ଓଡିଶା

odisha

ETV Bharat / science-and-technology

Apple Retail Store In India: ଭାରତରେ ପ୍ରଥମ ଷ୍ଟୋର୍ ଖୋଲିଲା ଆପଲ୍ - ଟିମ୍ କୁକ୍

ବିଶ୍ବର ସବୁଠୁ ଦାମୀ ତଥା ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ବପ୍ନର ସ୍ମାର୍ଟଫୋନ୍ କମ୍ପାନୀ ଆପଲ୍ ଭାରତରେ ଖୋଲିଲା ଦୁଇଟି ଷ୍ଟୋର୍ । ଏଣିକି ଷ୍ଟୋର୍‌କୁ ଯାଇ ସିଧାସଳଖ ପସନ୍ଦର ସ୍ମାର୍ଟଫୋନ୍ କିଣିପାରିବେ ଗ୍ରାହକ । ଅଧିକ ପଢନ୍ତୁ

Apple Retail Store
Apple Retail Store

By

Published : Apr 19, 2023, 7:24 AM IST

ମୁମ୍ବାଇ: ଭାରତରେ ପ୍ରଥମ ଷ୍ଟୋର୍ ଓପନ୍ କଲା ଆପଲ୍ । ବିଶ୍ବର ସବୁଠୁ ଦାମୀ ତଥା ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ବପ୍ନର ସ୍ମାର୍ଟଫୋନ୍ କମ୍ପାନୀ ଆପଲ୍ ଗତକାଲି (ଅପ୍ରେଲ୍ 18) ଭାରତରେ ଦୁଇଟି ଷ୍ଟୋର୍ ଆରମ୍ଭ କରିଛି । ମୁମ୍ବାଇର ଜିଓ ୱାର୍ଲ୍ଡ ଡ୍ରାଇଭ ମଲରେ ପ୍ରଥମ ଅଫିସିଆଲ୍ ଷ୍ଟୋର ଖୋଲାଯାଇ ଥିବାବେଳେ ରାଜଧାନୀ ଦିଲ୍ଲୀରେ ଗତକାଲି ଦ୍ବିତୀୟ ଷ୍ଟୋର୍ ଆରମ୍ଭ ହୋଇଛି । ଗତ ସୋମବାର ଆପଲ୍ ସିଇଓ ଟିମ୍ କୁକ୍ ଭାରତରେ ପହଞ୍ଚିଥିଲେ ଏବଂ ଗତକାଲି(ମଙ୍ଗଳବାର) ସେ ଭାରତରେ ଆପଲ୍ ଫ୍ଲାଗସିପ୍ ଷ୍ଟୋର୍‌ର ଉଦଘାଟନ କରିଛନ୍ତି ।

ଏହି ଅବସରରେ ଟିମ୍ କୁକ୍ ମୁମ୍ବାଇ ବି.କେ.ସି ଆପଲ୍ ଷ୍ଟୋରର ଗେଟ୍ ଖୋଲି ଏହାର ଉଦଘାଟନ କରିଛନ୍ତି । ଏହି ସମୟରେ ଶହ ଶହ ଆପଲ୍ ପ୍ରଶଂସକ ଏବଂ ଅଧିକାରୀ ଉପସ୍ଥିତ ଥିଲେ । ମୁମ୍ବାଇର ପ୍ରଥମ ଆପଲ୍ ଷ୍ଟୋର୍‌ 20,000 ବର୍ଗଫୁଟ ଉପରେ ନିର୍ମାଣ କରାଯାଇଛି ​​। ଏହି ଷ୍ଟୋର୍ ଖୁବ୍ ଆକର୍ଷଣୀୟ ହୋଇଛି । ସୂଚନା ଅନୁସାରେ, ମୁମ୍ବାଇ ସ୍ଥିତ ଆପଲ୍ ଷ୍ଟୋରରେ 20ଟି ଭଷାରେ ଗ୍ରାହକ ସେବା ପ୍ରଦାନକାରୀ ଅଛନ୍ତି । ଅର୍ଥାତ୍ ଦେଶର ପ୍ରତ୍ୟେକ ଅଞ୍ଚଳର ଭାଷାଭାଷୀ କିପରି ଆପଲ୍‌ ଷ୍ଟୋରରେ ସୁବିଧାରେ ସେବା ପାଇପାରିବେ ତା'ର ବନ୍ଦୋବସ୍ତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:-ସ୍ମାର୍ଟଫୋନ୍ ଅଧ୍ୟୟନରୁ ବଡ ଖୁଲାସା, ଏମିତି ବଦଳିଯାଏ ମଣିଷର ବ୍ୟବହାର !

