ଓଡିଶା

odisha

By ETV Bharat Odisha Team

Published : Jan 9, 2024, 7:46 PM IST

ETV Bharat / science-and-technology

LGର କମାଲ, ଟ୍ରାନ୍ସପରେଣ୍ଟ ଟିଭି ଲଞ୍ଚ୍ କଲା କମ୍ପାନୀ

CES 2024: ଖୁବଶୀଘ୍ର ବଜାରକୁ ଆସିବ ଟ୍ରାନ୍ସପରେଣ୍ଟ ଟିଭି। କଞ୍ଜୁମର ଇଲେକ୍ଟ୍ରୋନିକ୍ସ ସୋରେ ସୂଚନା ଦେଲା ଏଲଜି। ଅଧିକ ପଢନ୍ତୁ

CES 2024
CES 2024

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି କଞ୍ଜୁମର ଇଲେକ୍ଟ୍ରୋନିକ୍ସ ସୋ (CES 2024)ଆରମ୍ଭ ହୋଇସାରିଛି। ଟେକ୍ନୋଲୋଜି ଜଗତରେ ଏହି ବିଶେଷ ଇଭେଣ୍ଟ ଚଳିତ ଥର ଆମରିକାର ଲସ୍ ବେଗାସରେ ଆୟୋଜିତ ହୋଇଛି । ଏହି ଇଭେଣ୍ଟରେ ବିଶ୍ବର ଅନେକ ପତିଷ୍ଠିତ କମ୍ପାନୀ ସେମାନଙ୍କର ଇନୋଭେଟିସ ଟେକ୍ନୋଲୋଜି ଉପସ୍ଥାପନ କରିବେ। ଦକ୍ଷିଣ କୋରିଆ କମ୍ପାନୀ ଏଲଜି ଏଭଳି ଏକ ପ୍ରଡକ୍ଟ ଲଞ୍ଚ କରିଛି, ଯାହା ସବୁଠାରୁ ସ୍ବତନ୍ତ୍ର ଅଟେ। ପୂର୍ବରୁ ବିଶ୍ବ ଏଭଳି ଟେକ୍ନୋଲୋଜି ଦେଖି ନାହିଁ। ଏହି ଇଭେଣ୍ଟରେ ଏଲଜି କମ୍ପାନୀ ବିଶ୍ବର ପ୍ରଥମ ଟ୍ରାନ୍ସପେରେଣ୍ଟ ଟିଭି ଲଞ୍ଚ କରିବା ନେଇ ସୂଚନା ଦେଇଛି । ତେବେ ଏହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି।

ବିଶ୍ବର ପ୍ରଥମ ଟ୍ରାନ୍ସପେରେଣ୍ଟ ଟିଭି: ଏହା ଏକ ପ୍ରକାର ଓ୍ବାଇରଲେସ ଟ୍ରାନ୍ସପେରେଣ୍ଟ ଅଟେ। ଏହି ଟିଭିରେ କମ୍ପାନୀ ଆଡଭାନ୍ସ ଟେକ୍ନୋଲୋଜି ଯୁକ୍ତ ଅର୍ଗାନିକ ଲାଇଟ ଟାଇମିଂ ଡିଓଇଡ ଅର୍ଥାତ OLED ଡିସପ୍ଲେ ରହିଛି। କମ୍ପାନୀ ପକ୍ଷରୁ ଏହି ଟିଭିର ନାମ LG Signature OLED T ରଖାଯାଇଛି । ଏଲଜି ଟିଭି ଜଗତରେ ଏକ ସ୍ବତନ୍ତ୍ର ଏବଂ ଆଧୁନିକ ଜ୍ଞାନକୌଶଳ ଯୁକ୍ତ ଟିଭି ଲଞ୍ଚ କରିଛି । ଏହି ଟେକ୍ନୋଲୋଜି ସାହାଯ୍ୟରେ ଦକ୍ଷିଣ କୋରିଆ କମ୍ପାନୀ ଟ୍ରାନ୍ସପେରେଣ୍ଟ ଟିଭି ଲଞ୍ଚ କରିଛି । ଏଥିରେ OLED ଡିସପ୍ଲେ ରହିଥିବା ବେଳେ ଟିଭି ବନ୍ଦ କରିବା ମାତ୍ରେ ଗାୟବ ହୋଇଯିବ ଟିଭିର ଡିସପ୍ଲେ । କିନ୍ତୁ ଟିଭି ଅନ୍ କରିବା ମାତ୍ରେ ପୁନ୍ଃ ଆସିବ ଡିସପ୍ଲେ ।

