ଓଡିଶା

odisha

ETV Bharat / science-and-technology

Apple launches Watch Ultra 2: S9 ଚିପ ସହ ଲଞ୍ଚ ହେଲା ଆପଲ୍ ୱାଚ୍ ଅଲଟ୍ରା 2, ରହିଛି ଡବଲ ଟ୍ୟାପ୍ ସୁବିଧା - ଆପଲ୍ ୱାଚ୍ ଅଲଟ୍ରା 2ର ଫିଚର

ଆପଲ କମ୍ପାନୀ ପକ୍ଷରୁ ଲଞ୍ଚ ହେଲା ଆପଲ୍ ୱାଚ୍ ଅଲଟ୍ରା 2 । ଏହି ଓ୍ବାଟ ଦ୍ବାରା ଅନେକ ଦମଦାର ଫିଚରର ସୁବିଧା ପାଇପାରିବେ ଉପଭୋକ୍ତା । ଅଧିକ ପଢନ୍ତୁ

Apple launches Watch Ultra 2
Apple launches Watch Ultra 2

By ETV Bharat Odisha Team

Published : Sep 13, 2023, 11:25 AM IST

ହାଇଦ୍ରାବାଦ: ଲଞ୍ଚ ହେଲା ଆପଲର ଦମଦାର ସ୍ମାର୍ଟଓ୍ବାଚ । କମ୍ପାନୀ ପକ୍ଷରୁ ଆପଲ୍ ୱାଚ୍ ଅଲଟ୍ରା 2 ଲଞ୍ଚ କରିଛି । କୁହାଯାଉଛି ଯେ ଏହା ଘଣ୍ଟା ଆପଲର ସବୁଠାରୁ ସକ୍ଷମ ଏବଂ ମଜବୁତ ସ୍ମାର୍ଟଓ୍ବାଚ । ଆପଲ ଓ୍ବାଚ ଅଲଟ୍ରାରେ ଯେଉଁ ଫିଚର ରହିଛି ତାହା ଏହି ଅଲଟ୍ରା 2ରେ ରହିବା ସହିତ ଆହୁରି କିଛି ନୂଆ ଫିଚରକୁ କମ୍ପାନୀ ପକ୍ଷରୁ ଯୋଡାଯାଇଛି । ଏହାସହିତ ଏଥିରେ S9 ଚିପ୍ ଫିଟ କରାଯାଇଛି । ଆପଲ୍ ଅଲଟ୍ରା 2କୁ ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି,"ଏଥିରେ ଏକ ନୂଆ ଫିଚର ରହିଛି । ଯାହାକି ଘଣ୍ଟାର ବ୍ୟବହାରକୁ ଆହୁରି ସହଜ କରିବ । "ଏହା ଓ୍ବାଟର ଫ୍ରୁଫ ହୋଇଥିବା ବେଳେ ଏହାର ଗଭୀର ଜଳରେ ମଧ୍ୟ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଇଛି ।

ଲଙ୍ଗ ଲାଷ୍ଟିଂ ବ୍ୟାଟେରୀ:କମ୍ପାନୀ ଦେଇଥିବା ସୂଚନା ଅନୁଯାୟୀ, ଅଲଟ୍ରା 2 ୱାଚ୍ ଆଇଓଏସ 10ରେ ଚାଲିଥାଏ । ଏହି ସ୍ମାର୍ଟଓ୍ବାଚରେ ରହିଥିବା ଆପକୁ ଋଷିଆନ ମଡେଲରେ ଲଞ୍ଚ କରାଯାଇଛି ଏବଂ ଏଥିରେ ସ୍ମାର୍ଟ ଷ୍ଟାକ ଅନ୍ତର୍ଭୂକ୍ତ କରାଯାଇଛି । ଏହା ଆପଣଙ୍କର ସାଇକେଲ ଚାଳନା ଅଭିଜ୍ଞତା ଏବଂ ବାହ୍ୟ କାର୍ଯ୍ୟକଳାପରେ ଏକ ନୂଆ ଅନୁଭୂତି ପ୍ରଦାନ କରିବ ବୋଲି କମ୍ପାନୀ ପକ୍ଷରୁ କରାଯାଇଛି । ତେବେ ଏହି ଓ୍ବାଚରେ 36
ଘଣ୍ଟାର ବ୍ୟାଟେରୀ ଲାଇଫ ସୁବିଧା ରହିଥିବା ବେଳେ କମ୍ ପାୱାର୍ ମୋଡରେ 72 ଘଣ୍ଟା ପର୍ଯ୍ୟନ୍ତ ବ୍ୟବାହାର କରାଯାଇପାରିବ ।

