ଷ୍ଟକହୋମ: ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର (Nobel Prize 2022) ଘୋଷଣା । ନୋବେଲ୍ ତାଲିକାରେ ଅଛନ୍ତି 3 ଜଣ ପଦାର୍ଥ ବିଜ୍ଞାନୀ । ଆଲେନ୍ ଆସପେକ୍ଟ (Alain Aspect), ଜନ୍ କ୍ଲଜର (John Clauser) ଏବଂ ଆଣ୍ଟନ୍ ଜେଲିଞ୍ଜର୍ (Anton Zeilinger )ଙ୍କୁ ମିଳିବ ନୋବେଲ । ସ୍ୱିଡେନର ଷ୍ଟକହୋମ ସ୍ଥିତ କାରୋଲିନସ୍କା ପ୍ରତିଷ୍ଠାନରେ ମଙ୍ଗଳବାର ପଦାର୍ଥ ବିଜ୍ଞାନୀ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଇଛି ।
ସ୍ୱିଡେନର ଷ୍ଟକହୋମ ସ୍ଥିତ କାରୋଲିନସ୍କା ପ୍ରତିଷ୍ଠାନରେ ମଙ୍ଗଳବାର ମିଳିତ ଭାବେ ତିନି ଜଣ ପଦାର୍ଥ ବିଜ୍ଞାନୀ ନୋବେଲ ବିଜେତା (Nobel Prize in Physics)ଙ୍କ ନାମ ଘୋଷଣା କରାଯାଇଛି । ଏହି ତିନିଜଣ ନୋବେଲ ବିଜେତା, କ୍ୱାଣ୍ଟମ୍ ସ୍ଥିତି (entangled quantum states)କୁ ବ୍ୟବହାର କରି ଗ୍ରାଉଣ୍ଡବ୍ରେକିଙ୍ଗ୍ ପରୀକ୍ଷଣ କରିଥିଲେ, ଯେଉଁଥିରେ ଦୁଇଟି ପାର୍ଟିକିଲ୍ ଅଲଗା ହେବା ପରେ ମଧ୍ୟ ଗୋଟିଏ ୟୁନିଟ୍ ପରି ଆଚରଣ କରୁଥିବା ଦର୍ଶାଇଥିଲେ । କ୍ୱାଣ୍ଟମ୍ ସୂଚନା ଉପରେ ଆଧାର କରି ସେମାନଙ୍କର ଏହି ଅନୁସନ୍ଧାନ ନୂତନ ଟେକ୍ନୋଲୋଜି ପାଇଁ ବେଶ୍ ସହାୟକ ହେବ ।