ଓଡିଶା

odisha

By

Published : Aug 21, 2023, 4:06 PM IST

Updated : Aug 21, 2023, 4:16 PM IST

ETV Bharat / science-and-technology

Chandrayaan 3: ଲ୍ୟାଣ୍ଡରକୁ ସ୍ବାଗତ କଲା CH-2 ଅର୍ବିଟର, ୨୩ ସନ୍ଧ୍ୟା 5.20ରୁ ଲ୍ୟାଣ୍ଡିଂ ଲାଇଭ୍‌

ଚନ୍ଦ୍ରଯାନ-3 ନେଇ ଇସ୍ରୋର ଗୁରୁତ୍ବପୂର୍ଣ୍ଣ ସୂଚନା । ଚନ୍ଦ୍ରଯାନ-3ର ଲ୍ୟାଣ୍ଡରକୁ ଚନ୍ଦ୍ରଯାନ-2ର ଅର୍ବିଟର ସ୍ବାଗତ କରିଥିବା ବେଳେ ସନ୍ଧ୍ୟା 5.20ରୁ ଆରମ୍ଭ ହେବ ସିଧାପ୍ରସାରଣ । ଅଧିକ ପଢନ୍ତୁ

Chandrayaan 3
Chandrayaan 3

ହାଇଦ୍ରାବାଦ:ଇତିହାସ ରଚିବାକୁ ଯାଉଛି ଇସ୍ରୋର ମୁନ୍‌ ମିଶନ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋର) ଚନ୍ଦ୍ରକୁ ଛୁଇଁବାର ଆଶା ଉଜ୍ଜିବୀତ ହେବାରେ ଲାଗିଛି । ସଫ୍ଟ୍‌ ଲ୍ୟାଣ୍ଡିଂ ପାଇଁ ଆଉ ଦୁଇ ଦିନର ଅପେକ୍ଷା ରହିଥିବା ବେଳେ ବିଶ୍ବବାସୀଙ୍କ ନଜର ଏବେ ଚନ୍ଦ୍ରଯାନ-3 ଉପରେ ରହିଛି । ଭାରତର ଦ୍ବିତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-2 ସଫ୍ଟ ଲ୍ୟାଣ୍ଡିଂ ସଫଳ ହୋଇ ପାରିନଥିଲା । ବର୍ତ୍ତମାନ ଚନ୍ଦ୍ରଯାନ-3 ଚନ୍ଦ୍ର ଦକ୍ଷିଣ ମେରୁରେ ସଫଳ ଲ୍ୟାଣ୍ଡିଂ କରିବ ବୋଲି ଆଶା ରଖା ଯାଇଛି । ତେବେ ଏହାରି ଭିତରେ ଚନ୍ଦ୍ରଯାନ-3ର ଲ୍ୟାଣ୍ଡରକୁ ଚନ୍ଦ୍ରଯାନ-2ର ଅର୍ବିଟର ସ୍ବାଗତ କରିଥିବା ନେଇ ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । କହି ରଖୁଛୁ କି ଚନ୍ଦ୍ରଯାନ-2ର ଅର୍ବିଟର ମଡ୍ୟୁଲଟି ବର୍ତ୍ତମାନ ସୁଦ୍ଧା ମଧ୍ୟ ଚନ୍ଦ୍ରକକ୍ଷରେ ସକ୍ରିୟ ରହିଛି ।

ଇସ୍ରୋ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ଯେ, "ଚନ୍ଦ୍ରଯାନ-3ର ଲ୍ୟାଣ୍ଡରକୁ ଚନ୍ଦ୍ରଯାନ-2ର ଅର୍ବିଟର ସ୍ବାଗତ କରିଛି । ଚନ୍ଦ୍ରଯାନ-2ର ଅର୍ବିଟର ଏବଂ ଚନ୍ଦ୍ରଯାନ-3ର ଲ୍ୟାଣ୍ଡର ମଧ୍ୟରେ ଟୁ ଓ୍ବେ କମ୍ୟୁନିକେସନ ସ୍ଥାପିତ ହୋଇଛି । ଚନ୍ଦ୍ରଯାନ-3ର ଲ୍ୟାଣ୍ଡର ମଡ୍ୟୁଲ(ଏଲଏମ) ପାଇଁ ଏବେ ଦୁଇଟି ପଥ ରହିଛି । ବୁଧବାର ସନ୍ଧ୍ୟା 5ଟା 20 ମିନିଟରୁ ସିଧା ପ୍ରସାରଣ ଆରମ୍ଭ ହେବ।"

