ଓଡିଶା

odisha

ETV Bharat / science-and-technology

BSNL To Start 5G Services: 2024 ସୁଦ୍ଧା BSNL ଆରମ୍ଭ କରିବ 5G ସେବା - କେନ୍ଦ୍ର ଆଇଟି ଏବଂ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

2024 ଅପ୍ରେଲ ସୁଦ୍ଧା ସମଗ୍ର ଦେଶରେ ଆରମ୍ଭ ହେବ 5G ସେବା । ଚଳିତ ବର୍ଷ 4G ନେଟୱାର୍କ ଲଞ୍ଚ ହେବାର ଏକ ବର୍ଷ ମଧ୍ୟରେ BSNL 5G କୁ ଅପଗ୍ରେଡ୍ କରିବା ନେଇ ସୂଚନା(BSNL To Start 5G Services By April 2024) । ଅଧିକ ପଢନ୍ତୁ

BSNL To Start 5G Services
BSNL To Start 5G Services

By

Published : Jan 9, 2023, 12:26 PM IST

ନୂଆଦିଲ୍ଲୀ:ଆସନ୍ତା ବର୍ଷ ଆରମ୍ଭରୁ 5G ସେବା ଯୋଗାଇବ BSNL । ଏୟାରଟେଲ ଏବଂ ଜିଓ ପରେ ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍(BSNL) 5G ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି(BSNL To Start 5G Services By April 2024) । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଆଇଟି ଏବଂ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । 2024 ଅପ୍ରେଲ ସୁଦ୍ଧା ସମଗ୍ର ଦେଶରେ 5G ସେବା ଆରମ୍ଭ ହେବ ବୋଲି ମନ୍ତ୍ରୀ ବୈଷ୍ଣବ କହିଛନ୍ତି ।

ସେ କହିଛନ୍ତି ଯେ, 4G ନେଟୱାର୍କ ଲଞ୍ଚ ହେବାର ଏକ ବର୍ଷ ମଧ୍ୟରେ BSNL 5Gକୁ ଅପଗ୍ରେଡ୍ କରିବ । ସମ୍ପ୍ରତି, BSNL 4G ନେଟୱାର୍କ ଲଞ୍ଚ କରିବା ପାଇଁ TCS ଏବଂ C-DOT ସହିତ କାର୍ଯ୍ୟ କରୁଛି । ଓଡ଼ିଶାରେ ଏୟାରଟେଲ ଏବଂ ଜିଓ 5G ସେବା ଲଞ୍ଚ କରିବା ଅବସରରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ(Union Telecom Minister Ashwini Vaishnaw) ଏନେଇ ସୂଚନା ଦେଇଛନ୍ତି । ଆସନ୍ତା 2 ବର୍ଷ ମଧ୍ୟରେ ଓଡିଶାରେ BSNL 5G ସେବା ଉପଲବ୍ଧ ହେବ ବୋଲି ମଧ୍ୟ ସେ ଦାବି କରିଛନ୍ତି । BSNL 5G ସେବା ଆରମ୍ଭ ହେବା ପରେ ଏୟାରଟେଲ ଏବଂ ଜିଓ ପ୍ରତିଯୋଗୀ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ଓଡ଼ିଶାରେ 5G ଯୁଗ ଆରମ୍ଭ, ୧୦ ଗୁଣା ଅଧିକ ସ୍ପିଡ ହେବ ଇଣ୍ଟରନେଟ

ପ୍ରକାଶ ଥାଉକି, ଅକ୍ଟୋବରରେ ଏୟାରଟେଲ ଏବଂ ଜିଓ ଭାରତରେ 5G ସେବା ଆରମ୍ଭ କରିଥିଲେ । ପ୍ରଥମେ ଦେଶର ପ୍ରମୁଖ ମେଟ୍ରୋ ସହର ଗୁଡିକରେ ଏହି ସେବା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଧୀରେ ଧୀରେ ସମଗ୍ର ଦେଶରେ ଯୋଡି ହେଉଛି 5G ନେଟୱାର୍କ । ଏହି କ୍ରମରେ ଜାନୁଆରୀ 5 ରୁ ଓଡିଶାରେ ଆରମ୍ଭ ହୋଇଛି 5G ସେବା । ପ୍ରଥମେ ଟ୍ବିନ ସିଟି କଟକ-ଭୁବନେଶ୍ବରରେ ସେବା ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରତି ସହର ଓ ଗାଁରେ 5G ପହଞ୍ଚିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ଘରୋଇ କମ୍ପାନୀ 5G ସେବା ଆରମ୍ଭ କରୁଥିବା ବେଳେ BSNL କିନ୍ତୁ ଏବେ ମଧ୍ୟ 4G ସେବା ଯୋଗାଇପାରି ନାହିଁ । ଚଳିତ ବର୍ଷ 2023 ସୁଦ୍ଧା 4G ସେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି । BSNL ସମ୍ପ୍ରତି ଏହାର ଉପଭୋକ୍ତାମାନଙ୍କୁ 3G ସେବା ଯୋଗାଉଛି, କିନ୍ତୁ ଆଗାମୀ ଦିନରେ 4G ନେଟୱାର୍କ ସୁବିଧା ଆରମ୍ଭ ହେବ ବୋଲି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । 4G ପ୍ରବର୍ତ୍ତନ କରିବାର ଏକ ବର୍ଷ ମଧ୍ୟରେ କମ୍ପାନୀ ଏହାର ନେଟୱାର୍କ ସେବାକୁ 5G କୁ ଅପଗ୍ରେଡ୍ କରିବ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details