ସାନ ଫ୍ରାନସିସ୍କୋ : ଏଣିକି ଆମାଜନ ପ୍ରାଇମ ଭିଡିଓରେ ଦେଖିବାକୁ ପଡିବ ଆଡ୍ ବା ବିଜ୍ଞାପନ । ଆସନ୍ତା ୨୦୨୪ ମସିହାରେ ଏହି ନୂଆ ନିୟମ ଲାଗୁ ହେବ । ଜାନୁଆରୀ ୨୯ ତାରିଖ ପରଠୁ ଆମାଜନ ପ୍ରାଇମ ଭିଡିଓରେ ଫିଲ୍ମ ଏବଂ ଟିଭି ଶୋ ଚାଲିଥିବା ସମୟରେ ବିଜ୍ଞାପନ ଦେଖାଯିବ । କମ୍ପାନୀର ଆଡଭର୍ଟାଇଜମେଣ୍ଟ ବିଜନେସକୁ ବିସ୍ତାର କରିବା ଏବଂ ମନୋରଞ୍ଜନରୁ ଆର୍ଥିକ ଲାଭ ହାସଲ କରିବା ଲକ୍ଷ୍ୟ ନେଇ ଏ ପଦକ୍ଷେପ ନିଆଯାଇଛି । ସୀମିତ ବିଜ୍ଞାପନରୁ ବର୍ତ୍ତିବା ପାଇଁ ଆମାଜନ ପ୍ରାଇମ ଭିଡିଓ ପ୍ରତି ଗ୍ରାହକଙ୍କୁ ମାସିକ ସବସ୍କ୍ରିପସନ ଛଡା ଅତିରିକ୍ତ ୨.୯୯ ଡଲାର ପେମେଣ୍ଟ କରିବାର ଅପସନ୍ ରହିଛି ।
କମ୍ପାନୀ ତରଫରୁ କୁହାଯାଇଛି ଯେ ଏହି ପଦକ୍ଷେପ ଜରିଆରେ କମ୍ପାନୀ ଆକର୍ଷଣୀୟ କଣ୍ଟେଣ୍ଟ ରେ ବିନିଯୋଗ ଜାରି ରଖିବା ଏବଂ ବିସ୍ତୃତ ଅବଧି ମଧ୍ୟରେ ସେହି ନିବେଶକୁ ଇଚ୍ଛା ଅନୁସାରେ ବଢାଇ ପାରିବ । ଗ୍ରାହକଙ୍କୁ ଏକ ମେଲ ଜରିଆରେ କମ୍ପାନୀ ଜଣାଇଛି ଯେ ଲିନିୟର ଟିଭି ଓ ଅନ୍ୟ ଷ୍ଟ୍ରିମିଙ୍ଗ ଟିଭି ପ୍ରଦାନକାରୀ ମାନଙ୍କ ତୁଳନା ରେ କମ ବିଜ୍ଞାପନ ରଖିବା କମ୍ପାନୀର ଲକ୍ଷ୍ୟ ଅଟେ । ଏନେଇ ଗ୍ରାହକଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ କରିବାର ଆବଶ୍ୟକତା ନାହିଁ ଏବଂ ଗ୍ରାହକଙ୍କ ପ୍ରାଇମ ସଦସ୍ୟତା ପାଇଁ ଉପଲବ୍ଧ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।