ଓଡିଶା

odisha

ETV Bharat / science-and-technology

କ୍ୟାମେରା ବ୍ୟବହାର କରି ସ୍ପିଡ୍ ସୀମାକୁ ଭିଜୁଆଲାଇଜ୍ କରିବ ଟେସଲା - ଟେସଲା

ସ୍ପିଡ୍ ଉପରେ ବର୍ତ୍ତମାନ ନଜର ରଖିବ କ୍ୟାମେରା । ଡ୍ରାଇଭର୍ ଗାଡିରେ ସ୍ପିଡ୍ ବଢାଇଲେ ସ୍କ୍ରିନରେ ହେବ ଭିଜୁଆଲାଇଜେସନ ।

କ୍ୟାମେରା ବ୍ୟବହାର କରି ସ୍ପିଡ୍ ସୀମାକୁ ଭିଜୁଆଲାଇଜ୍ କରିବ ଟେସଲା
କ୍ୟାମେରା ବ୍ୟବହାର କରି ସ୍ପିଡ୍ ସୀମାକୁ ଭିଜୁଆଲାଇଜ୍ କରିବ ଟେସଲା

By

Published : Sep 1, 2020, 3:50 PM IST

Updated : Feb 16, 2021, 7:52 PM IST

ହାଇଦ୍ରାବାଦ: ସ୍ପିଡ୍ ଉପରେ ବର୍ତ୍ତମାନ ନଜର ରଖିବ କ୍ୟାମେରା । ଡ୍ରାଇଭର୍ ଗାଡିରେ ସ୍ପିଡ୍ ବଢାଇଲେ ସ୍କ୍ରିନରେ ହେବ ଭିଜୁଆଲାଇଜେସନ । ଏହାପରେ ଡ୍ରାଇଭର ଚେତାବନୀ ପାଇପାରିବ । ରାସ୍ତାରେ ଗାଡିର ବେଗ ଲିମିଟ୍ ବିଷୟରେ ଜାଣିବା ପାଇଁ ସ୍ପିଡ୍ ଆସିଷ୍ଟ କ୍ୟାମେରାର ବ୍ୟବହାର କରିବ ବୋଲି ଇଭି ନିର୍ମାତା କହିଛନ୍ତି ।

କ୍ୟାମେରା ବ୍ୟବହାର କରି ସ୍ପିଡ୍ ସୀମାକୁ ଭିଜୁଆଲାଇଜ୍ କରିବ ଟେସଲା

ନୂତନ ସଫ୍ଟୱେର୍ ଅପଡେଟରେ ଟ୍ରାଫିକ୍ ଲାଇଟ୍ ଓ ଷ୍ଟପ୍ ସାଇନ୍ କଣ୍ଟ୍ରୋଲ୍ ବୈଶିଷ୍ଟ୍ୟ ମଧ୍ୟ ଅନ୍ତର୍ଭୂକ୍ତ ହୋଇଛି । ଅତ୍ୟାଧୁନିକ ସଫ୍ଟୱେର୍ ଅପଡେଟ୍ ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି ଓ ଆସନ୍ତା ସପ୍ତାହରୁ ଏହା ଜାରି ରଖିବ ବୋଲି କମ୍ପାନୀ କହିଛି । ସିଇଓ ଏଲୋନ୍ ମସ୍କ ନିଶ୍ଚିତ କରିଛନ୍ତି ଯେ, ଇଭିଏସ୍ ଖୁବ୍ ଶୀଘ୍ର ଏକ ବୈଶିଷ୍ଟ୍ୟ ଆଣିବ, ଯେଉଁଥିରେ ଗାଡିର ବାହାରେ ସେଟ୍ କରାଯାଇଥିବା ସ୍ପିକରରୁ ଗୀତ ବାଜିପାରିବ ।

ଗୀତ ବ୍ୟତୀତ ମାସ୍କ ଏହା ମଧ୍ୟ କହିଛି ଯେ ଟେସଲା କାର ଗୁଡିକ ଖୁବ୍ ଶୀଘ୍ର ଏହାର ଇନଫୋଟେନମେଣ୍ଟ ସ୍କ୍ରିନରେ ଖେଳ ପ୍ରଦର୍ଶନ କରିବ । ମେ ମାସରେ, ଟେସଲା କାରରେ ମାଇନାକ୍ରାଫ୍ଟ ଓ ପୋକମୋନ୍ ଗୋ ଭଳି ଖେଳ ଅପଲୋଡ ହେବ । ଏହା ଏକ ଭଲ ଚିନ୍ତାଧାରା ବୋଲି ମସ୍କ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2021, 7:52 PM IST

ABOUT THE AUTHOR

...view details