ଓଡିଶା

odisha

ETV Bharat / science-and-technology

ଡିପଫେକକୁ ନେଇ ସୋସିଆଲ ମିଡିଆକୁ କେନ୍ଦ୍ରର ଆଡଭାଇଜରୀ, 7ଦିନ ଭିତରେ ଏହି ରିପୋର୍ଟ ଦେବାକୁ ନିର୍ଦ୍ଦେଶ - ଡିପଫେକକୁ ନେଇ କେନ୍ଦ୍ରର ଆଡଭାଇଜରୀ

Deepfake Advisory: ଆଉ ଚାଲିବନି ଫଟୋ-ଭିଡିଓ ଟ୍ୟାମ୍ପରିଂ । ଡିପ୍‌ଫେକ୍‌କୁ ନେଇ ସୋସିଆଲ ମିଡିଆ କମ୍ପାନୀ ପାଇଁ ଆଡଭାଇଜରୀ ଜାରି କଲା କେନ୍ଦ୍ର । ଅଧିକ ପଢ଼ନ୍ତୁ

Centre issues advisory to social media
Centre issues advisory to social media

By ETV Bharat Odisha Team

Published : Dec 27, 2023, 11:10 AM IST

ହାଇଦ୍ରାବାଦ:ବର୍ତ୍ତମାନ ସମୟରେ ଡିପ୍‌ଫେକ୍‌ ଚିନ୍ତାର କାରଣ ସାଜିଛି । ଅନେକ ଅଭିନେତ୍ରୀ ଏହାର ଶିକାର ହୋଇଛନ୍ତି । ଚେହେରା ବା ଶରୀରକୁ ପରିବର୍ତ୍ତନ କରି ନୂଆ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓକୁ ଦେଖିଲେ ସତ ଜାଣିବା ଏକ ପ୍ରକାର କଷ୍ଟକର ହୋଇପଡ଼ୁଛି । ଏନେଇ ସରକାରଙ୍କ ମଧ୍ୟ ଚିନ୍ତା ବୃଦ୍ଧି ପାଇଥିଲା । ଏନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସତର୍କତା ଜାରି କରିଥିବା ବେଳେ ଗତକାଲି(ମଙ୍ଗଳବାର) ଆଇଟି ମନ୍ତ୍ରାଳୟ ପକ୍ଷରୁ ସୋସିଆଲ ମିଡିଆ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।

କେନ୍ଦ୍ର ସରକାର ସମସ୍ତ ସୋସିଆଲ ମିଡିଆ କମ୍ପାନୀଗୁଡିକୁ ଆଇଟି ନିୟମ ମାନିବାକୁ ପରାମର୍ଶ ଦେଇଥିବା ବେଳେ ଲୋକମାନଙ୍କୁ ମଧ୍ୟ ଏ ବିଷୟରେ ସଚେତନ କରିବା ପାଇଁ କହିଛନ୍ତି । ବିଶେଷକରି ସୋସିଆଲ ମିଡିଆ କମ୍ପାନୀଗୁଡିକ ଡିପ୍‌ଫେକ୍‌କୁ ନେଇ ଚେତାବନୀ ଦିଆଯାଇଛି । ଏହାସହ ଅନୁଚିତ ବା ତ୍ରୁଟିଯୁକ୍ତ କଣ୍ଟେଣ୍ଟ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୁହାଯାଇଛି । ଆଇଟି ନିୟମ3(1)(b)କୁ ଉଲ୍ଲେଖ କରି କୁହାଯାଇଛି ଯେ, ଯଦି କେହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନୁପଯୁକ୍ତ କଣ୍ଟେଣ୍ଟ୍‌ ପୋଷ୍ଟ କରନ୍ତି କିମ୍ବା ସେୟାର କରନ୍ତି ତାହେଲେ ନିୟମ ଅନୁସାରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ । ସୋସିଆଲ ମିଡିଆ କମ୍ପାନୀ ଗୁଡିକ ଡିପଫେକ ଉପରେ ଅଧିକ ଧ୍ୟାନ ଦେବା ସହିତ ସମସ୍ତ ନିୟମ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଡିପଫେକ୍ ଉପରେ ଲାଗିବ ରୋକ, ଆସୁଛି ନୂଆ ନିୟମ

ନଜର ରଖିବ ଆଇଟି ମନ୍ତ୍ରଣାଳୟ: ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛତନ୍ତି,"ଆସନ୍ତା କିଛି ସପ୍ତାହ ମଧ୍ୟରେ ସୋସିଆଲ ମିଡିଆ ଉପରେ ସରକାର ତୀକ୍ଷ୍ମ ନଜର ରଖିବେ। ଆବଶ୍ୟକସ୍ଥଳେ ଆଇଟି ନିୟମ ଏବଂ ଆଇନରେ ସଂଶୋଧନ କରାଯିବ।" ଏହା ବ୍ୟତୀତ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସୋସିଆଲ ମିଡିଆ କମ୍ପାନୀକୁ ଆକ୍ସ ଟେକେନ କମ ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ 7 ଦିନ ସମୟ ଦିଆଯାଇଛି। ତେବେ ସୋସିଆଲ ମିଡିଆରେ ଯୌନ ଶୋଷଣ, ଅଶ୍ଲୀଳ ଭିଡିଓ ଏବଂ ବେଆଇନ ଋଣ ଆପ୍‌ ଭଳି କଣ୍ଟେଣ୍ଟ ପୋଷ୍ଟ ନକରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏହାସହିତ ସୋସିଆଲ ମିଡିଆ ୟୁଜର୍ସଙ୍କୁ ଯେଉଁ କଣ୍ଚେଣ୍ଟ ଭ୍ରମିତ କରୁଛି ସେଥିରୁ ମଧ୍ୟ ଦୂରେଇ ରହିବା ଆବଶ୍ୟକ ବୋଲି କୁହାଯାଇଛି ।

ଡିପଫେକ ଟେକନିକ କଣ: ଡିପ୍‌ଫେକ୍‌ ଟେକ୍‌ନିକ୍‌ ଦ୍ୱାରା ଜଣେ ବ୍ୟକ୍ତିର ଫଟୋ ଏବଂ ଭିଡିଓକୁ ଟ୍ୟାମ୍ପରିଂ କରାଯାଇଥାଏ । ଏହାକୁ ସିନ୍ଥେଟିକ ବା ଡାକ୍ଟର୍ଡ ଫଟୋ-ଭିଡିଓ(ମିଡିଆ) କୁହାଯାଏ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI)ର ଉପଯୋଗ କରି ଭୁଲ ଉପାୟରେ ବ୍ୟବାହର କରାଯାଇଥାଏ । ଡିଜିଟାଲ ଟେକ୍‌ନିକ୍‌ ମାଧ୍ୟମରେ ଯେଉଁଭଳି ଭାବେ ଅରିଜିନାଲ ଫଟୋ-ଭିଡିଓକୁ ଏଡିଟ କରାଯାଉଛି, ତାହା ଏକ ଦୁର୍ଭାବନାପୂର୍ଣ୍ଣ ଟ୍ରେଣ୍ଡକୁ ପ୍ରୋତ୍ସାହିତ କରୁଛି । ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟ ଡିପଫେକ ଭିଡିଓ ଭାଇରାଲ ହୋଇଥିଲା। ଏହାସହିତ ଅନେକ ଅଭିନେତା ମଧ୍ୟ ଏହାର ଶିକାର ହୋଇଛନ୍ତି । ଫଟୋ-ଭିଡିଓ ଟ୍ୟାମ୍ପରିଂ ମାମଲା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ଏହି ନିୟମ ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details