ନୂଆଦିଲ୍ଲୀ:ଓଭର ଦି ଟପ(ଓଟିଟି) ପ୍ଲାଟଫର୍ମ ପାଇଁ ତମାଖୁ ନିରୋଧୀ ବାର୍ତ୍ତାକୁ ବାଧ୍ୟତାମୂଳକ କରାଯାଇଛି । ଏଣିକି ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ ହେଉଥିବା ଫିଲ୍ମ, ଓ୍ବେବସିରିଜ ଇତ୍ୟାଦିରେ ତମାଖୁ ବିରୋଧି ବାର୍ତ୍ତା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଗତକାଲି(ବୁଧବାର) କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ଯଦି ଏହାକୁ ଅବଜ୍ଞା କରାଯାଏ ତାହାଲେ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ତେବେ ବିଶ୍ବର ପ୍ରଥମ ଦେଶ ଭାରତ ଯେଉଁଠି ଓଟିଟି ପ୍ଲାଟଫର୍ମ ପାଇଁ ଏଭଳି ନିୟମ ଅଣାଯାଇଛି ।
ଭାରତ ସରକାର ବିଶ୍ବାସ କରନ୍ତି ଯେ, ଟେଲିଭିଜନ ଏବଂ ପ୍ରେକ୍ଷାଳୟ ପରି ଅନଲାଇନରେ ଦେଖାଯାଇଥିବା OTT ପ୍ଲାଟଫର୍ମର ଲୋକପ୍ରିୟତା ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ, OTT ମଧ୍ୟ ମନୋରଞ୍ଜନର ଏକ ମାଧ୍ୟମ ଯାହା ଲୋକମାନଙ୍କୁ ଆକୃଷ୍ଟ କରିଥାଏ । ବହୁ ସଂଖ୍ୟକ OTT ଦର୍ଶକ ହେଉଛନ୍ତି ଯୁବ ଗୋଷ୍ଠୀର ଲୋକ । ଏଭଳି ପରିସ୍ଥିତିରେ, OTT ପ୍ଲାଟଫର୍ମରେ ତମାଖୁ ବିରୋଧୀ ଚେତାବନୀ ଦେଖାଇବା ବାଧ୍ୟତାମୂଳକ ହେବା ଆବଶ୍ୟକ ବୋଲି ଅନୁଭବ କରାଯାଇଥିଲା । ଏହା ଦ୍ବାରା ଯୁବପିଢିଙ୍କ ଉପରେ କିଛି ମାତ୍ରାରେ ପ୍ରଭାବ ପକାଇବ ବୋଲି ବିଶ୍ବାସ କରାଯାଉଛି । ଏହି ପ୍ଲାଟଫର୍ମ ଗୁଡିକ ଯୁବପିଢିଙ୍କ ମସ୍ତିଷ୍କରୁ ପ୍ରଭାବିତ କରୁଛି ।