ହାଇଦ୍ରାବାଦ:ଅପେକ୍ଷାର ଅନ୍ତ ଘଟିଲା । 10 ଦିନ ପୂର୍ବରୁ ଆପଲ ଆଇଫୋନ ସିରିଜ ଲଞ୍ଚ ହୋଇଥିବା ବେଳେ ଆଜିକୁ ଆରମ୍ଭ ହୋଇଛି ସେଲ । ଆଜି ଠାରୁ ଭାରତୀୟ ଆଇଫୋନ 15 ସିରିଜ କିଣିପାରିବେ । ନୂଆ ସିରିଜର ପ୍ରଥମ ଅଫିସିଆଲ୍ ସେଲ ଆଜି ଆପଲର ଅଫିସିଆଲ୍ ୱେବସାଇଟ୍ ଏବଂ ଷ୍ଟୋର୍ ଗୁଡିକରେ ସକାଳ 8ଟାରୁ ଆରମ୍ଭ ହୋଇଛି । ତେବେ ଯେଉଁମାନେ ଆମାଜନରୁ ସ୍ମାର୍ଟଫୋନ୍ ପ୍ରି-ବୁକ୍ କରିଛନ୍ତି ସେମାନେ ଆସନ୍ତାକାଲି(ଶନିବାର) ଠାରୁ ଡେଲିଭରି ଗ୍ରହଣ କରିବା ଆରମ୍ଭ କରିବେ । ଆଇଫୋନ୍ 15 ଭାରତରେ 79,900 ଟଙ୍କାରୁ ଆରମ୍ଭ ହେଉଛି । କମ୍ପାନୀ ନୂଆ ସିରିଜରେ ଗ୍ରାହକଙ୍କୁ ରିହାତି ମଧ୍ୟ ଦେଉଛି । ଯଦି ଆପଣ ମଧ୍ୟ ଆଇଫୋନ 15 କିଣିବା ପାଇଁ ମନସ୍ଥ କରିଛନ୍ତି ତେବେ ପ୍ରଥମେ ଏହାର ରିହାତି ଏବଂ ଫିଚର ଉପରେ ନଜର ପକାନ୍ତୁ ।
ଆପଲର ଅଫିସିଆଲ ଓ୍ବେବସାଇଟରେ ବମ୍ପର ଅଫର: ଯଦି ଆପଣ ପୁରୁଣା ଫୋନ ବଦଳାଇ ଆଇଫୋନ କିଣିବାକୁ ଚାହୁଁଛନ୍ତି ତେବେ ଆପଲର ଅଫିସିଆଲ ଓ୍ବେବସାଇଟ ପରେ ଅଫର ପାଇପାରିବେ । ଯଦି ଆପଣ ଆପଲର ଅଫିସିଆଲ୍ ୱେବସାଇଟରୁ ଆଇଫୋନ୍ 15 ଏବଂ 15 ପ୍ଲସ୍ କିଣୁଛନ୍ତି, ତେବେ କମ୍ପାନୀ ପକ୍ଷରୁ ଏକ ଟ୍ରେଡ୍-ଇନ୍ ଅଫର୍ ମିଳିବ। ଯେଉଁଥିରେ ଆପଣ ପୁରୁଣା ଫୋନ୍ ବଦଳରେ 2,000ରୁ 67,800 ଟଙ୍କା ରିହାତି ପାଇପାରିବେ । ଟ୍ରେଡ୍-ଇନ୍ ମୂଲ୍ୟ ଆପଣଙ୍କ ଫୋନର ଅବସ୍ଥା ବା କଣ୍ଡିସନ ଉପରେ ନିର୍ଭର କରେ ।
ଯଦି ଆପଣ ଆମାଜନରୁ ଫୋନ୍ କିଣୁଛନ୍ତି, ତେବେ ଆଇଫୋନ୍ 15ରେ HDFC ବ୍ୟାଙ୍କ କାର୍ଡରେ 5000 ଟଙ୍କା ରିହାତି ରହିଛି । ସେହିଭଳି କ୍ରୋମା ଉପରେ HDFC ବ୍ୟାଙ୍କ କାର୍ଡରେ ଆଧାର ମଡେଲ ଉପରେ 5000 ଟଙ୍କା ଏବଂ ପ୍ରୋ ମଡେଲ ଉପରେ 4,000 ଟଙ୍କା ରିହାତି ଦିଆଯାଉଛି । ଫ୍ଲିପକାର୍ଟରେ 5000 ଟଙ୍କା ପର୍ଯ୍ୟନ୍ତ ରିହାତି ରହିଛି । ବ୍ୟାଙ୍କ ଅଫର ବ୍ୟତୀତ ସବୁ ସ୍ଥାନରେ ଏକ୍ସଚେଞ୍ଜ ଅଫରର ଲାଭ ମଧ୍ୟ ଦିଆଯାଉଛି । ପୁରୁଣା ଫୋନ ଦେଇ ନୂଆ ମଡେଲରେ ଡିସକାଉଣ୍ଟ ପାଇପାରିବେ ।
ଫୋନର ଦାମ: ଆପଲ୍ ଆଇଫୋନ୍ 15 ସିରିଜ୍ ଅଧୀନରେ 4ଟି ମଡେଲ୍ ଲଞ୍ଚ କରିଛି ଯେଉଁଥିରେ ଆଇଫୋନ୍ 15, 15 ପ୍ଲସ୍, 15 ପ୍ରୋ ଏବଂ 15 ପ୍ରୋ ମ୍ୟାକ୍ସ ରହିଛି।
iPhone 15
- 128GB: 79,900 ଟଙ୍କା
- 256GB: 89,900 ଟଙ୍କା
- 512GB: 1,09,900 ଟଙ୍କା