ଓଡିଶା

odisha

ETV Bharat / science-and-technology

AIIMS Hacking: ଚୀନର ସମ୍ପୃକ୍ତି ସନ୍ଦେହ, ହ୍ୟାକରଙ୍କ ଟାର୍ଗେଟରେ ଆହୁରି 4 ସର୍ଭର - ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ସର୍ଭର ହ୍ୟାକିଂରେ ଚୀନ୍‌ର ସମ୍ପୃକ୍ତି ଥିବା ସନ୍ଦେହ । ଅଧିକ ପଢନ୍ତୁ

AIIMS Hacking: ଚୀନର ସମ୍ପୃକ୍ତି ଥିବା ସନ୍ଦେହ, ହ୍ୟାକରଙ୍କ ଟାର୍ଗେଟରେ ଆହୁରି 4 ସର୍ଭର
AIIMS Hacking: ଚୀନର ସମ୍ପୃକ୍ତି ଥିବା ସନ୍ଦେହ, ହ୍ୟାକରଙ୍କ ଟାର୍ଗେଟରେ ଆହୁରି 4 ସର୍ଭର

By

Published : Dec 3, 2022, 10:46 PM IST

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ସର୍ଭର ହ୍ୟାକିଂରେ ଚୀନ୍‌ର ସମ୍ପୃକ୍ତି ଥିବା ସନ୍ଦେହ(Chinese involvement suspected in AIIMS hacking) । ଏଥିସହ ହସ୍ପିଟାଲର ଆହୁରି 4ଟି ସର୍ଭର ହ୍ୟାକରଙ୍କ ଟାର୍ଗେଟରେ ଥିବା ନେଇ ବିଶେଷ ସୂତ୍ରରୁ ଜଣାପଡିଛି । କିଛିଦିନ ତଳେ 6 ଦିନ ଧରି ଏମ୍ସର ସର୍ଭର ଡାଉନ୍ ରହିଥିଲା । ଏହି କାର୍ଯ୍ୟ କଳାପରେ ଚୀନର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ସୂତ୍ରରୁ ଜଣାପଡିଛି ଯେ, ଚାଇନାର ହ୍ୟାକର୍ AIIMS ର ମୋଟ ପାଞ୍ଚଟି ମୁଖ୍ୟ ସର୍ଭର ଉପରେ ଟାର୍ଗେଟ କରିଥିବା ସନ୍ଦେହ କରାଯାଉଥଛି । AIIMS ସର୍ଭରରୁ ହ୍ୟାକ୍ ହୋଇଥିବା ତଥ୍ୟ ଡାର୍କ ୱେବ୍‌ର ମୁଖ୍ୟ ଡୋମେନ୍‌ରେ ପହଞ୍ଚିଛି, ଯେଉଁଠାରୁ ଏହା ବିକ୍ରି ହୋଇପାରେ । AIIMS ବର୍ତ୍ତମାନ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ମାର୍ଗଦର୍ଶନ ସହିତ ସାଇବର ସୁରକ୍ଷା ନୀତି ପ୍ରସ୍ତୁତ କରିବାକୁ କାର୍ଯ୍ୟ କରୁଛି, କାରଣ ନଭେମ୍ବର 23 ରେ ସାଇବର ଆକ୍ରମଣ ପରେ ଏହାର ସର୍ଭର ଡାଉନ୍ ରହିଛି ।

ଦିଲ୍ଲୀ ପୋଲିସ କହିଛି ଯେ, ପ୍ରଭାବିତ ସର୍ଭରର ଫୋରେନସିକ୍ ଇମେଜ୍‌କୁ ବିଶ୍ଳେଷଣ ପାଇଁ ପଠାଯାଇଛି । AIIMS ପ୍ରଶାସନ ଏବଂ ଅନ୍ୟାନ୍ୟ ଏଜେନ୍ସି ସାଧାରଣ ସେବା ପୁନରୁଦ୍ଧାର ପ୍ରକ୍ରିୟାରେ ଅଛନ୍ତି । AIIMS କହିଛି ଯେ, ଏହାର ସର୍ଭରରେ eHospital ତଥ୍ୟ ପୁନଃ ସ୍ଥାପିତ ହୋଇଛି ଏବଂ ସେବା ପୁନରୁଦ୍ଧାର ହେବା ପୂର୍ବରୁ ନେଟୱାର୍କକୁ ସ୍ବଚ୍ଛ କରାଯାଉଛି ।

ଡାକ୍ତରଖାନା ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ସମସ୍ତ ହସ୍ପିଟାଲ୍ ସେବା, ଲାବୋରେଟୋରୀ ଇତ୍ୟାଦି ବର୍ତ୍ତମାନ ମାନୁଆଲ୍ ମୋଡ୍ ଉପରେ ଚାଲୁ ରହିଛି । ଏହି ସମୟରେ, ଅନଲାଇନ୍ କାର୍ଯ୍ୟ ବନ୍ଦ ରହିଥିବାରୁ ଡାକ୍ତରଖାନା ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି ।

ABOUT THE AUTHOR

...view details