ଗତକାଲି ରାତି 11 ଟାରୁ ଆପଲ୍‌ର ସମସ୍ତ ଉପକରଣ ବିକ୍ରି ଆରମ୍ଭ ହୋଇଛି । ମୁମ୍ବାଇରେ ସକାଳ 11 ଟାରେ ଖୋଲିଥିବା ଏହି ଷ୍ଟୋରରେ 100 ଜଣ ସଦସ୍ୟଙ୍କ ଏକ ଟିମ୍ କାମ କରୁଥିବା ଜଣାପଡିଛି । ସୂଚନା ଅନୁସାରେ, ଆପଲ୍‌ର ଏହି ଗ୍ରାଣ୍ଡ୍ ସେରିମନିରେ ଜଣେ ଆପଲ୍ ପ୍ରଶଂସକ 1984 ମସିହାର ଲାପ୍‌ଟପ୍ ଆଣି ପହଞ୍ଚିଥିଲେ । ସେ ଏହି ବ୍ଲାକ୍‌ ଆଣ୍ଡ୍ ହ୍ବାଇଟ୍ ଲାପ୍‌ଟପ୍‌କୁ 1984 ମସିହାରେ କ୍ରୟ କରିଥିଲେ ଏବଂ ଆଜି ବି ତାକୁ ସାଙ୍ଗରେ ରଖିଥିବା କହିଛନ୍ତି । ସିଇଓ ଟିମ୍ କୁକ୍ ସମ୍ପୃକ୍ତ ଗ୍ରାହକଙ୍କ ସହ ମଧ୍ୟ ସାକ୍ଷାତ କରିବା ସହ ଖୁବ୍ ଖୁସିବ୍ୟକ୍ତ କରିଛନ୍ତି ।

ଉଦଘାଟନର କିଛି ସମୟ ପୂର୍ବରୁ କୁକ୍ ଟୁଇଟ୍ କରି କହିଥିଲେ ଯେ, ମୁମ୍ବାଇ ହେଉଛି ଶକ୍ତି "ଅବିଶ୍ୱସନୀୟ" । ସେ କହିଛନ୍ତି, "ମୁମ୍ବାଇରେ ଶକ୍ତି, ସୃଜନଶୀଳତା ଏବଂ ଉତ୍ସାହ ଅବିଶ୍ୱସନୀୟ ! ଆପଲ୍ BKC- ଭାରତରେ ଆମର ପ୍ରଥମ ଷ୍ଟୋର୍ ଖୋଲିବାକୁ ଯାଉଛି, ଏଥିପାଇଁ ଆମେ ଖୁବ୍ ଉତ୍ସାହିତ।" କୁକ୍ ସୋମବାର ଭାରତରେ ପହଞ୍ଚିବା ପରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ମୁମ୍ବାଇର ତାଙ୍କ ବାସଭବନ ଆଣ୍ଟିଲିଆରେ ଭେଟିଥିଲେ । ଏଥିସହ ଆପଲ୍ ଷ୍ଟୋର୍‌ର ଅଫିସିଆଲ୍ ଲଞ୍ଚ ପୂର୍ବରୁ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ସେ ଦେଶର ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ଭେଟିଥିଲେ । ଏଥିସହ ପୂର୍ବତନ ଷ୍ଟାର୍ କ୍ରିକେଟର ଅନିଲ କୁମ୍ବଲେ, ମାଧୁରୀ ଦୀକ୍ଷିତ, ଅରମାନ ମଲିକ, ରବିନା ଟଣ୍ଡନ, ନେହା ଧୁପିଆ ଭଳି ବଲିଉଡ୍ ଷ୍ଟାର୍‌ଙ୍କୁ ଭେଟିଛନ୍ତି ଟିମ୍ କୁକ ।

ABOUT THE AUTHOR

...view details