ଓଡିଶା

odisha

ETV Bharat / science-and-technology

Chandrayaan-3 Launch: ଚନ୍ଦ୍ରଯାନ-3 ଉତକ୍ଷେପଣ, ଇସ୍ରୋ ମୁଖ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା - ମିଶନ ଚନ୍ଦ୍ରଯାନ 3

ମିଶନ ଚନ୍ଦ୍ରଯାନ-3 ଉତକ୍ଷେପଣ ନେଇ ଏପରି କହିଲେ ଇସ୍ରୋ ମୁଖ୍ୟ । ପଢନ୍ତୁ ପୁରା ଖବର

Chandrayaan 3 Launch
Chandrayaan 3 Launch

By

Published : May 29, 2023, 4:33 PM IST

ନୂଆଦିଲ୍ଲୀ:ସଫଳତା ଦିଗରେ ମାଇଲଖୁଣ୍ଡ ଅତିକ୍ରମ କରିଛି ଇସ୍ରୋ। ଏହାରି ଭିତରେ ମହାକାଶ ଗବେଷଣା ସଂସ୍ଥା (ISRO)କୁ ଆଜି ଆଉ ଏକ ସଫଳତା ମିଳିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା ସଂସ୍ଥା କେନ୍ଦ୍ରରୁ ଜିଓଷ୍ଟେସନାରୀ ସାଟେଲାଇଟ୍ ଲଞ୍ଚ ଯାନ (ଜିଏସଏଲଭି) ମାଧ୍ୟମରେ ଏକ ନାଭିଗେସନ୍ ଉପଗ୍ରହ ଉତକ୍ଷେପଣ କରିଛି । ଏନେଇ ଆଜି ଇସ୍ରୋ ମୁଖ୍ୟ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ସୂଚନା ଦେବା ସହ ଚନ୍ଦ୍ରଯାନ-3ର ଲଞ୍ଚ ଉପରେ ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ବର୍ଷ ଜୁଲାଇରେ ଚନ୍ଦ୍ରାୟାନ-3 ଉତକ୍ଷେପଣ କରାଯିବ। ମହାକାଶ କ୍ଷେତ୍ରରେ ଏହା ଭାରତ ପାଇଁ ଆଉ ଏକ ବଡ ସଫଳତା ହେବ ବୋଲି କହିଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଲଞ୍ଚ୍ ପ୍ୟାଡରୁ ଲଞ୍ଚ୍ ଭେଇକିଲ ମାର୍କ-3 (LVM-3) ମାଧ୍ୟମରେ ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠ ଦିଗରେ ଅଗ୍ରସର ହେବ ।

ତେବେ ଫେବୃଆରୀ 24 ତାରିଖରେ ମିଶନ ଚନ୍ଦ୍ରଯାନ-3 ର କ୍ରାୟୋଜେନିକ୍ ଇଞ୍ଜନ୍ ପରୀକ୍ଷଣ କରାଯାଇଥିବା ବେଳେ ଏହା ସଫଳ ହୋଇଥିଲା। ଚନ୍ଦ୍ରଯାନ-3 ମିଶନ ପାଇଁ ଲଞ୍ଚ ଯାନର ସିଏ-20 କ୍ରାୟୋଜେନିକ୍ ଇଞ୍ଜିନ ସଫଳତାର ସହ ପରୀକ୍ଷଣ ହୋଇଥିବା ନେଇ ମହାକାଶ ଗବେଷଣା ସଂସ୍ଥା (ISRO) ପକ୍ଷରୁ ସୂଚନା ଦିଆଯାଇଥିଲା। ତାମିଲନାଡୁର ମହେନ୍ଦ୍ରଗିରି ଠାରେ ଥିବା ISRO ପ୍ରପୁଲସନ୍ କମ୍ପ୍ଲେକ୍ସରେ ଏହି ପରୀକ୍ଷଣ କରାଯାଇଥିଲା। ଏହାପୂର୍ବରୁ, ISRO ଚନ୍ଦ୍ରଯାନ-3 ର ଲ୍ୟାଣ୍ଡର ପରୀକ୍ଷଣ ମଧ୍ୟ ସଫଳ ହୋଇଥିଲା।

