ହାଇଦ୍ରାବାଦ:ସୋମବାର ରାତିରୁ ଆରମ୍ଭ ହୋଇଛି ଆପଲର ସବୁଠାରୁ ବଡ଼ ଇଭେଣ୍ଟ WWDC 2023 । ଆମେରିକା କାଲିଫର୍ଣ୍ଣିଆର ଆପଲ୍ ପାର୍କରେ ଇଭେଣ୍ଟ ଜାରି ରହିଛି । ଭାରତୀୟ ସମୟ ରାତି 10ଟା30ରେ ଆପଲର ବିଶ୍ବସ୍ତରୀୟ ଡେଭଲପର କନଫରେନ୍ସ ଆରମ୍ଭ ହୋଇଥିବା ବେଳେ ଅନ୍ଲାଇନ୍ ମୋଡ୍ରେ ଜାରି ରହିଛି । ଏହାରି ଭିତରେ କମ୍ପାନୀ ପକ୍ଷରୁ ନୂଆ ୧୫ ଇଞ୍ଚ ମ୍ୟାକ୍ବୁକ୍ ଏୟାର(MacBook Air 15-inch) ଲଞ୍ଚ୍ କରାଯାଇଛି । ଏଥିସହ ଏହି ଲାପଟପ ବିଶ୍ବର ସବୁଠାରୁ ପତଳା ଲାପ୍ଟପ୍ ବୋଲି ଆପଲ କମ୍ପାନୀ ଦାବି କରିଛି । ଓଜନ ୩.୩ ପାଉଣ୍ଡ ରହିଥିବା କୁହାଯାଇଛି । କିଲୋଗ୍ରାମରେ ଦେଖିବାକୁ ଗଲେ ପ୍ରାୟ ଦେଢ଼ କିଲୋ ଓଜନ ଅଟେ ।
ଏହା ମଧ୍ୟ ପଢନ୍ତୁ: Apple WWDC 2023: ଆପଲ୍ ଆରମ୍ଭ କଲା ସବୁଠୁ ବଡ କାର୍ଯ୍ୟକ୍ରମ, ଗ୍ରାହକଙ୍କୁ ମିଳିପାରେ ଗିଫ୍ଟ
ମ୍ୟାକ୍ବୁକ୍ ଏୟାର ୧୫ ଇଞ୍ଚର ଫିଚର: ନୂଆ ଲଞ୍ଚ ହୋଇଥିବା ଏହି ମ୍ୟାକ୍ବୁକ୍ ଏୟାର 15 ଇଞ୍ଚର ଫିଚର ଦେଖିବାକୁ ଗଲେ, ଏଥିରେ 15.3-ଇଞ୍ଚର ଲିକ୍ବିଡ ରେଟିନା ଡିସପ୍ଲେ ରହିଛି । ଏହାସହ 500 ନିଟସର ବ୍ରାଇଟନେଟ ରହିଛି । ଆପଲ୍ କହିଛି ଯେ, ଏହି ଦାମର PC ଲାପ୍ଟପ୍ ତୁଳନାରେ ମ୍ୟାକ୍ବୁକ୍ ଏୟାରର ଦୁଇଗୁଣ ରେଜୋଲୁସନ ସହ ବ୍ରାଇଟନେଟରେ 25 ପ୍ରତିଶତ ଆଗରେ ରହିଛି । ଏହା ସହିତ ଭିଡିଓ କଲିଂ ପାଇଁ ଏଥିରେ 1080 P କ୍ୟାମେରା ଦିଆଯାଇଛି । ଯେଉଁ କାରଣରୁ ଉପଭୋକ୍ତାମାନେ ଏହାର ଉତ୍ତମ ଅଭିଜ୍ଞତା ପାଇବେ । ଏଥିସହ ଏଥିରେ ମ୍ୟାଗ୍ସେଫ୍ ଚାର୍ଜିଂ, ଆସେସୋରିଜ୍ ସଂଯୋଗ ପାଇଁ ଦୁଇଟି ଥଣ୍ଡରବୋଲ୍ଟ ପୋର୍ଟସ, 3.5 ମିମି ହେଡଫୋନ୍ ଜ୍ୟାକ୍ ଏବଂ 6K ଏକ୍ସଟନାଲ ଡିସପ୍ଲେ ସୁବିଧା ରହିଛି।