ଚଣ୍ଡିଗଡ:ଦିନକୁ ଦିନ ଟେକ୍ନୋଲୋଜିରେ ଉନ୍ନତି ଆସୁଛି । ବର୍ତ୍ତମାନ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ବା AIର ବ୍ୟବହାର ଅନେକ ସ୍ଥାନରେ ହେଉଛି । ଅନେକ କ୍ଷେତ୍ରରେ ଏହାର ସଦୁପଯୋଗ କରାଯାଉଥିବା ବେଳେ ଅନେକ ସ୍ଥାନରେ ଏହାର ଦୂରୁପଯୋଗ କରାଯାଉଛି। ଏଭିଳି ଏକ ଅନୁରୂପ ଖବର ହରିୟାଣାରୁ ଆସିଛି । ଏଆଇ ସାହାଯ୍ୟରେ ଛାତ୍ରଛାତ୍ରୀଙ୍କ ଆପତ୍ତିଜନକ ଫଟୋ ତିଆରି କରି ସୋସିଆଲ ମିଡିଆ ଆପ ସ୍ନାପଚାପରେ ଅପଲୋଡ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଚଣ୍ଡିଗଡର ସ୍କୁଲ ଛାତ୍ରଛାତ୍ରୀଙ୍କ ଫଟୋକୁ ନେଇ ଏଭଳି କରାଯାଇଥିବା ସୂଚନା ରହିଛି ।
ଖବର ଅନୁସାରେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଦ୍ବାରା ଆପତ୍ତିଜନକ ଫଟୋ ତିଆରି କରିବା ପାଇଁ ସ୍କୁଲ ଓ୍ବେବସାଇଟରୁ ହିଁ ଫଟୋ ଡାଉନଲୋଡ କରାଯାଇଥିଲା । ପରେ ଏହି ଫଟୋକୁ ଏଆଇ ସାହାଯ୍ୟରେ ଏଡିଟ କରାଯାଇଥିଲା । ଏନେଇ ଜଣେ ଛାତ୍ରୀଙ୍କ ଅଭିଭାବକଙ୍କ ଅଭିଯୋଗ ଆଧାରରେ ସେକ୍ଟର -11 ପୋଲିସ ମାମଲା ଦାୟର କରିଛି । ଆଇଟି ଆକ୍ଟ ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ଦାୟର କରିଛି ପୋଲିସ । ତେବେ ମାମଲା ଦାୟର କରିବା ପରେ ସେକ୍ଟର -11 ପୋଲିସ ମାମଲାକୁ ସାଇବର ସେଲକୁ ହସ୍ତାନ୍ତର କରିଛି। ତେବେ ସାଇବର ସେଲ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।
ଏହା ମଧ୍ୟ ପଢନ୍ତୁ: Artificial Intelligence: ଦେଶରେ ପ୍ରଥମ, AI Technologyରେ ଫେକ୍ ଭିଡିଓ କଲ, ଠକି ନେଲେ ଟଙ୍କା
AI ସାହାଯ୍ୟରେ ଏଡିଟ କରାଯାଇଛି ଫଟୋ: ତଦନ୍ତ ଜାରି ରହିଥିବା ବେଳେ ପୋଲିସ ଏନେଇ ଅଧିକ ସୂଚନା ଦେଇ ନାହିଁ। କିନ୍ତୁ ଛାତ୍ରୀଙ୍କ ଫଟୋକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ମାଧ୍ୟମରେ ଏଡିଟ କରାଯାଇଥିବା ନେଇ ସୂଚନା ଦିଆଯାଇଛି। ତେବେ ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, "ବର୍ତ୍ତମାନ କେବଳ ଜଣେ ପିତାମାତାଙ୍କ ଅଭିଯୋଗକୁ ଆଧାର କରି ଏହି ମାମଲା ରୁଜୁ ହୋଇଛି।" ଏହାର ଅର୍ଥ ଅନେକ ଛାତ୍ରଛାତ୍ରୀଙ୍କ ଫଟୋକୁ ଏଡିଟ କରାଯାଇଥିସେ ହେଁ ବର୍ତ୍ତମାନ ସୁଦ୍ଧା କେବଳ ଗୋଟିଏ ଛାତ୍ରୀଙ୍କ ଫଟୋକୁ ଏଡିଟ କରାଯାଇଛି।
ମାମଲା ଦାୟର ପରେ ହଟିଲା ଫଟୋ: ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ କ୍ରମେ ଚଣ୍ଡିଗଡ଼ ପୋଲିସର ସାଇବର ସେଲ୍ ଟିମ ସ୍ନାପଚାଟ ଚାଟକୁ ଇଣ୍ଟରନେଟରୁ ହଟାଇ ଦେଇଛି । ତେବେ ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
କହିରଖୁଛି କି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ହେଉଛି କମ୍ପ୍ୟୁଟର ସାଇନ୍ସର ଏକ ଉନ୍ନତ ଶାଖା । ଏଥିରେ, କମ୍ପ୍ୟୁଟର ପ୍ରୋଗ୍ରାମିଂ ମାଧ୍ୟମରେ ଏକ ଯନ୍ତ୍ରକୁ ବୁଦ୍ଧିମାନ କରିବାକୁ ଚେଷ୍ଟା କରାଯାଏ, ଯାହାଦ୍ବାରା ଏହା ମଣିଷ ପରି ଭାବିପାରେ ଏବଂ ନିଷ୍ପତ୍ତି ନେଇପାରେ । ଅନ୍ୟ ଅର୍ଥରେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାହାଯ୍ୟରେ ଏପରି ଏକ କମ୍ପ୍ୟୁଟର ସିଷ୍ଟମ୍ କିମ୍ବା ରୋବୋଟିକ୍ ସିଷ୍ଟମ ତିଆରି କରାଯାଇଥାଏ, ଯାହା ସମାନ ତର୍କ ଆଧାରରେ ଚାଲିବାକୁ ଚେଷ୍ଟା କରେ ଯାହା ମନୁଷ୍ୟର ବୁଦ୍ଧି ଭଳି କାମ କରିଥାଏ ।