ହାଇଦ୍ରାବାଦ:ଓଡ଼ିଶାର ବାଲେଶ୍ବର ନିକଟସ୍ଥ ବାହନଗାରେ ଯେଉଁ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି ତାହା ସାରା ବିଶ୍ବକୁ ଦୋହଲାଇ ଦେଇଛି । ଏହି ଛାତିଥରା ଦୁର୍ଘଟଣାରେ 250ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଛି । ଏହି ଟ୍ରେନ୍ ଦୁର୍ଘଟଣା ଅତ୍ୟନ୍ତ ବିପଜ୍ଜନକ ପ୍ରମାଣିତ ହୋଇଥିଲା ଯାହା ବିଷୟରେ କାହାରି ଧାରଣା ନଥିଲା । ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ଯଶୋବନ୍ତ ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇ ଏହାର ବଗି ବିପରୀତ ଟ୍ରାକରେ ପଡିଯାଇଥିଲା । ଠିକ୍ ଏହି ସମୟରେ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ ଆସି କରମଣ୍ଡଳକୁ ଧକ୍କା ଦେଇଥିଲା । ରାତ୍ରୀ ପ୍ରାୟ 8ଟା ସମୟରେ ଏହି ଦୁର୍ଘଟଣା ହୋଇଥିଲା । ତେବେ ଟ୍ରେନ ଦୁର୍ଘଟଣା ସମୟରେ ନିଜକୁ ସୁରକ୍ଷା ପ୍ରଦାନ କରିବା କଷ୍ଟକର ହୋଇଥାଏ, କାରଣ ଟ୍ରେନର ବେଗ ଅଧିକ ରହିଥାଏ । ତେବେ ଏକ ମିଡିଆ ରିପୋର୍ଟ ଅନୁସାରେ, ଟ୍ରେନ କୋଚର ଏପରି କିଛି ସ୍ଥାନ ରହିଛି ଯେଉଁଥିଲେ ଆପଣ ନିଜକୁ ସୁରକ୍ଷିତ ରଖିପାରିବେ ।
ମଝିରେ ବସନ୍ତୁ: ଯେ କୌଣସି ଟ୍ରେନ୍ ଦୁର୍ଘଟଣାରେ ଯଦି ଆପଣ ମଝିରେ ବସିଥିବେ, ତାହାଲେ ଆପଣ ସୁରକ୍ଷିତ ହେବାର ସମ୍ଭାବନା ଅଧିକ ରହିଥାଏ । ଏହାର ଅର୍ଥ ଟ୍ରେନ ସିଟରେ ବସିବା ସମୟରେ ଆପଣ ଲୋକମାନଙ୍କ ମଝିରେ ବସନ୍ତୁ । ଫଳରେ ଟ୍ରେନ ଦୁର୍ଘଟଣା ସମୟରେ ଟ୍ରେନ କମ୍ପାଟମେଣ୍ଟ, ଟ୍ରେନ ଝରକା କିମ୍ବା ଛାତରେ ମାଡ ହେବାର ସମ୍ଭାବନା ବହୁତ କମ ଥାଏ । ତଳୁ ମଝିରେ ବସିବା ସୁରକ୍ଷିତ ସ୍ଥାନ ବୋଲି ମଣାଯାଏ ।
ସିଟରେ ବସିଲା ବେଳେ ପଛକୁ ପଛକୁ ପ୍ରେସ କରି ବସନ୍ତୁ: ଟ୍ରେନ୍ ଯେଉଁ ଦିଗକୁ ଗତି କରୁଛି ତାହାର ବିପରିତ ଦିଗର ସିଟରେ ବସନ୍ତୁ। ବସିଲା ବେଳେ ସିଟର ପଛକୁ ଲାଗିକି ବସନ୍ତୁ । ଏପରି ପରିସ୍ଥିତିରେ ଦୁର୍ଘଟଣା ସମୟରେ ଗୁରୁତର ଆଘାତରୁ ରକ୍ଷା କରିପାରିବ । କାରଣ ଟ୍ରେନ ଲାଇନଚ୍ୟୁତ ହେବା ସମୟରେ ସିଟର ଆଗକୁ ଆସି ବସିଥିବା ବେଳେ ତଳକୁ ଖସିପଡିବାର ସମ୍ଭାବନା ଅଧିକ ରହିଥାଏ।