ସ୍ମାର୍ଟଓ୍ବାଚର ଦାମ:ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ, ଜର୍ମାନୀ, ଭାରତ, ଜାପାନ, ୟୁଏଇ, ବ୍ରିଟେନ, ଆମେରିକାରେ ଏହି ସ୍ମାର୍ଟଓ୍ବାଚ ଉପଲବ୍ଧ ରହିଛି । ତେବେ ଅନ୍ୟ 40ରୁ ଅଧିକ ଦେଶର ଗ୍ରାହକମାନେ ଆପଲ୍ ୱାଚ୍ ଅଲଟ୍ରା 2 ଅର୍ଡର କରିପାରିବେ । 22 ସେପ୍ଟେମ୍ବର ଶୁକ୍ରବାର ଠାରୁ ଷ୍ଟୋର୍‌ ଗୁଡିକରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ଆପଲ୍ ୱାଚ୍ ଅଲ୍ଟ୍ରା 2ର ମୂଲ୍ୟ 799 ଆମେରିକୀୟ ଡଲାର ଅର୍ଥାତ୍ ଭାରତୀୟ ଦାମରେ 66,213 ଟଙ୍କା ରହିଛି ।

ଏନେଇ ଆପଲର ମୁଖ୍ୟ ପରିଚାଳନା ଅଧିକାରୀ ଜେଫ ଓ୍ବିଲିୟମ୍ସ କହିଛନ୍ତି, " ଚଳିତବର୍ଷ ଆମେ ଆମର ସବୁଠାରୁ ମଜବୁତ ଆପଲ୍ ୱାଚକୁ ଆହୁରି ଉନ୍ନତ କରିଛୁ । ଆପଲ୍ ୱାଚ୍ ଅଲ୍ଟ୍ରା 2 ହେଉଛି ଆମର ସବୁଠାରୁ ଉନ୍ନତ ମଡେଲର ଆପଲ୍ ୱାଚ । ଏଥିରେ ଅପଡେଟ ଫିଚର ରହିଛି । ଯେଉଁମାନେ ସ୍ମାର୍ଟଓ୍ବାଚକୁ ଅଧିକ ଭଲ ପାଆନ୍ତି ବା ଅଧିକ ସମୟ ବ୍ୟାଟେରୀ ବ୍ୟାକଅପ ଚାହାନ୍ତି ସେମାନଙ୍କ ପାଇଁ ଏହା ଭଲ ଏକ୍ସପିରିୟନ୍ସ ପ୍ରଦାନ କରିବ ।" ତେବେ ପ୍ରଥମ ଥର ପାଇଁ ଆପଲ ୟୁଜର୍ସମାନେ କାର୍ବନ ନ୍ୟୁଟ୍ରଲ ବିକଳ୍ପ ବାଛି ପାରିବେ।

ଏହା ମଧ୍ୟ ପଢନ୍ତୁ: ଲଞ୍ଚ ହେଲା ଟାଇଟେନିୟମ ଡିଜାଇନର iPhone 15 Pro ଓ 15 Pro MAX, ଏତିକି ରହିଛି ମୂଲ୍ୟ

ଡବଲଟ୍ୟାପ ଫିଚର:ୱାଚ୍ 2 ଅଲ୍ଟ୍ରାରେ ଡବଲ୍ ଟ୍ୟାପ୍ ଫିଚର ରହିଛି । ଏହା ଦ୍ବାରା ଆପଣ କଲ ରିସିଭ କରିବା ସହିତ ବନ୍ଦ ମଧ୍ୟ କରିପାରିବେ । ଏହାସହିତ ଆଲାର୍ମ ଏବଂ ଅନାନ୍ୟ କାର୍ଯ୍ୟ ମଧ୍ୟ କରିପାରିବେ । ଏହି ଫିଚର ସ୍ମାର୍ଟ ୱାଚ୍ ସ୍ପର୍ଶ ନକରି କାର୍ଯ୍ୟ କରିବା ପାଇଁ ସୁବିଧା ପ୍ରଦାନ କରିବ । ହାତର ଦୁଇଟି ଆଙ୍ଗୁଠିକୁ ଚଟ କରିବା ଦ୍ବାରା ଇଚ୍ଛା ଅନୁସାରେ କାର୍ଯ୍ୟ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details