ଏହା ମଧ୍ୟ ପଢନ୍ତୁ: QLED Google Smart TV: ଲଞ୍ଚ ହେଲା ଆମେରିକାର ଶସ୍ତା ଏଲଇଡି ଟିଭି, ରହିଛି ଏହି ଫିଚର

ଟିଭି ପାଇଁ ଆବଶ୍ୟକ ନୁହେଁ ତାର:ଏହା ବିଶ୍ବର ପ୍ରଥମ ଟିଭି ହେବ, ଯେଉଁ ଟିଭି ପାଇଁ ତାରର ଆବଶ୍ୟକତା ରହିବ ନାହିଁ। ବର୍ତ୍ତମାନ ସୁଦ୍ଧା ଏଭଳି ଟିଭି ମାର୍କେଟକୁ ଆସିନଥିବା ବେଳେ ଏହା ବିଶ୍ବର ପ୍ରଥମ ଓ୍ବାରଲେସ୍ ଟିଭି ଅଟେ। ଏହି ଟିଭିରେ ଅଡିଓ ଭିଜୁଆଲ ଟ୍ରାନ୍ସମିଶନ ଟେକ୍ନୋଲୋଜିକ ବ୍ୟବହାର କରାଯାଇଛି। ଏହାସହିତ ସେଲ୍ଫ ଲିଟ ପିକ୍ସଲ ଟେକନିକର ମଧ୍ୟ ବ୍ୟବହାର କରାଯାଇଛି। ଏହାଦ୍ବାରା ପିକ୍ଚର କ୍ବାଲିଟିର ଗୁଣାବତ୍ତାରେ ଉନ୍ନତି ଆସିଥାଏ।

LG Signature OLED Tରେ କମ୍ପାନୀ 2ଟି ମୋଡ ଦେଇଛି । ଟ୍ରାନ୍ସପେରେଣ୍ଟ ଏବଂ ବ୍ଲାକ ୟୁନିକ ମୋଡ ରଖାଯାଇଛି। ଯଦି ୟୁଜର୍ସ ଟ୍ରାନ୍ସପେରେଣ୍ଟ ମୋଡରେ ଟିଭି ଦେଖିବେ ତାହାଲେ ଟିଭିରେ ଦେଖାଯାଉଥିବା କଣ୍ଟେଣ୍ଟ ସହିତ ଏହାର ପଛରେ ରହିଥିବା ବସ୍ତୁ ମଧ୍ୟ ଦେଖାଯିବ। ଏହାର ଅର୍ଥ ଏକ ଗ୍ଲାସ ଭଳି ଛବି ଦେଖାଯିବ। ବ୍ଲାକ ୟୁନିକ ମୋଡ ଅନ କରିବେ ତାହେଲେ ପୁରୁଣା ଶୈଳୀରେ ଟିଭି ଦେଖିବା ଭଳି ଲାଗିବ। ଏହି ଦୁଇଟି ମୋଡକୁ ରିମୋଟ ଦ୍ବାରା ପରିବର୍ତ୍ତନ କରାଯାଇ ପାରିବ।

ଦମଦାର ପ୍ରୋସେସର:ଟିଭିରେ ଆଲଫା 11 AI ପ୍ରୋସେସର୍ ବ୍ୟବହାର କରିଛି କମ୍ପାନୀ । ଏଲଜି କମ୍ପାନୀରେ ତିଆରି ସଫ୍ଟଓ୍ବେର ହିଁ ଏହି ଟିଭିରେ ବ୍ୟବହାର କରାଯାଇଛି। ତେବେ ଟିଭିର ଲଞ୍ଚିଂ ତାରିଖ, ମୂଲ୍ୟ କିମ୍ବା ସେଲ ନେଇ କୌଣସି ସୂଚନା ଦେଇନାହିଁ । ତେବେ ମିଡିଆ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଟିଭି ମାର୍କେଟକୁ ଆସିପାରେ ବୋଲି କୁହାଯାଇଛି।

ABOUT THE AUTHOR

...view details