ଆସନ୍ତା 23 ତାରିଖ ସନ୍ଧ୍ୟା 6ଟା 4 ମିନିଟରେ ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ନେଇ ଆକଳନ କରାଯାଇଛି । ତେବେ ଭାରତର ବହୁ ପ୍ରତୀକ୍ଷିତ ମୁନ୍‌ ମିଶନ ଚନ୍ଦ୍ରଯାନ-3ର ସିଧାପ୍ରସାରଣ ଅଗଶ୍ଟ 23 ତାରିଖ ସନ୍ଧ୍ୟା 5ଟା 20 ମିନିଟରୁ ଆରମ୍ଭ ହେବ। ଇସ୍ରୋର ଓ୍ବେବସାଇଟ, ୟୁଟ୍ୟୁବ ଚ୍ୟାନେଲ, ଫେସବୁକ ଏବଂ ଦୂରଦର୍ଶନ ଚ୍ୟାନେଲରେ ସିଧାପ୍ରସାରଣ ଦେଖିପାରିବେ ।

ଏହା ମଧ୍ୟ ପଢନ୍ତୁ:Soft Landing: 'ଚନ୍ଦ୍ରଯାନ-୩କୁ ମିଳିବ ବିରାଟ ସଫଳତା'

ଚନ୍ଦ୍ରଯାନ-3 ଜୁଲାଇ 14ରେ ଉତକ୍ଷେପଣ ପରେ ଅଗଷ୍ଟ 5ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ଗତ ଅଗଷ୍ଟ 17 ତାରିଖରେ ଭାରତର ୩ୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ଠାରୁ ସଫଳତାର ସହ ଅଲଗା ହୋଇଥିଲା ଲ୍ୟାଣ୍ଡର । ତେବେ ଆଗାମୀ 23 ତାରିଖରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-3 । ଏହାପରେ ଲ୍ୟାଣ୍ଡରରୁ ରୋଭର ଅଲଗା ହୋଇ 14 ଦିନ ଯାଏଁ ବିଚରଣ କରିବା ନେଇ ସୂଚନା ରହିଛି । ପ୍ରୋପଲସନ୍ ମଡ୍ୟୁଲ ଚନ୍ଦ୍ର କକ୍ଷରେ ରହି ପୃଥିବୀରୁ ଆସୁଥିବା ରେଡିଏସନକୁ ଅଧ୍ୟୟନ କରିବ ।

ଏହା ମଧ୍ୟ ପଢନ୍ତୁ:Chandrayaan-3: ଅବତରଣ ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଛି ବିକ୍ରମ ଲ୍ୟାଣ୍ଡର, ଲ୍ୟାଣ୍ଡିଂ ପୂର୍ବରୁ ପଠାଇଲା ଚନ୍ଦ୍ର ଫଟୋ

ପ୍ରକାଶଥାଉକି, ସଫ୍ଟ ଲ୍ୟାଣ୍ଡିଂ ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଛି ଲ୍ୟାଣ୍ଡର ବିକ୍ରମ । ଲ୍ୟାଣ୍ଡର ହାଜାର୍ଡ ଡିଟେକ୍ସନ ଓ ଏଭୋଇଡାନ୍ସ କ୍ୟାମେରାରୁ ଫଟୋ ଉତ୍ତୋଳନ କଲା ବିକ୍ରମ । ଚନ୍ଦ୍ରଯାନ-3ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର କିଛି ଫଟୋ ପଠାଇଥିବା ବେଳେ ଏହାକୁ ଇସ୍ରୋ ପକ୍ଷରୁ ସେୟାର କରାଯାଇଥିଲା । ଚନ୍ଦ୍ରଯାନ-2ର ସଫଳତା ଏବଂ ବିଫଳତାର ଅନୁଭୂତିକୁ ନେଇ ଚନ୍ଦ୍ରଯାନ-3କୁ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚନା କରିବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 21, 2023, 4:16 PM IST

ABOUT THE AUTHOR

...view details