ଓଡିଶା

odisha

ETV Bharat / science-and-technology

Apple iPhone 14 seriesରେ ରହିପାରେ ସାମସଙ୍ଗର 80% ଡିସପ୍ଲେ ସ୍କ୍ରିନ: Report - ସାମସଙ୍ଗ ଡିସପ୍ଲେ ଆଇଫୋନ୍ ପାଇଁ ପ୍ୟାନେଲ୍ ପଠାଇବ

ପୁଣିଥରେ ସାମସଙ୍ଗ ଡିସପ୍ଲେ ଆଇଫୋନ୍ ପାଇଁ ପ୍ୟାନେଲ୍ ପଠାଇବା ଉପରେ ପ୍ରାଧାନ୍ୟ ଦେଇପାରେ ବୋଲି DSCC (Display Supply Chain Consultants) ରସ୍ ୟଙ୍ଗଙ୍କ ରିପୋର୍ଟରେ ଦର୍ଶାଯାଇଛି । ଆପଲ ସାମସଙ୍ଗରୁ 82 ପ୍ରତିଶତ ପ୍ୟାନେଲ, କୋରିଆ କମ୍ପାନୀ ଏଲଜି ଡିସପ୍ଲେରୁ 12 ପ୍ରତିଶତ ଏବଂ ଚାଇନାର BOEରୁ 6 ପ୍ରତିଶତ ପ୍ୟାନେଲ କ୍ରୟ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Apple iPhone 14 series ରେ ରହିପାରେ ସାମସଙ୍ଗର  80% ଡିସପ୍ଲେ ସ୍କ୍ରିନ: Report
Apple iPhone 14 series ରେ ରହିପାରେ ସାମସଙ୍ଗର 80% ଡିସପ୍ଲେ ସ୍କ୍ରିନ: Report

By

Published : Sep 1, 2022, 9:55 AM IST

ୱାଶିଂଟନ: ପୁଣିଥରେ ସାମସଙ୍ଗ ଡିସପ୍ଲେ ଆଇଫୋନ୍ ପାଇଁ ପ୍ୟାନେଲ୍ ପଠାଇବା ଉପରେ ପ୍ରାଧାନ୍ୟ ଦେଇପାରେ ବୋଲି DSCC (Display Supply Chain Consultants) ରସ୍ ୟଙ୍ଗଙ୍କ ରିପୋର୍ଟରେ ଦର୍ଶାଯାଇଛି । ଜିଏସଏମ ଆରେନା(GSM Arena) ଅନୁଯାୟୀ, ଆଭ୍ୟନ୍ତରୀଣ ସୂଚନା ଅନୁସାରେ ଆପଲ ସାମସଙ୍ଗରୁ 82 ପ୍ରତିଶତ ପ୍ୟାନେଲ, କୋରିଆ କମ୍ପାନୀ ଏଲଜି ଡିସପ୍ଲେରୁ 12 ପ୍ରତିଶତ ଏବଂ ଚାଇନାର BOE ରୁ 6 ପ୍ରତିଶତ ପ୍ୟାନେଲ କ୍ରୟ କରିଛି ।

ରିପୋର୍ଟରେ ଦର୍ଶାଯାଇଛି ଯେ, ଆଇଫୋନ୍ 14 ପ୍ରୋ ମ୍ୟାକ୍ସ( iPhone 14 Pro Max) ୟୁନିଟ ଗୁଡିକରେ କେବଳ ସାମସଙ୍ଗ ପ୍ୟାନେଲ୍ ରହିବ । ତେବେ ସେପ୍ଟେମ୍ବର ମାସରୁ ଆଇଫୋନ୍ 14 ପ୍ରୋ ମ୍ୟାକ୍ସ ସ୍କ୍ରିନ୍ ଯୋଗାଇବା ଆରମ୍ଭ କରିବ ବୋଲି ଜଣାପଡିଛି । ଅନ୍ୟ ପଟେ ଚାଇନିଜ୍ ନିର୍ମାତା BOE, ଯାହା ମହତ୍ବପୂର୍ଣ୍ଣ ମାନୁଫାକ୍ଚରିଂ ଉତ୍ପାଦନ କରିବାରେ ସକ୍ଷମ, କିନ୍ତୁ ବିନା ପ୍ରୋରେ ଆପଲ୍ କ୍ରୟକୁ ଆଇଫୋନ୍ 14 ସିରିଜ୍ ମଧ୍ୟରେ ସୀମିତ ରଖିଛି ।

ଜିଏସଏମ ଆରେନା ରିପୋର୍ଟ କରିଛି ଯେ, ସାମସଙ୍ଗର ଶେୟାର ଆଇଫୋନ୍ 13 ସିରିଜରେ ଥିବା ପରି ସମାନ, କାରଣ ଏହା ସମସ୍ତ ପ୍ୟାନେଲର 83 ପ୍ରତିଶତ ଯୋଗାଇଥାଏ । ୟଙ୍ଗରୁ ବିସ୍ତୃତ ସୂଚନା ସୂଚିତ କରେ ଯେ, ଡିସପ୍ଲେ ଫ୍ୟାକ୍ଟ୍ରିରୁ ପ୍ଲାଣ୍ଟ ଗୁଡିକୁ ଏକତ୍ର କରିବା ପାଇଁ ଜୁନ୍ ମାସରେ 1.8 ମିଲିୟନ, ଜୁଲାଇରେ 5.35 ମିଲିୟନ, ଅଗଷ୍ଟରେ 10 ମିଲିୟନରୁ ଅଧିକ ଏବଂ ସେପ୍ଟେମ୍ବରରେ 16.5 ମିଲିୟନରୁ ଅଧିକ ଥିଲା । ଏହାର ଅର୍ଥ ହେଉଛି ଆଇଫୋନ୍ 14 ବିକ୍ରିର ପ୍ରଥମ ତିନିମାସ ପାଇଁ ଆପଲ୍ ଅତି କମରେ 34 ନିୟୁତ ୟୁନିଟ୍ ପାଇବାକୁ ଯୋଜନା ରଖିଛି ।

ସେପ୍ଟେମ୍ବର 7ରେ କପର୍ଟିନୋରେ ଆପଲର ଲଞ୍ଚ ଇଭେଣ୍ଟ ଅନୁଷ୍ଠିତ ହେବ ଏବଂ ଚାରୋଟି ଫୋନ୍ - ଆଇଫୋନ୍ 14, ଆଇଫୋନ୍ 14 ମ୍ୟାକ୍ସ, ଆଇଫୋନ୍ 14 ପ୍ରୋ ଏବଂ ଆଇଫୋନ୍ 14 ପ୍ରୋ ମ୍ୟାକ୍ସ ଘୋଷଣା କରାଯିବ ବୋଲି ଆଶା କରାଯାଉଛି । ନୂତନ A16 ଚିପସେଟ ଦେଖିବା ମଧ୍ୟ ଆକର୍ଷଣୀୟ ହେବ, ଯେଉଁଥିରେ କେବଳ ପ୍ରୋ ଭର୍ସନ୍, ଏବଂ GSM ଆରେନା ଅନୁଯାୟୀ ନୂତନ ସ୍ମାର୍ଟୱାଚ୍ ଭଳି ଶକ୍ତି ଥିବ ।

ABOUT THE AUTHOR

...view details