୁ ଅପେକ୍ଷା

କହିରଖୁଛୁ କି, ଗତ ଅଗଷ୍ଟ 23 ତାରିଖ ସଂଧ୍ୟା 6ଟା 4ମିନିଟ ସମୟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ(ଶିବଶକ୍ତି ପଏଣ୍ଟ) ବିକ୍ରମ ସଫଳତାର ସହ ଲ୍ୟାଣ୍ଡିଂ କରିଥିଲା । ଏହାପରେ ରୋଭର ପ୍ରଜ୍ଞାନ ବିକ୍ରମ ଲ୍ୟାଣ୍ଡରରରୁ ଅଲଗା ହୋଇ ନିଜର କାର୍ଯ୍ୟ ଆରମ୍ଭ କରିଥିଲା । ଚନ୍ଦ୍ରପୃଷ୍ଠର ତାପମାତ୍ରା, କମ୍ପନ, ଖଣିଜ ଓ ରାସାୟନିକ ଉପାଦନ ସହିତ ସଲଫର ଓ ଅକ୍ସିଜେନ୍‌ ସମେତ ଏକାଧିକ ଉପାଦନ ଚନ୍ଦ୍ରପୃଷ୍ଠରେ ଥିବା ନେଇ ସୂଚନା ଦେଇସାରିଛି । ତେବେ ଏହି ସବୁ ତଥ୍ୟ ପରେ ଏବେ ଚନ୍ଦ୍ରର ଦକ୍ଷିଣ ମେରୁକୁ ନେଇ ଉତ୍କଣ୍ଠା ବଢ଼ିଛି । ତେବେ ଏହାରି ଭିତରେ ଗତ ଶନିବାର ଦିନ ନିଜର ଟାସ୍କ୍‌ ଶେଷ କରି ପ୍ରଜ୍ଞାନ ସ୍ଲିପମୋଡକୁ ଆସି ସାରିଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଥିଲା। ପ୍ରଜ୍ଞାନକୁ ଲ୍ୟାଣ୍ଡିଂ ସ୍ଥାନ ଶିବଶକ୍ତି ପଏଣ୍ଟରେ ବର୍ତ୍ତମାନ ନିରାପଦରେ ପାର୍କିଂ କରାଯାଇ ସାରିଥିବା ଇସ୍ରୋ ପକ୍ଷରୁ ଟ୍ବିଟ୍‌ କରି ସ୍ପଷ୍ଟ କରାଯାଇଥିଲା । ସେପ୍ଟେମ୍ବର 22 ତାରିଖରେ ଚନ୍ଦ୍ରପୃଷ୍ଠର ଏହି ଦକ୍ଷିଣ ମେରୁରେ ପୁଣି ସୂର୍ଯ୍ୟାଲୋକ ପଡ଼ିବ । ରୋଭର ପ୍ରଜ୍ଞାନର ସମସ୍ତ ସୌର ପ୍ୟାନେଲକୁ ଆସନ୍ତା ଚନ୍ଦ୍ର ଦିବସ ପାଇଁ ସକ୍ରିୟ ରଖାଯାଇଛି । ଏହା ସେତେବେଳେ ପୁଣି ସୂର୍ଯ୍ୟାଲୋକ ଅବଶୋଷଣ କରି କାର୍ଯ୍ୟକ୍ଷମ ହେବା ନେଇ ମଧ୍ୟ ଇସ୍ରୋ ଆଶାବ୍ୟକ୍ତ କରିଛି । ପୁଣି ନିଦରୁ ଉଠି ପ୍ରଜ୍ଞାନ ସକ୍ରୟ ହେବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: Watch: 'ଜହ୍ନମାମୁଁ ଘରେ ଚକାଭଉଁରି ଖେଳୁଛି ପ୍ରଜ୍ଞାନ, ଶ୍ରଦ୍ଧାର ସହ ଦେଖୁଛି ପୃଥିବୀ ମାଆ'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details