ନୂଆଦିଲ୍ଲୀ:ବଢୁଥିବା ପରିବେଶ ପ୍ରଦୂଷଣ ପାଇଁ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା କମାଇବା ଜରୁରୀ ଅଟେ । ଏଥି ପାଇଁ କେନ୍ଦ୍ର ସରକାର ଏଲନ ମସ୍କଙ୍କ ଦ୍ବାରା ପରିଚାଳିତ ଅଟୋମୋବାଇଲ କମ୍ପାନୀ ଟେସଲାର ଇମ୍ପୋର୍ଟେଡ ଇଲେକ୍ଟ୍ରିକ ଯାନବାହନ (ଇଭି) ଉପରୁ ଟ୍ୟାକ୍ସ କମେଇବା ପାଇଁ କରିଥିବା ଅନୁରୋଧ ଉପରେ ବିଚାର କରୁଛନ୍ତି । ସୋମବାର ଦିନ ଏକ ମିଡିଆ ରିପୋର୍ଟ ଅନୁଯାୟୀ ସରକାର ଦେଶରେ ଏନେଇ ଏକ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ବିଚାର କରୁଛନ୍ତି । ଫାଇନାନ୍ସିଆଲ ଟାଇମ ମୁତାବକ ଏଲନ ମସ୍କ ସରକାରଙ୍କୁ ପ୍ରାରମ୍ଭିକ ଟ୍ୟାକ୍ସ ରିହାତି ପାଇଁ ଅନୁରୋଧ କରିଛନ୍ତି । ଯାହାକି 40000 ଡଲାରରୁ କମ ଦାମର କାର ପାଇଁ 70 ପ୍ରତିଶତ ଏବଂ 40000 ଡଲାରରୁ ଅଧିକ ଦାମର କାର ପାଇଁ 100 ପ୍ରତିଶତର ବୃହତ୍ ସୀମା ଶୁଳ୍କ ରହିଛି ।
ଏହା ମଧ୍ୟ ପଢନ୍ତୁ...ମସ୍କ୍ ଲଞ୍ଚ କଲେ AI chatbot 'Grok', କହିଲେ ଏହା ChatGPTରୁ ଉତ୍କୃଷ୍ଟ
କମ୍ପାନୀର ଜଣେ ଅଧିକାରୀଙ୍କ ସୂଚନା ମୁତାବକ କମ୍ପାନୀକୁ ଅତିକମରେ ଏକ ଅନ୍ତରୀଣ ସମୟ ମଧ୍ୟରେ କିଛି ଟ୍ୟାକ୍ସ ରିହାତିର ଆବଶ୍ୟକତା ରହିଛି । ଏଥିରେ କେତେକ ସନସେଟ ଚୁକ୍ତି ରହିବ । ଟେସଲା ଦେଶରେ ଇଭି ପ୍ଲାଣ୍ଟ ପ୍ରତିଷ୍ଠା କରିବା ନିମନ୍ତେ ରିହାତିର ସର୍ତ ରଖିଥିଲା । କମ କରାଯାଇଥିବା ଟ୍ୟାକ୍ସ ସମସ୍ତ ଇଲେକ୍ଟ୍ରିକ ଯାନବାହନ ନିର୍ମାତା ମାନଙ୍କ ଉପରେ ଲାଗୁ ହେବ । ରିପୋର୍ଟ ଅନୁସାରେ ସମସ୍ତ ଦାମର ଇଲେକ୍ଟ୍ରିକ ଯାନ ଉପରେ 15 ପ୍ରତିଶତ ରିହାତି ରହିବ ବୋଲି କିନ୍ତୁ ଏହି ନୀତି ଉପରେ ସରକାରଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟରେ ଏ ଯାଏଁ ସହମତି ହୋଇପାରିନାହିଁ ।