ନୂଆଦିଲ୍ଲୀ:ତାଇୱାନର ଟେକ୍ ପ୍ରମୁଖ ଆସସ୍(ASUS) ଗୁରୁବାର ଏହାର 17.3 ଇଞ୍ଚ ଆସସ୍ ଫୋଲ୍ଡେବଲ୍ OLED ଲାପଟପ୍(ASUS foldable OLED laptop) ଭାରତରେ ଲଞ୍ଚ କରିଛି । ଯାହାର ନାଁ 'ଜେନବୁକ୍ 17 ଫୋଲ୍ଡ OLED'(Zenbook 17 Fold OLED) ରହିଛି । ରିପୋର୍ଟ ଅନୁଯାୟୀ, ଏହି ଲାପଟପ୍ର ମୂଲ୍ୟ 3 ଲକ୍ଷ 29 ହଜାର 990 ଟଙ୍କା । ଭାରତରେ ଏହା ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ଉପଲବ୍ଧ ।
ETV Bharat / science-and-technology
ASUS ର 17.3 ଇଞ୍ଚର ଫୋଲ୍ଡେବୁଲ୍ ଲାପଟପ୍ ଭାରତରେ ଲଞ୍ଚ୍
ଦୁନିଆର ପ୍ରଥମ 17.3 ଇଞ୍ଚର ଫୋଲ୍ଡେବୁଲ୍ ଲାପଟପ୍ ଭାରତରେ ଲଞ୍ଚ୍(ASUS launches foldable Zenbook laptop in India) । ସୂଚନା ଦେଲେ ଆସସ୍ ଇଣ୍ଡିଆର ବିଜନେସ୍ ହେଡ୍ ଆରନୋଲ୍ଡ ସୁ । ଅଧିକ ପଢନ୍ତୁ
ଆସସ୍ ଇଣ୍ଡିଆର ବିଜନେସ୍ ହେଡ୍ ଆରନୋଲ୍ଡ ସୁ ଏକ ବିବୃତ୍ତିରେ କହିଛନ୍ତି, ଏହା ହେଉଛି ବିଶ୍ୱର ପ୍ରଥମ 17.3 ଇଞ୍ଚର ଫୋଲଡେବଲ୍ ଲାପଟପ୍, ଯାହା ଫୋଲଡେବଲ୍ ହିଙ୍ଗ୍ ଡିଜାଇନ୍ରେ ବ୍ୟବହାର ହୋଇଛି । ଲାପଟପ୍ ସର୍ବଶେଷ ଦ୍ୱାଦଶ ପିଢିର ଇଣ୍ଟେଲ କୋର ପ୍ରୋସେସର୍ ସହ(Intel Core processor) ପ୍ରସ୍ତୁତ ହୋଇଛି, ଯାହାକି 10 ଟି କୋର(ଦୁଇଟି କାର୍ଯ୍ୟଦକ୍ଷତା କୋର ଏବଂ ଆଠଟି ଦକ୍ଷତା କୋର) ସହିତ ଡିଜାଇନ୍ ହୋଇଛି, ସମସ୍ତ କାର୍ଯ୍ୟକୁ ସହଜରେ ପରିଚାଳନା କରିବା ପାଇଁ 4.7 ସର୍ବାଧିକ ଫ୍ରିକ୍ୱେନ୍ସି ରହିଛି । ଏହା ବ୍ୟତୀତ ଲାପଟପ୍ 16 GB RAM ଏବଂ 1 TB SSD ଅଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ଉପଭୋକ୍ତାମାନେ ଫୋଲଡେବଲ୍ ଜେନବୁକ୍ ଲାପଟପ୍କୁ ଡେସ୍କଟପ୍, ଲାପଟପ୍(ବ୍ଲୁଟୁଥ୍ କିବୋର୍ଡ୍ ସହିତ), ଲାପଟପ୍ (ଭର୍ଚୁଆଲ୍ କିବୋର୍ଡ୍ ସହିତ), ଟାବଲେଟ୍ ଏବଂ ରିଡର୍ ଭଳି ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ ।
ଜେନବୁକ୍ ଲାପଟପ୍ କ୍ରମାଗତ ବ୍ୟବହାରରେ ପ୍ରାୟ 24 ଘଣ୍ଟା କିମ୍ବା ନିୟମିତ ବ୍ୟବହାରରେ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ସତେଜ ବ୍ୟାଟେରୀ ରହିବ । ବ୍ୟବହାର ନହେବା ସମୟରେ ବ୍ୟାଟେରୀ କିପରି କମ୍ ଖର୍ଚ୍ଚ ହେବ ତା'ର ସୁବିଧା ମଧ୍ୟ ରହିଛି । ଏହା USB Type-C ଚାର୍ଜିଂ ଏବଂ 65W ପର୍ଯ୍ୟନ୍ତ ଦୃତ ଚାର୍ଜିଂକୁ ସପୋର୍ଟ କରେ ଏବଂ ଯେକୌଣସି USB ପାୱାର ବ୍ୟାଙ୍କ କିମ୍ବା USB PD ଚାର୍ଜରରୁ ଚାର୍ଜ ହୋଇପାରିବ ।