ହାଇଦ୍ରାବାଦ:ବାୟୁମଣ୍ଡଳ କହିଲେ ଗ୍ୟାସଗୁଡିକର ସମାହାର, ଯାହା ପୃଥିବୀପୃଷ୍ଠକୁ ଘେରି ରହିଛି । ଅତ୍ୟଧିକ ଉତ୍ତାପ, କ୍ଷତିକାରକ ରଶ୍ମୀରୁ ପୃଥିବୀପୃଷ୍ଠକୁ ସୁରକ୍ଷିତ ରଖିବାରେ ବାୟୁମଣ୍ଡଳର କବଚ ସଦୃଶ୍ୟ ଅଟେ । ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମିକୁ ଅବଶୋଷଣ କରି ଏହା ପୃଥିବୀର ଜୀବଜନ୍ତୁଙ୍କୁ ସୁରକ୍ଷା ଦେଇଥାଏ । ଏଣୁ ପ୍ରତିବର୍ଷ ଏପ୍ରିଲ 10କୁ ବିଶ୍ବ ବାୟୁମଣ୍ଡଳ ଦିବସ ରୂପେ ପାଳନ କରାଯାଏ ।
ପୃଥିବୀ ଗ୍ରହକୁ ବାୟୁମଣ୍ଡଳ ଘେରି ରହିଛି ଏବଂ ମାଧ୍ୟାକର୍ଷଣ ଶକ୍ତି ଦ୍ବାରା ଏହା ପୃଥିବୀକୁ ଲାଗି ରହିଛି । ବାୟୁମଣ୍ଡଳରେ ତିନୋଟି ମୁଖ୍ୟ ଉପାଦାନ ରହିଛି, ଯଥା ଯବକ୍ଷାରଜାନ, ଅମ୍ଲଜାନ ଓ ଆର୍ଗନ । ବାୟୁମଣ୍ଡଳରେ ଯବକ୍ଷାରଜାନର ମାତ୍ରା 78 ପ୍ରତିଶତ ଥିବାବେଳେ 21 ପ୍ରତିଶତ ଅମ୍ଲଜାନ, 0.9 ପ୍ରତିଶତ ଆର୍ଗନ ଏବଂ 0.1 ପ୍ରତିଶତ ଅନ୍ୟାନ୍ୟ ଗ୍ୟାସର ମାତ୍ରା ରହିଛି । ସେହି 0.1 ପ୍ରତିଶତରେ ଅଙ୍ଗାରକାମ୍ଲ, ମିଥେନ, ଜଳୀୟବାଷ୍ପ ଓ ନିଓନ ଆଦି ଗ୍ୟାସ ଅନ୍ତର୍ଭୁକ୍ତ ଅଟେ । ପୃଥିବୀର ବାୟୁମଣ୍ଡଳର ପୃଥିବୀପୃଷ୍ଠରୁ 10 ହଜାର କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ।
ଗ୍ରୀନହାଉସ ଗ୍ୟାସ ଏବଂ ଏହାର ପ୍ରଭାବ:
ସୂର୍ଯ୍ୟଙ୍କ ଅବଲୋହିତ ରଶ୍ମିକୁ ଶୋଷଣ କରୁଥିବା ଗ୍ୟାସଗୁଡିକୁ ସବୁଜଗୃହ ଗ୍ୟାସ କୁହାଯାଏ ଏବଂ ଏହି ଗ୍ୟାସ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ଅଟେ । ତେବେ ଅଙ୍ଗାରକାମ୍ଲ ବାୟୁମଣ୍ଡଳର ସର୍ବାଧିକ ପରିମାଣର ସବୁଜଗୃହ ଗ୍ୟାସ ଅଟେ । ସେହିପରି ତାପମାତ୍ରାକୁ ଆଧାର କରି ବାୟୁମଣ୍ଡଳକୁ 5ଟି ଭାଗରେ ବିଭକ୍ତ କରାଯାଇଛି । ଯେପରିକି, ଟ୍ରୋପୋସ୍ଫିଅର, ଷ୍ଟ୍ରାଟୋସ୍ଫିଅର, ମେସୋସ୍ଫିଅର, ଥର୍ମୋସ୍ଫିଅର, ଏକ୍ସୋସ୍ଫିଅର ।
ପୃଥିବୀକୁ ରକ୍ଷା କରିବାରେ ବାୟୁମଣ୍ଡଳର ଭୂମିକା:
ପୃଥିବୀପୃଷ୍ଠରେ ଜୀବନ ଧାରଣରେ ବାୟୁମଣ୍ଡଳର ଏକାନ୍ତ କାମ୍ୟ । ବାୟୁମଣ୍ଡଳରେ ଥିବା ଓଜନ ସ୍ତର ପୃଥିବୀ ଓ ଅତି ବାଇଗଣୀ ରଶ୍ମି ମଧ୍ୟରେ ମୁଖ୍ୟ ପ୍ରତିବନ୍ଧକ । ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମିକୁ ଏହି ଓଜନ ସ୍ତର ଅବଶୋଷିତ କରି ଜୀବଜଗତକୁ ସୁରକ୍ଷା ଦେଇଥାଏ ।
ପୃଥିବୀ ଉପରେ ଏହାର ପ୍ରଭାବ ଏବଂ ଅବସ୍ଥାନକୁ ଆଧାର କରି ପାଣିପାଗ ବିପଜ୍ଜନକ ହୋଇପାରେ । ତଥାପି ପାଣିପାଗ ଦ୍ବାରା ପୃଥିବୀରେ ଘଟିଥିବା କ୍ଷତି ଅପେକ୍ଷାକୃତ କମ୍ ଅଟେ । ବାୟୁମଣ୍ଡଳର ପାଣିପାଗରୁ ସୁରକ୍ଷା ଯୋଗାଇଥାଏ । ତାପାମାତ୍ରାକୁ ମଧ୍ୟ ଏହା ନିୟନ୍ତ୍ରିତ କରିଥାଏ ।