ଚନ୍ଦ୍ରଯାନ-3 ହେଉଛି ଭାରତର ତୃତୀୟ ଚନ୍ଦ୍ର ମିଶନ । ଚନ୍ଦ୍ରଯାନ-୨ ମିଶନ ଫେଲ୍ ମାରିଥିବାରୁ ଚନ୍ଦ୍ରଯାନ-୩ ମିଶନରେ ଅନେକ ପରିବର୍ତ୍ତନ କରାଯାଇଛି । ୨୦୧୯ ସେପ୍ଟେମ୍ବରରେ ଚନ୍ଦ୍ରଯାନ-୨ ମିଶନରେ ଲ୍ୟାଣ୍ଡର ରୋଭର ଚନ୍ଦ୍ରପୃଷ୍ଠରେ ଧକ୍କା ଖାଇଥିଲା । ତେଣୁ ସି-୩ ବର୍ତ୍ତମାନ ପ୍ରସ୍ତୁତ ସରିଛି, ଏହା ସି-୨ ଭଳି ନୁହେଁ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ISROର ଆଉ ଏକ ସଫଳତା, NVS-01ର ସଫଳ ଉତକ୍ଷେପଣ

ତେବେ କହିରଖୁଛୁ କି, NVS-01କୁ GSLV-F12 ରକେଟ୍ ମାଧ୍ୟମରେ ଲଞ୍ଚ ପ୍ୟାଡ୍-2ରୁ ଛଡାଯାଇଥିଲା । ଏହି ସାଟେଲାଇଟ୍ ଭାରତ ଓ ମୁଖ୍ୟ ଭୂମିର ୧୫ଶହ କିଲୋମିଟର କ୍ଷେତ୍ରରେ ତତ୍କାଳ ସ୍ଥିତି ସମ୍ବନ୍ଧରେ ସୂଚନା ପ୍ରଦାନ କରିବ । NavIC ଦ୍ବିତୀୟ ଜେନେରେସନର NVS-01 ହେଉଛି ପ୍ରଥମ ସାଟେଲାଇଟ । ଏହି ସାଟେଲାଇଟ୍ ପୃଥିବୀ କକ୍ଷ ପଥରେ ସ୍ଥାପିତ ହୋଇଥିବା ସପ୍ତମ ଉପଗ୍ରହ । ଯାହା ପୃଥିବୀ ପୃଷ୍ଠରେ ଥିବା ସାଟେଲାଇଟ୍ ଷ୍ଟେସନ ସହିତ ଯୋଗାଯୋଗ ରଖିବା ସହ ଏହି ଉପଗ୍ରହ ଦ୍ୱାରା ଭାରତୀୟ ସେନାକୁ ମିଳୁଥିବା ଭୌଗଳିକ ସୂଚନା ଠୋସ ତଥ୍ୟ ଭିତ୍ତିକ ହେବ । ଅନ୍ୟପଟେ ଏହି ଉପଗ୍ରହ ସୋଲାର ସିଷ୍ଟମରେ କାର୍ଯ୍ୟ କରିବ । ଏହି ଉପଗ୍ରହ ଆଗମୀ ୧୨ ବର୍ଷ ପର୍ଯ୍ୟନ୍ତ କାମ କରିବ।

ବିଶେଷ ଟେକ୍ନୋଜୋଲିରେ ନିର୍ମିତ NVS-01:

ସ୍ପେସ ଏଜେନ୍ସିର ତଥ୍ୟ ଅନୁସାରେ, ସ୍ପେସ୍ ଏଜେନ୍ସି ଅନୁଯାୟୀ, ତାରିଖ ଏବଂ ସ୍ଥାନ ନିର୍ଣ୍ଣୟ କରିବା ପାଇଁ ପ୍ରଥମେ ବୈଜ୍ଞାନିକମାନେ ରୁବିଡିୟମ୍ ପରମାଣୁ ଘଣ୍ଟା ବ୍ୟବହାର କରିଥିଲେ। ବର୍ତ୍ତମାନ ଏହି ଉପଗ୍ରହରେ ଅହମ୍ମଦାବାଦର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ଦ୍ୱାରା ବିକଶିତ ଏକ ରୁବିଡିୟମ୍ ପରମାଣୁ ଘଣ୍ଟା ଲଗାଯାଇଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜି ଯାହା କେବଳ ଅଳ୍ପ କେତେକ ଦେଶରେ ଅଛି। ବିଶେଷକରି ବେସାମରିକ ବିମାନ ଚଳାଚଳ କ୍ଷେତ୍ର ଏବଂ ସାମରିକ ଆବଶ୍ୟକତାଗୁଡ଼ିକରେ ସ୍ଥାନ, ନେଭିଗେସନ୍ ଏବଂ ଟାଇମିଂ ସୂଚନାର ଆବଶ୍ୟକତା ପୂରଣ କରିବାକୁ NAVIC ସିଷ୍ଟମକୁ ବିକଶିତ କରିଛି। NAVIC ପୂର୍ବରୁ ଭାରତୀୟ ଆଞ୍ଚଳିକ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (IRNSS) ଭାବରେ ଜଣାଶୁଣା ଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details