ହାଇଦ୍ରାବାଦ:ସ୍ପେସ୍ ଇଣ୍ଟରନେଟ୍ ସେବା ଯୋଗାଇବା ପାଇଁ ଆମାଜନ ପ୍ରଥମ ସେଟେଲାଇଟ ଲଞ୍ଚ କରିଛି । ଗତକାଲି(ଶୁକ୍ରବାର) ଏହି ସାଟେଲାଇଟକୁ ଉତକ୍ଷେପଣ କରାଯାଇଛି। କମ୍ପାନୀ ସ୍ପେସ ଇଣ୍ଟରନେଟ ସର୍ଭିସ ଆରମ୍ଭ କରିବାକୁ ଯାଉଥିବା ବେଳେ ଏହାର ନାମ ପ୍ରୋଜେକ୍ଟ କୁଇପର ରଖାଯାଇଛି । ତେବେ ଏନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇସାରିଥିବା ବେଳେ ଏହି ପ୍ରକଳ୍ପ ମାଧ୍ୟମରେ ଆମାଜନ ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସର ଷ୍ଟାରଲିଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଆଶା କରାଯାଉଛି ।
ଏହି ପ୍ରୋଜେକ୍ଟରେ 'କୁଇପରସେଟ -1' ଏବଂ 'କୁଇପରସାଟ-୨' ନାମକ ଏକ ଉପଗ୍ରହ ରହିଛି । ଯାହାକୁ ଫ୍ଲୋରିଡାର କେପ କୋନାବେରଲରୁ ଶୁକ୍ରବାର (ଅକ୍ଟୋବର 6) ମଧ୍ୟାହ୍ନ 2ଟା 6 ମିନିଟରେ ୟୁନାଇଟେଡ୍ ଲଞ୍ଚ ଆଲାୟନ୍ସ (ULA)ଆଟଲାସ୍ ଭି ରକେଟରେ ଉତକ୍ଷେପଣ କରାଯାଇଛି । ଏହାକୁ କୁଇପର ମେଗା କନ୍ସଟେଲେସନକ ପ୍ରମୁଖ କମ୍ପୋନେଟ୍ସର ପରୀକ୍ଷଣ କରିବା ପାଇଁ ପୃଥିବୀ ପୃଷ୍ଠରୁ 500 କିଲୋମିଟର ଉଚ୍ଚରେ ଏକ କକ୍ଷପଥରେ ସ୍ଥାପିତ କରାଯିବ । ଯେଉଁଥିରେ 3200 ସାଟେଲାଇଟକୁ ସାମିଲ କରିବାର ଯୋଜନା ରହିଛି ।
ଆମାଜନର ସ୍ପେସ୍ ଇଣ୍ଟରନେଟ୍ ସୁବିଧା କେବେ ଉପଲବ୍ଧ ହେବ ?ଆମାଜନ FAQ ଅନୁଯାୟୀ, ପ୍ରାରମ୍ଭିକ କୁଇପର ସମୂହରେ 3ହଜାର236 ସାଟେଲାଇଟକୁ ସାମିଲ କରାଯିବ । Kuipersat-1 ଏବଂ Kuipersat-2 ମୂଳତଃ ULAର ନୂତନ ଭାଲକାନ୍ ସେଣ୍ଟାଉରର ପ୍ରଥମ ମିଶନ ଜରିଆରେ ଲଞ୍ଚ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏହି ରକେଟରେ ବିଳମ୍ବ କାରଣରୁ ଆମାଜନକୁ ଆଟଲାସ୍ Vକୁ ସ୍ଥାନାନ୍ତର କରିବାକୁ ପଡିଲା । ତେବେ ଭବିଷ୍ୟତରେ, ଭାଲକାନ୍ ସେଣ୍ଟାଉର ମାଧ୍ୟମରେ ପ୍ରୋଜେକ୍ଟ କୁଇପର ସାଟେଲାଇଟ ଉତକ୍ଷେପଣ କରାଯାଇ ପାରିବ ।