ନୂଆଦିଲ୍ଲୀ:ଭାରତରେ ଆପଲ୍ର ନୂଆ 14 ସିରିଜ୍ ଏବଂ ଆପଲ୍ ୱାଚ୍ ସିରିଜ୍ 8 ଆଜି(ଶୁକ୍ରବାର) ଠାରୁ ବିକ୍ରି ଆରମ୍ଭ(Apple iPhone 14 series, Watch Series 8 now available in India) । ପ୍ରତିଥର ପରି ଏଥର ମଧ୍ୟ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର୍ ରଖିଛି କମ୍ପାନୀ । ଆଗ୍ରହୀ ଗ୍ରାହକ ବର୍ତ୍ତମାନ ଆଇଫୋନ୍ 14, ଆଇଫୋନ୍ 14 ପ୍ରୋ, ଆପଲ୍ ୱାଚ୍ ସିରିଜ୍ 8 ଏବଂ ଆପଲ୍ ୱାଚ୍ SEକୁ ଆପଲ୍ ପ୍ରାଧିକୃତ ବିକ୍ରେତା ଏବଂ ଆପଲ୍ ଷ୍ଟୋରରୁ ଅନ୍ଲାଇନ୍ ମାଧ୍ୟମରେ କିଣି ପାରିବେ ।
ଅନ୍ଲାଇନ୍ରେ ଆପଲ୍ ଷ୍ଟୋରରୁ, ଗ୍ରାହକମାନେ HDFC ବ୍ୟାଙ୍କ କ୍ରେଡିଟ୍ କାର୍ଡ ମାଧ୍ୟମରେ 54,900ରୁ ଅଧିକ ଅର୍ଡର ଉପରେ 6,000 ନଗଦ ଫେରସ୍ତ ପାଇପାରିବେ । ସେହିପରି ଅନ୍ୟାନ୍ୟ ଯେକୌଣସି ବ୍ୟାଙ୍କ୍ କ୍ରେଡିଟ କାର୍ଡଧାରୀ ବିନା EMI(Equated Monthly Instalment ) ସୁଧରେ ଆପଲ୍ ନୂଆ ପ୍ରଡକ୍ଟ କ୍ରୟ କରିପାରିବେ ।
ଶିଳ୍ପ ବିଶେଷଜ୍ଞଙ୍କ ଅନୁଯାୟୀ, ନୂତନ ସିରିଜ୍ ମଧ୍ୟରେ ଆଇଫୋନ୍ 14 ପ୍ରୋ ଏବଂ 14 ଭାରତର ସର୍ବୋତ୍ତମ ବିକ୍ରୟ ହେବାକୁ ଯାଉଛି । ଦେଶରେ ଆପଲ୍ ପ୍ରାଧିକୃତ ପୁନଃବିକ୍ରେତାମାନେ(Apple Authorised Resellers) ନୂତନ ସିରିଜ୍ ପାଇଁ ବିଶେଷ ଚାହିଦା ପାଇଛନ୍ତି । ଭାରତର ଗ୍ରାହକମାନେ 6.1-ଇଞ୍ଚ ଆଇଫୋନ୍ 14 କୁ 79,900 ଟଙ୍କାରେ ଏବଂ 6.7-ଇଞ୍ଚ ଆଇଫୋନ୍ 14 ପ୍ଲସ୍ 89,900 ଟଙ୍କାରେ ପାଇପାରିବେ । ସେହିପରି ଆଇଫୋନ୍ 14 ପ୍ଲସ୍ ଅକ୍ଟୋବର 7ରୁ ଉପଲବ୍ଧ ହେବ ।